www.samajalive.in
Wednesday, December 10, 2025
18.1 C
Bhubaneswar

୨୩ ଚୋରି ମୋବାଇଲ ସହ ୨ଚୋର ଗିରଫ

ଚୌଦ୍ୱାର : ବିଭିନ୍ନ ସ୍ଥାନରୁ ମୋବାଇଲ ଫୋନ ଚୋରି କରିବା ଅଭିଯୋଗରେ ଚୌଦ୍ୱାର ପୁଲିସ ୨ଜଣ ଚୋରଙ୍କୁୁ ଗିରଫ କରିଛି। ସେମାନେ ହେଲେ ଚୌଦ୍ୱାର ଯାତ୍ରାପଡିଆ ଅଞ୍ଚଳର ସୁରେନ୍ଦ୍ର କୁମାର ଦାସ(୨୩) ଓରଫ କାଳିଆ ଓ ଗୁପ୍ତେଶ୍ୱର ସାହିରେ ଭଡା ଘରେ ରହୁଥିବା ରମେଶ ବାରିକ୍‍ (୨୧) ଓରଫ ଭାଲୁ। ସେମାନଙ୍କ ନିକଟରୁ ୨୩ଟି ଚୋରି ମୋବାଇଲ ଓ ୨ଟି ଏଲଇଡି ଟିଭି ଜବତ କରାଯାଇଛି।

ସୁଚନା ଅନୁଯାୟୀ କପାଳେଶ୍ୱର ନୁଆସାହିରେ ରହୁଥିବା ବିରେନ୍ଦ୍ର କାମଲେ ଓ ପରିବାର ଲୋକେ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ କିଛି ଶଦ୍ଦ ହେବାରୁ ବିରେନ୍ଦ୍ର୍ର ଉଠିପଡ଼ି ଆଲୁଅ ଜାଳି ଦେବାରୁ ତାଙ୍କ ଘର ଝରକା ନିକଟରେ ଦୁଇଜଣ ଚୋର ଛିଡ଼ା ହୋଇଥିବା ଦେଖିବାକୁ ପାଇଥିଲେ। ଆଲୁଅ ଜଳିବାରୁ ସେମାନେ ପଳାଇଯିବା ପରେ ଘର ଭିତରେ ଝରକା ପାଖରେ ରଖା ଯାଇଥିବା ମୋବାଇଲ ଫୋନ୍‍ଟି ସେମାନେ ଚୋରାଇ ନେଇଥିବା ବିରେନ୍ଦ୍ର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଥାନା ଏଏସ୍‍ଆଇ ସୁଧୀର ସେନାପତି ଘଟଣାର ତଦନ୍ତ କରି ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରିଥିଲେ । ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ସହିତ ସେମାନଙ୍କ ସମ୍ପର୍କରେ ଅଧିକ ତଦନ୍ତ ଜାରୀ ରହିଛି ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories