ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଡମଣଭୁମି ଗ୍ରାମରେ ରବିବାର ଅପରାହ୍ନରେ ବଜ୍ରପାତ ଘଟି ଦୁଇ ଜଣ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତକ ମାନେ ହେଉଛନ୍ତି ସେହି ଗ୍ରାମର ବଂଶୀଧର ଦଳେଇ (୫୬) ଓ ପ୍ରଦୀପ କୁମାର ଭୋଳ (୪୫)। ଦୁଇ ଜଣ ଭଣ୍ଡାରିଝର ନିକଟ ବିଲରେ ତଳି ରୂଆ କାର୍ଯ୍ୟକରୁଥିଲେ। ବର୍ଷା ହେବାରୁ ପାଖରେ ଥିବା ଗଛ ମୂଳେ ଆଶ୍ରୟ ନେଇଥିଲେ। ବଜ୍ରପାତ ପରେ ଗୁରୁତର ଅବସ୍ତାରେ ୧୦୮ ଆମ୍ବୁଲାନ୍ସ ଦ୍ୱାରା ଖୋର୍ଦ୍ଧା ସଦରମହକୁମା ସ୍ଥିତ ଗୋପବନ୍ଧୁ ଚିକିତ୍ସାଳୟକୁ ଅଣାଯାଇଥିଲା। ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିଲେ। ଅଭିଯୋଗ ପାଇ ଜଙ୍କିଆ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।
Popular Categories



