www.samajalive.in
Monday, December 8, 2025
20.1 C
Bhubaneswar

ଅବସର ପ୍ରାପ୍ତ ଶିକ୍ଷକ ତଥା ଜିଲ୍ଲା ପରିଷଦ ସଦସ୍ୟ ଡଙ୍ଗ୍ରୀ ସାରଙ୍କ ବିୟୋଗ

ଲକ୍ଷ୍ମୀପୁର : ଅବସର ପ୍ରାପ୍ତ ଶିକ୍ଷକ ତଥା କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ  ଜୋନ (୨)ର ଜିଲ୍ଲା ପରିଷଦ ସଦସ୍ୟ ପ୍ରେମଚନ୍ଦ୍ର ଡଙ୍ଗ୍ରୀ ଯେ କି ଲକ୍ଷ୍ମୀପୁର ଅଞ୍ଚଳରେ ଡଙ୍ଗ୍ରୀ ସାର ଭାବେ ପରିଚିତ ତାଙ୍କର ୮୦ ବର୍ଷ ବୟସରେ ବିୟୋଗ ଘଟିଛି।
କିଛି ମାସ ହେଲା ସେ ମଧୁମେହ ରୋଗରେ ପୀଡ଼ିତଥିଲେ।  ରବିବାର ସନ୍ଧ୍ୟାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ  ଲକ୍ଷ୍ମୀପୁର ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ସେ ଚାକିରୀ  କାଳ ସମୟରେ ଜଣେ ଶିକ୍ଷକ ନେତା ଥିବା ସହିତ କଂଗ୍ରେସର ଜଣେ ଦୃଢ଼ ସମର୍ଥକ ଓ ଜିଲ୍ଲା ସ୍ତରୀୟ ଜଣେ ନେତା ଥିଲେ। ଏପରିକି ଅଞ୍ଚଳରେ ବିଭିନ୍ନ ସାମାଜିକ କାର୍ୟ୍ୟରେ ନିଜକୁ ସାମିଲ କରିଥିଲେ। ଗତ କିଛି ବର୍ଷ ହେଲା ସେ କଂଗ୍ରେସରୁ ଇସ୍ତଫା ଦେଇ ବିଜୁଜନତା ଦଳରେ ଯୋଗଦେବା ସହିତ ଗତ ପଞ୍ଚାୟତ ନିର୍ବାଚନରେ  ଜିଲ୍ଲା ପରିଷଦ ସଦସ୍ୟ ଭାବେ ଜୋନ ୨ ରୁ ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଥିଲେ।
ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁରେ ବିଧାୟକ ପ୍ରଭୁ ଜାନୀଙ୍କ ସହିତ ପୂର୍ବତ୍ତନ ସାଂସଦ ଝିନ ହିକକା, ପୂର୍ବତ୍ତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକାଙ୍କ, ବିଡିଓ ପ୍ରୀତିରଞ୍ଜନ ରଥଙ୍କ ସମେତ ଭିନ୍ନ ମହଲରୁ ଶୋକ ପ୍ରକାଶ କରାଯିବା ସହିତ ତାଙ୍କ ଅମର ଆତ୍ମାର ସଦ୍ଗତି  କରାଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories