www.samajalive.in
Wednesday, December 10, 2025
18.1 C
Bhubaneswar

ଏଣିକି ହାଇକୋର୍ଟରେ ମାମଲା ଶୁଣାଣିର ଦେଖି ହେବ ସିଧା ପ୍ରସାରଣ

କଟକ: ଏଣିକି ହାଇକୋର୍ଟରେ ମାମଲା ଶୁଣାଣିର ସିଧା ପ୍ରସାରଣ ସାଧାରଣ ଲୋକେ ଦେଖି ପାରିବେ। ଏ ନେଇ ‘ହାଇକୋର୍ଟ ଅଫ୍ ଓଡ଼ିଶା ଲାଇଭ୍ ଷ୍ଟ୍ରିମିଂ ଅଫ୍ କୋର୍ଟ ପ୍ରୋସିଡିଂସ୍ ରୁଲ୍ସ-୨୦୨୧’ ପ୍ରଣୟନ କରାଯାଇଛି। ଏହି ନୂତନ ନିୟମାବଳୀ ଅଗଷ୍ଟ ୨ରୁ କାର୍ୟ୍ୟକାରୀ ହେବ ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଫିଜିକାଲ, ଭର୍ଚୁଆଲ୍ ତଥା ହାଇବ୍ରିଡ୍ ବ୍ୟବସ୍ଥାରେ ହାଇକୋର୍ଟରେ ମାମଲା ଶୁଣାଣି ସମୟରେ ଓପନ କୋର୍ଟ ପ୍ରସଙ୍ଗ କାର୍ଯ୍ୟକାରୀକୁ ଅଧିକ ବ୍ୟାପକ କରିବା ଉଦ୍ଦେଶ୍ୟ ନେଇ ଏହି ନିୟମାବଳୀ କରାଯାଇଛି। ମାମଲା ଶୁଣାଣି ପ୍ରକ୍ରିୟା(କୋର୍ଟ ପ୍ରୋସିଡିଂ) ସିଧା ପ୍ରସାରଣ(ଲାଇଭ ଷ୍ଟ୍ରିମିଂ) କାର୍ଯ୍ୟ ହାଇକୋର୍ଟଙ୍କ ଦ୍ବାରା ଅନୁମତିପ୍ରାପ୍ତ ବ୍ୟକ୍ତି/କର୍ମଚାରୀ କରିବେ। ମାମଲା ଶୁଣାଣିର ସିଧା ପ୍ରସାରଣ ସଂପର୍କିତ ୱେବ୍ ଲିଙ୍କ୍ ହାଇକୋର୍ଟ ୱେବସାଇଟରେ ଏବଂ ସଂପୃକ୍ତ ଖଣ୍ଡପୀଠଙ୍କ କଜ୍‌ଲିଷ୍ଟରେ ପ୍ରକାଶ ପାଇବ।

ପାରିବାରିକ ବିବାଦ, ଶିଶୁ, ବାଳଅପରାଧି, ପୋକ୍ସ ଆଇନ, ଜୁଭେନାଇଲ ଜଷ୍ଟିସ (କେୟାର ଆଣ୍ଡ ପ୍ରୋଟେକ୍ସନ ଅଫ୍ ଚିଲ୍‌ଡ୍ରେନ୍) ଆକ୍ଟ, ୨୦୧୫, ଆଇପିସିର ଦଫା ୩୭୬ ସମେତ ଦୁଷ୍କର୍ମ ସଂକ୍ରାନ୍ତୀୟ ମାମଲା, ମହିଳାଙ୍କ ସହିତ ଲିଙ୍ଗଭେଦ ସଂପର୍କିତ ହିଂସା, ଅଫିସିଆଲ ସିକ୍ରେଟ୍ସ ଆକ୍ଟ, ୧୯୨୩ ବା ଜାତୀୟ ସୁରକ୍ଷା ସଂପର୍କିତ ମାମଲା, ହେବିୟସ କର୍ପସ, ଇନ୍ କ୍ୟାମେରା ପ୍ରୋସିଡିଂସ୍ ଓ ଅନ୍ୟ କେତେକ ମାମଲାର ସିଧା ପ୍ରସାରଣକୁ ବାଦ ଦିଆଯାଇଛି। ଏଥି ସହିତ କୌଣସି ମାମଲାର ଶୁଣାଣି ସିଧା ପ୍ରସାରଣ ପାଇଁ ଯୋଗ୍ୟ ନୁହେଁ ବୋଲି ଯଦି ଖଣ୍ଡପୀଠ ମତ ଦିଅନ୍ତି ତେବେ ଏହାକୁ ମଧ୍ୟ ବାଦ ଦିଆଯିବ। ଏଥି ସହିତ ପକ୍ଷ, ଆଇନଜୀବୀ କୌଣସି ମାମଲାର ସିଧା ପ୍ରସାରଣ ବନ୍ଦ ରଖିବାକୁ ଅନୁରୋଧ କରି ପାରିବେ। ଯଦି ଖଣ୍ଡପୀଠ ଏପରି ଅନୁରୋଧକୁ ଉପଯୁକ୍ତ ବୋଲି ଗ୍ରହଣ କରନ୍ତି ତେବେ ସିଧା ପ୍ରସାରଣ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇ ପାରିବେ। ନ୍ୟାୟର ସ୍ବାର୍ଥ ଦୃଷ୍ଟିରୁ ଜରୁରୀ ପରିସ୍ଥିତିରେ ମଧ୍ୟ ମାମଲା ଶୁଣାଣିର ସିଧା ପ୍ରସାରଣ ବନ୍ଦ ପାଇଁ ବିଚାରପତି ନି‌େର୍ଦ୍ଦଶ ଦେଇ ପାରିବେ।

- Advertisement -

କୋର୍ଟ ପ୍ରୋସିଡିଂର ସିଧା ପ୍ରସାରଣକୁ କୌଣସି ବ୍ୟକ୍ତି ଅଧିକାର ବୋଲି ଦାବି କରି ପାରିବେ ନାହିଁ। ଲାଇଭ ଷ୍ଟ୍ରିମିଂ ଭିଡିଓର ଅନଧିକୃତ ବ୍ୟବହାର କରାଯାଇ ପାରିବ ନାହିଁ। କୋର୍ଟ ପ୍ରୋସିଡିଂର ସିଧା ପ୍ରସାରଣ କରାଯାଉଥିବା ଭିଡିଓକୁ ଅଦାଲତ‌ି ପ୍ରକ୍ରିୟାରେ ପ୍ରମାଣ ଭାବେ ବ୍ୟବହାର କରାଯାଇ ପାରିବ ନାହିଁ ଓ ଗ୍ରହଣୀୟ ହେବ ନାହିଁ। ମାମଲା ଶୁଣାଣିର ସିଧା ପ୍ରସାରଣ ବେଳେ କୌଣସି ଟୀପ୍ପଣୀ, ମତାମତକୁ ଅଦାଲତି ପ୍ରକ୍ରିୟାର ଅଂଶ ଭାବେ ବା ଅଫିସିଆଲ ଭର୍ସନ ଭାବେ ଗ୍ରହଣ କରାଯିବ ନାହିଁ। ଖଣ୍ଡପୀଠଙ୍କ ରାୟ, ନିର୍ଦ୍ଦେଶ ଓ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ଜାରି ଏ ସଂପର୍କିତ ସାର୍ଟିଫାଏଡ କପିକୁ କେବଳ ପ୍ରମାଣସିଦ୍ଧ ଭାବେ ଗ୍ରହଣ କରାଯିବ। ଅଦାଲତରେ ମାମଲା ଶୁଣାଣି ପ୍ରକ୍ରିୟାରେ ଅଂଶ ଗ୍ରହଣ ବେ‌େଳ ଶୃଙ୍ଖଳା ରକ୍ଷା କରାଯିବ ବୋଲି ଏ ସଂପର୍କିତ ନିୟମାବଳ‌ୀରେ ସ୍ପଷ୍ଟ କରାଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories