ନବରଙ୍ଗପୁର: ବର୍ଷାର ଆଗମନ ପରେ ଯେଉଁ ଚାଷୀ ନିଜ ଜମିରେ ରହି ଚାଷ କରିବା କଥା ସେହି ଚାଷୀ ବର୍ତ୍ତମାନ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରୁଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ। ବର୍ତ୍ତମାନ ଚାଷ ପାଇଁ ଉପଯୁକ୍ତ ସମୟ, ଏହି ସମୟରେ ବଜାରରେ ସାରର କୁତ୍ରିମ ଅଭାବ ଚାଷୀ ଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଏଭଳି ପରିସ୍ଥିତି ରେ ଚାଷୀ ବାଧ୍ୟ ହୋଇ ରାଜରାସ୍ତାକୁ ଓଲ୍ହାଇବାକୁ ପଡିଛି। ଦୀର୍ଘ ଦୁଇ ମାସ ହେବ ଉମରକୋଟ ରେ କୌଣସି ସାର ମିଳୁନାହିଁ । ଫଳରେ ଚାଷୀ ମାନେ ଚାଷ କାମକୁ ଅଧୁରା କରି ରଖିଛନ୍ତି। ବିଭିନ୍ନ ସ୍ଥାନରୁ ଧାର କରଜ୍ ଆଣି ଚାଷ କରିଥିବା ଚାଷୀ ଅବେ ମୁଣ୍ଡ ରେ ହାତ ଦେଇ ବସିଛି। ଅତିଶିଘ୍ର ସାର ନମିଳିଲେ ଚାଷ ଉଜୁଡିଯିବାର ଆଶଙ୍କା ରହିଛି। ଏହି କାରଣରୁ ଆଜି ଶତାଧିକ ଚାଷୀ ଆଜି ଉମରକୋଟ ତହସିଲ କାର୍ଯ୍ୟାଳୟ ଘେରାଉ କରିବା ସହ ତହସିଲଦାର ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଅତିଶୀଘ୍ର ସାର ଯୋଗାଇ ଦିଆ ନହେଲେ ଚାଷୀ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି।
ଏହି ଚାଷୀ ଆନ୍ଦୋଳନରେ ଚାଷୀଙ୍କ ସହ ସାମିଲ୍ ହୋଇଛନ୍ତି ପ୍ରଦେଶ କଂଗ୍ରେସ ର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଚାଷୀ ଙ୍କୁ ସାର ନ ମିଳିବା ଯାଏ ରାସ୍ତା ରୁ ହଟିବେ ନାହିଁ ବୋଲି କହିଛନ୍ତି ପ୍ରଦୀପ । ସାର ଅଭାବ କୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ଦାୟୀ କରିଚନ୍ତି ପ୍ରଦୀପ। ବର୍ତମାନ ରାଜ ରାସ୍ତାରେ ପ୍ରଦୀପ ମାଝୀ ଙ୍କ ସହ ଚାଷୀ ଙ୍କୁ ବୁଝେଇବା ପାଇଁ ପ୍ରଶାସନ ପକ୍ଷରୁ ରୁ ଚେଷ୍ଟା ଜାରି ରହିଛି, ଚାଷୀ ତାଙ୍କ ଜିଦରେ ଅଟଳ ରହିଅଛି। ବର୍ତ୍ତମାନ ଯାଏ କୌଣସି ସୁଫଳ ମିଳିନାହିଁ । ବର୍ତ୍ତମାନ ରାସ୍ତା ରେ ଉଭୟ ପାର୍ଶ୍ଵ ରେ ଶହ ଶହ ଗାଡି ମୋଟର ଅଟକି ରହିଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।



