www.samajalive.in
Sunday, December 7, 2025
15.1 C
Bhubaneswar

କାବୁଲରେ ଭାରତର ରାଷ୍ଟ୍ରଦୂତଙ୍କୁ ଭେଟିଲେ ଆଫଗାନ ପ୍ରତିନିଧି; ଶାନ୍ତି ପ୍ରକ୍ରିୟା ଉପରେ ଆଲୋଚନା

କାବୁଲ: ଆଫଗାନିସ୍ତାନର ଜଣେ ବରିଷ୍ଠ ମଧ୍ୟସ୍ଥି ଅବଦୁଲ୍ଲା ଅବଦୁଲ୍ଲା କାବୁଲରେ ଥିବା ଭାରତର ରାଷ୍ଟ୍ରଦୂତ ରୁଦରେନ୍ଦ୍ର ଟଣ୍ଡନଙ୍କୁ ସୋମବାର ଭେଟି ତାଙ୍କ ସହିତ ଶାନ୍ତି ପ୍ରକ୍ରିୟା ଉପରେ ଆଲୋଚନା କରିଥିବା ଜଣାଯାଇଛି । ଏଥିସହିତ ସେ ଦୋହାରେ ହୋଇଥିବା ଆଲୋଚନା ଏବଂ ଆଫଗାନିସ୍ତାନରେ ସ୍ଥିରାବସ୍ଥା ସୁନିଶ୍ଚିତ କରିବା ଦିଗରେ ଭାରତର ଭୂମିକା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ସୂଚନାଯୋଗ୍ୟ ଯେ ଆଫଗାନିସ୍ତାନର ହାଇ କାଉନସିଲ ଫର ନ୍ୟାସନାଲ ରିକନସିଲିଏସନ (ଏଚସିଏନଆର) ଅଧ୍ୟକ୍ଷ ଥିବା ଅବଦୁଲ୍ଲା ନୂଆଦିଲ୍ଲୀ ଆସି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହିତ ଶୁକ୍ରବାର ଦିନ ଆଫଗାନିସ୍ତାନର ମୋଟାମୋଟି ପରିସ୍ଥିତି ସମ୍ପର୍କରେ ଆଲୋଚନା କରି ଫେରିଯିବାର ଦିନକ ପରେ ଭାରତର ରାଷ୍ଟ୍ରଦୂତଙ୍କୁ ଭେଟିଛନ୍ତି । ରୁଦରେନ୍ଦ୍ରଙ୍କୁ ଭେଟିବା ପରେ ଅବଦୁଲ୍ଲା ଆଫଗାନିସ୍ତାନରେ ଏକ ପୂର୍ଣ୍ଣାଙ୍ଗ ରାଜନୈତିକ ସମାଧାନ କ୍ଷେତ୍ରରେ ଭାରତର ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ ।

ସୂଚନାଯୋଗ୍ୟ ଯେ ଆମେରିକା ନିଜର ସୈନ୍ୟଙ୍କୁ ପ୍ରତ୍ୟାହାର କରିନେବା ପରେ ଆଫଗାନିସ୍ତାନରେ ତାଲିବାନ ପକ୍ଷରୁ ଆରମ୍ଭ ହୋଇଯାଇଥିବା ଅତ୍ୟାଚାର, ନରସଂହାର ଏବଂ ସମ୍ପତ୍ତିର ବିପୁଳ କ୍ଷୟକ୍ଷତିକୁ ନେଇ ଭାରତ ଚିନ୍ତା ପ୍ରକଟ କରିବା ସହିତ ଦେଶରେ ରକ୍ତପାତ ବନ୍ଦ କରିବାକୁ ଆହ୍ୱାନ ଦେଇଛି । ଗତ କିଛି ସପ୍ତାହ ହେଲା ଆଫଗାନିସ୍ତାନ ପରିସ୍ଥିତି ଅଧିକ ଖରାପ ହେବାକୁ ଲାଗିଥିବାବେଳେ ଭାରତ ବିଭିନ୍ନ ଅଗ୍ରଣୀ ରାଷ୍ଟ୍ର ସହିତ ଆଫଗାନ ସରକାରଙ୍କ ସହିତ ବରାବର ସଂପର୍କରେ ରହିଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ ତାଲିବାନ ସହିତ ଏକ ରାଜିନାମା ହେବାପରେ ଆମେରିକା ଏବଂ ନାଟୋ ମିତ୍ର ରାଷ୍ଟ୍ରଗୁଡିକ ସେମାନଙ୍କର ସମସ୍ତ ସୈନ୍ୟଙ୍କୁ ସେଠାରୁ ପ୍ରତ୍ୟାହାର କରିନେବାକୁ ରାଜି ହୋଇଥିଲେ । ତାଲିବାନ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲା ଯେ ଏହାର ଦଖଲରେ ଥିବା ଅଞ୍ଚଳଗୁଡିକରେ କୌଣସି ଆତଙ୍କି ଗୋଷ୍ଠୀଙ୍କୁ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ ନାହିଁ । କିନ୍ତୁ ତାହା ପରିବର୍ତ୍ତେ ତାଲିବାନ ନିଜେ ଭୟଙ୍କର ଆତଙ୍କରାଜ ଆରମ୍ଭ କରିଦେିଛି । ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଛନ୍ତି ଯେ ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନରୁ ଆମେରିକାର ସମସ୍ତ ସୈନ୍ୟଙ୍କୁ ପ୍ରତ୍ୟାହାର କରିନିଆଯିବ । ପୂର୍ବରୁ ତାଲିବାନ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଆଫଗାନିସ୍ତାନରେ ବର୍ବର ଶାସନ ଚଳାଇଥିଲା । ତେବେ ଆମେରିକା ସୈନ୍ୟମାନେ ସେଠାକୁ ଆସିବାପରେ ତାଲିବାନକୁ କ୍ଷମତାରୁ ହଟାଇ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରକୁ କ୍ଷମତାସୀନ କରାଇଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories