www.samajalive.in
Thursday, December 11, 2025
23.1 C
Bhubaneswar

‘ପଞ୍ଚ୍‌ ମ୍ୟାନ୍‌’ ସତ୍ୟପୀରଙ୍କ ତୃତୀୟ ଗିନିଜ ବୁକ ବିଶ୍ୱ ରେକର୍ଡ

ସ୍ଲୋଭାକିଆର ମୁଷ୍ଟି ଯୋଦ୍ଧା ପାଭେଲ ରୁଷୋଭଙ୍କ ରେକର୍ଡ ଭାଙ୍ଗିଲେ

ଭବାନୀପାଟଣା: ଭାରତର ‘ପଞ୍ଚ୍‌ ମ୍ୟାନ୍‌’ ଭାବେ ପରିଚିତ ସତ୍ୟପୀର ପ୍ରଧାନ ସ୍ଲୋଭାକିଆର ପ୍ରସିଦ୍ଧ ମୁଷ୍ଟିଯୋଦ୍ଧା ପାଭେଲ୍ ରୁଷୋଭଙ୍କ ଗିନିଜ ବିଶ୍ବ ରେକର୍ଡ ଭାଙ୍ଗି ଭାରତ ପାଇଁ ଆଉ ଏକ ଗୌରବ ଆଣିଛନ୍ତି। ୨୩ ତାରିଖରେ ଭୁବନେଶ୍ବରସ୍ଥିତ ବୁଦ୍ଧମନ୍ଦିର ଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେ ଏହି ରେକର୍ଡ଼ ହାସଲ କରିଛନ୍ତି। ଶ୍ରୀ ପ୍ରଧାନ ପୂର୍ବରୁ ୨୦୧୭ ଏବଂ ୨୦୧୮ରେ ଦୁଇଟି ଗିନିଜ ବିଶ୍ବ ରେକର୍ଡ ସ୍ଥାପନ କରିସାରିଛନ୍ତି। ସେ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଦ୍ବାରା ସମ୍ମାନିତ ହୋଇଛନ୍ତି। ପୂର୍ବରୁ ଦୁଇଟି ବିଶ୍ୱ ରେକର୍ଡ ମୁଷ୍ଟି ଯୁଦ୍ଧରେ ହୋଇଥିବାରୁ ସେ ‘ପଞ୍ଚ୍‌ ମ୍ୟାନ୍‌’ ଭାବେ ସୁନାମ ଅର୍ଜନ କରିଛନ୍ତି।

- Advertisement -

ସତ୍ୟପୀର କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଦେପୁର ଗ୍ରାମର ଅନିରୁଦ୍ଧ ପ୍ରଧାନ ଓ ଶକୁନ୍ତଳା ପ୍ରଧାନଙ୍କ ପୁତ୍ର। ଏହି କାର୍ଯ୍ୟକ୍ରମ ପାଇଁ ସେ ଗିନିଜ ରେକର୍ଡକୁ ଆବେଦନ କରିଥିଲେ ଏବଂ ଜୁଲାଇ ୭ ତାରିଖରେ ଅନୁମତି ପାଇଥିଲେ। ଭୁବନେଶ୍ୱରଠାରେ ୨୩ ତାରିଖରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସତ୍ୟପୀର ଏକ ମିନିଟରେ ଦୁଇ ହାତରେ ସର୍ବାଧିକ ମୁଷ୍ଟି ପ୍ରଘାତ କରି ବିଶ୍ବ ରେକର୍ଡ କରିବାରେ ସଫଳ ହୋଇ ପାରିଛନ୍ତି। ସେ ପୂର୍ବର ଏକ ମିନିଟରେ ଦୁଇ ହାତରେ ସର୍ବାଧିକ ୩୩୪ ଥର ମୁଷ୍ଟି ଘାତ ରେକର୍ଡ଼ ଭାଙ୍ଗି ଏକ ମିନିଟରେ ୩୪୮ ଥର ମୁଷ୍ଟି ଘାତ କରି ନୂତନ ରେକର୍ଡ ଭାରତ ନାମରେ ସ୍ଥାପନ କରି ପାରିଥିବାରୁ ତାଙ୍କ ପାଖକୁ ଦେଶର ବିଭିନ୍ନ ମହଲରୁ ଶୁଭେଚ୍ଛା ଆସୁଛି।

ଉକ୍ତ କାର୍ଯ୍ୟକ୍ରମରେ ବିଶେଷଜ୍ଞ ପ୍ରତ୍ୟକ୍ଷଦର୍ଶୀ (ଏକ୍ସପର୍ଟ ୱିଟ୍‌ନେସ୍‌) ଭାବେ ସୁଧୀର ଚନ୍ଦ୍ର ଛତ୍ରିଆ, ପଞ୍ଚ ପ୍ୟାଡ୍ କିପର୍ ଭାବରେ ସୁଜ୍ଞାନ କେଶରୀ ପ୍ରଧାନ ଏବଂ ଟାଇମ କିପର୍ ଭାବରେ କ୍ରୀଡ଼ାବିତ୍ ସସ୍ମିତା ରାଉତରାଏ ଓ ଗଜେନ୍ଦ୍ର ବାରିକ ଦାୟିତ୍ବ ତୁଲାଇଥିଲେ। ସତ୍ୟପୀର ସାମରିକ କଳାରେ ରୁଚି ରଖିଥିବା ସହିତ ଭୌତିକ ଚିକିତ୍ସା ବିଜ୍ଞାନରେ (ସ୍ନାୟୁରୋଗ)ରେ ଉତ୍କଳ ବିଶ୍ୱବଦ୍ୟାଳୟରୁ ସ୍ନାତକୋତ୍ତର ଉପାଧି ହାସଲ କରିସାରିଛନ୍ତି। ସେ ବିଭିନ୍ନ ସଫଳତା ପାଇଁ ଦେଶ ତଥା ଦେଶ ବାହାରେ ବହୁ ଅନୁଷ୍ଠାନରୁ ସମ୍ମାନିତ ହୋଇ ସାରିଛନ୍ତି। ସୂଚନାଯୋଗ୍ୟ, ଶ୍ରୀ ପ୍ରଧାନଙ୍କ ପ୍ରେରଣାରେ ଓଡ଼ିଶା ଏବଂ ରାଜସ୍ଥାନର ୧୦ରୁ ଊର୍ଦ୍ଧ୍ବ ଯୁବକ ଯୁବତୀ ବିଶ୍ବ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହି ପ୍ରେରଣାଦାୟୀ କାର୍ଯ୍ୟ ପାଇଁ ଶ୍ରୀ ପ୍ରଧାନ ମିଳିତ ଜାତସଂଘ (ୟୁଏନ) ତରଫରୁ ଦିଲ୍ଲୀ (ଆଇଆଇଟି) ଠାରେ କର୍ମବୀର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ତୃତୀୟ ଗିନିଜ ବୁକ ବିଶ୍ୱ ରେକର୍ଡ ପରୀକ୍ଷାରେ ସେ ସଫଳତା ଲାଭ କରି ଦେଶ, ରାଜ୍ୟ ଓ କଳାହାଣ୍ଡି ଜିଲା ପାଇଁ ଆଉ ଏକ କୀର୍ତ୍ତିମାନ ସ୍ଥାପନ କରି ପାରିଥିବାରୁ କଳାହାଣ୍ଡି ସମେତ ସାରା ରାଜ୍ୟ ଓ ଦେଶରେ ଖୁସିର ଲହରୀ ଖେଳି ଯାଇଛି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories