ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ବ୍ୟାଡମିଣ୍ଟନ ତାରକା ପି.ଭି.ସିନ୍ଧୁ ମହିଳା ସିଙ୍ଗଲ୍ସରେ ରବିବାର ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ପୂର୍ବରୁ ମୀରାବାଇ ଚାନୁ ମୁଷ୍ଟିଯୁଦ୍ଧରେ ରୌପ୍ୟ ପଦକ ଜିତିଥିଲେ।
ଆଜି ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ଚୀନର ହି ବିଙ୍ଗ୍ ଜିଆଓଙ୍କୁ ହାଇର ପି.ଭି.ସିନ୍ଧୁ ପଦକ ଜିତିଛନ୍ତି। ହେ ବିଙ୍ଗ ଜିଆଓଙ୍କୁ ସିନ୍ଧୁ ୨୧-୧୩, ୨୧-୧୫ ପଏଣ୍ଟରେ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛନ୍ତି। ବ୍ୟକ୍ତିଗତ ଭାବେ ୨ଟି ଅଲିମ୍ପିକ୍ସ ପଦକ ଜିତିବାରେ ପି.ଭି ସିନ୍ଧୁ ହେଉଛନ୍ତି ଦ୍ବିତୀୟ ଭାରତୀୟ । ସେହିପରି ବ୍ୟକ୍ତିଗତ ଭାବେ ୨ଟି ଅଲିମ୍ପିକ୍ସ ପଦକ ଜିତିବାରେ ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା। ୨୦୧୬ ରିଓ ଅଲିମ୍ପିକ୍ସରେ ମଧ୍ୟ ସିନ୍ଧୁ ରୌପ୍ୟ ପଦକ ଜିତିଥିଲେ।
ଆଜି ବ୍ରୋଞ୍ଜ ପଦକ ଜିତିବା ପରେ ସିନ୍ଧୁଙ୍କ ନିକଟକୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପି.ଭି.ସିନ୍ଧୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ସିନ୍ଧୁଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ପି.ଭି.ସିନ୍ଧୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
India strikes 3rd Olympic Medal at #Tokyo2020
Very proud of you @Pvsindhu1 on winning Bronze, your 2nd Olympic medal and making India proud??#Cheer4India pic.twitter.com/XImJ2oJNLb— Kiren Rijiju (@KirenRijiju) August 1, 2021
ସେହିପରି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ବ୍ରୋଞ୍ଜ ପଦକ ବିଜୟୀ ପି.ଭି.ସିନ୍ଧୁଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।



