www.samajalive.in
Thursday, December 11, 2025
18.1 C
Bhubaneswar

ଆଜିଠାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦିଲ୍ଲୀ ଗସ୍ତ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ସୋମବାର ଠାରୁ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ତାଙ୍କର ଏହି ଗସ୍ତ କାଳରେ ମମତା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ଏକାଧିକ ବିରୋଧୀ ଦଳ ନେତାଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ୨୦୨୪ ଲୋକସଭା ନିର୍ବାଚନ ଉପରେ ମମତାଙ୍କ ଆଖି ରହିଥିବା ଏବଂ ଏଭଳି ଏକ ପରିସ୍ଥିତିରେ ତାଙ୍କର ଦିଲ୍ଲୀ ଗସ୍ତକୁ ନେଇ ନାନା ଆଲୋଚନା କରାଯାଉଛି । ମମତା ଦିଲ୍ଲୀରେ ଚଳିତ ମାସ ୨୯ ତାରିଖ ପର୍ଯ୍ୟନ୍ତ ରହିବେ ବୋଲି ଜଣାଯାଇଛି ।
ସୂଚନାଯୋଗ ଯେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟୀ ହେବାପରେ ମମତା ସମସ୍ତ ବିରୋଧୀ ରାଜନୈତିକ ଦଳଙ୍କୁ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଏକତ୍ରିତ ଭାବରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି । ସେ ଏକାଧିକ ବିରୋଧୀ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ସୋନିଆଙ୍କ ସହିତ ତାଙ୍କର ହେବାକୁ ଥିବା ସାକ୍ଷାତ ନେଇ ଅନେକ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି । ୨୦୨୧ରେ ତୃଣମୂଳ କଂଗ୍ରେସ ପାଇଁ ନିର୍ବାଚନୀ ରଣକୌଶଳକୁ ସଫଳତାର ସହିତ ପରିଚାଳନା କରିଥିବା ପ୍ରଶାନ୍ତ କିଶୋର ଏହା ପୂର୍ବରୁ ସୋନିଆ, ରାହୁଳ ଏବଂ ପ୍ରିୟଙ୍କାଙ୍କୁ ଭେଟିସାରିଥିବାରୁ ସଂପ୍ରତି ମମତା ବାନାର୍ଜୀ ସୋନିଆଙ୍କୁ ଭେଟିବା ଯୋଜନା କରିଥିବା ବିଶେଷ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଛି । ମମତା ଦିଲ୍ଲୀ ଗସ୍ତ କରିବାର ଦିନକ ପୂର୍ବରୁ କଂଗ୍ରେସ ପେଗାସସ୍‍ ପ୍ରସଙ୍ଗରେ ସରକାର ତୃଣମୂଳ ସାଂସଦ ଏବଂ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ନିଜର ଲକ୍ଷ୍ୟ ବନାଉଥିବା ଅଭିଯୋଗ ଆଣି ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛି ।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories