www.samajalive.in
Thursday, December 11, 2025
23.1 C
Bhubaneswar

ପେଗାସସ୍‌ ବିବାଦ : ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେଲେ ସାଂସଦ ଜନ୍ ବ୍ରିଟାସ୍‌

ନୂଆଦିଲ୍ଲୀ : ପେଗାସସ୍ ସ୍ପାଏୱେର ମାଧ୍ୟମରେ ସରକାର କରିଥିବା ଗୁଇନ୍ଦା କାର୍ଯ୍ୟର ତଦନ୍ତ ଦାବିରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି ସିପିଆଇ(ଏମ୍‌)ର ରାଜ୍ୟସଭା ସାଂସଦ ଜନ୍ ବ୍ରିଟାସ୍। ବ୍ରିଟାସ୍ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ସରକାର ବେଆଇନ ଭାବେ ଦେଶର ରାଜନେତା, ସାମ୍ବାଦିକ, ସାମାଜିକ କର୍ମୀ ଓ ସରକାରୀ ଅଧିକାରୀ ବିରୋଧରେ ଗୁଇନ୍ଦା କାର୍ଯ୍ୟ କରିଥିବାରୁ ଅଦାଲତଙ୍କ ତତ୍ତ୍ବାବଧାନରେ ଏହାର ତଦନ୍ତ କରାଯାଉ। ସୂଚନା ଅନୁଯାୟୀ ବ୍ରିଟାସ୍ ସରକାରଙ୍କ ଗୁଇନ୍ଦା କାର୍ଯ୍ୟର ତଦନ୍ତ ନିମନ୍ତେ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଗୁଇନ୍ଦା କାର୍ଯ୍ୟ ଯୋଗୁଁ ଦେଶର ଅଧିକାଂଶ ନାଗରିକଙ୍କ ମନରେ ଉଦ୍‌ବେଗ ପ୍ରକାଶ ପାଇଛି। ଏହାଦ୍ବାରା ସେମାନଙ୍କ ସ୍ବାଧୀନ ମତବ୍ୟକ୍ତର ଅଧିକାର କ୍ଷୁଣ୍ଣ ହୋଇଛି। ତେଣୁ ଅଦାଲତଙ୍କ ତତ୍ତ୍ବାବଧାନରେ ଏହାର ତଦନ୍ତ କରାଯାଉ। କେରଳରୁ ସିପିଆଇ(ଏମ୍‌) ପକ୍ଷରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବ୍ରିଟାସ୍ ବୃତ୍ତିରେ ଜଣେ ସାମ୍ବାଦିକ। ସେ ମାଲାୟଲମ୍ ଟିଭି ଚାନେଲ କଇରାଲିର ମାଲିକ। ପେଗାସସ୍ ବିବାଦକୁ ଦେଇ ସଂସଦର ମୌସୁମି ଅଧିବେଶନ ଅଚଳ ହୋଇପଡିଛି। ବିରୋଧୀ ସଦସ୍ୟମାନେ ଏହାର ତଦନ୍ତ ଓ ଆଲୋଚନା ଦାବିରେ ଅଡିବସିଛନ୍ତି। ଅଧିବେଶନର ଆରମ୍ଭରେ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହା ଉପରେ ଲୋକସଭାରେ ପ୍ରତିକ୍ରିୟା ଦେଇଥିଲେ। ମନ୍ତ୍ରୀ କହିଥିଲେ ଯେ ଏହି ଗୁଇନ୍ଦା ଅଭିଯୋଗର କୌଣସି ସତ୍ୟତା ନାହିଁ। ତେବେ ମନ୍ତ୍ରୀ ତାଙ୍କ ବିବୃତିରେ ଏହି ଗୁଇନ୍ଦା କାର୍ଯ୍ୟକୁ ଖଣ୍ଡନ କରିନାହାନ୍ତି। ପେଗାସସ୍ ସ୍ପାଏୱେର ମାଧ୍ୟମରେ ଭାରତ ସରକାର ଦେଶର ସାମ୍ବାଦିକ, ରାଜନେତାଙ୍କ ବିରୋଧରେ ଗୁଇନ୍ଦାଗିରି କରିଥିବା ଅଭିଯୋଗ ହୋଇଛି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories