www.samajalive.in
Monday, December 8, 2025
20.1 C
Bhubaneswar

ଭୁବନେଶ୍ୱରରେ ଆରମ୍ଭ ହେଉ “ମୋ ଡଙ୍ଗା ଯୋଜନା” : ସୁର ରାଉତରାୟ

ଭୁବନେଶ୍ୱର : ବର୍ଷା ଦିନେ ଭୁବନେଶ୍ୱରରେ ଦୟନୀୟ ପରିସ୍ଥିତି। ଚାରିଆଡେ ପାଣି। ଇସ୍କନ ମନ୍ଦିର ପାଖ, ନୂଆପଲ୍ଲି, ବମିଖାଲ, ଜନପଥ, ବାପୁଜୀ ନଗର, ଏରୋଡ୍ରମ ଏରିଆ, ବିଜେପି ନଗର, ଡୁମୁଡୁମା ପ୍ରଭୃତି ଅଂଚଳରେ ବର୍ଷାଜନିତ ପରିସ୍ଥିତି ଅତି ଭୟଙ୍କର। ଲୋକେ ଘରୁ ପଦାକୁ ବାହାରିପାରୁ ନାହାଁନ୍ତି  ଏବଂ ବାହାରୁ ଘରକୁ ଫେରି ପାରୁନାହାଁନ୍ତି। ଘରେ ପାଣି… ବାହାରେ ପାଣି। ସ୍ମାର୍ଟ ସିଟିର ବିକଳ ଚିତ୍ର।

ଏହାକୁ ନେଇ ଶୁକ୍ରବାର ବିଧାୟକ ସୁରେଶ କୁମାର ରାଉତରାୟ, ପ୍ରଦେଶ ଛାତ୍ର କଂଗ୍ରେସ ଓ ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ପକ୍ଷରୁ  ମାଷ୍ଟର କ୍ୟାଂଟିନ ଛକରେ ଡଙ୍ଗ ଚଲାଯାଇଥିଲା । ବିଧାୟକ ଶ୍ରୀ ରାଉତରାୟ ଏକ ବଡ଼ ଡଙ୍ଗାକୁ ମାଷ୍ଟର କ୍ୟାଂଟିନ ଛକରେ ରଖି ସେହି ଡଙ୍ଗା ଉପରେ ରହି ବର୍ଷାଦିନେ ଭୁବନେଶ୍ୱରର ବିଭିନ୍ନ ଅଂଚଳର ଦୁରାବସ୍ଥା ସମ୍ପର୍କରେ ବର୍ଣ୍ଣନା କରିବା ସହ ଯାତାୟତ ପାଇଁ ରାଜ୍ୟ ସରକାର ଭୁବନେଶ୍ୱରରେ ଏକ “ମୋ ଡଙ୍ଗା ଯୋଜନା” କରନ୍ତୁ ବୋଲି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦେଇଥିଲେ । ଶ୍ରୀ ରାଉତରାୟ କହିଲେ ଯେ ନବୀନ ସରକାରର ୨୧ ବର୍ଷରେ ଭୁବନେଶ୍ୱର ରାସ୍ତାଘାଟ ଅତି ଶୋଚନୀୟ ହୋଇପଡ଼ିଛି । ମାଲକାନଗିରିର ରାସ୍ତା ଠାରୁ ଭୁବନେଶ୍ୱରର ରାସ୍ତା ଖରାପ । ବିଭିନ୍ନ ଯୋଜନାରେ ଭୁବନେଶ୍ୱରର ଗଳି ରାସ୍ତା ଏବଂ ମୁଖ୍ୟ ରାସ୍ତା ସଜାଡ଼ିବା ପାଇଁ କୋଟି କୋଟି ଅର୍ଥ ବ୍ୟୟ ହୋଇଥିଲେ ମଧ୍ୟ ବିଜେଡ଼ି ସରକାରର ବାଟବାରଣା ନୀତି ପାଇଁ ରାସ୍ତାଘାଟ ଅବସ୍ଥାର ପରିବର୍ତନ ହେଉନାହିଁ । ସାମାନ୍ୟ ବର୍ଷାରେ ଭୁବନେଶ୍ୱରରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଜଳନିଷ୍କାସନର ବ୍ୟବସ୍ଥା ନାହିଁ । ପ୍ରାକୃତିକ ଜଳାଧାର ସବୁ ବନ୍ଦ କରି ଅଟ୍ଟାଳିକା ହେବା ଦ୍ୱାରା ରାସ୍ତା ଘାଟରେ ପାଣି ଜମି ରହୁଛି । ପ୍ରତିବର୍ଷ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ମାତ୍ର ସରକାର ସ୍ଥାୟୀ ପ୍ରତିକାର କରୁନାହାଁନ୍ତି। ଲୋକଙ୍କ ଘରେ ମଧ୍ୟ ପାଣି ପଶୁଛି।

- Advertisement -

ଏଣୁ ଯିବା ଆସିବା ପାଇଁ ସରକାର ସମୁଦାୟ ୬୭ଟି ୱାର୍ଡ ନିମନ୍ତେ ଡଙ୍ଗା ବ୍ୟବସ୍ଥା କରନ୍ତୁ ବୋଲି ବିଧାୟକ ଶ୍ରୀ ରାଉତରାୟ ପ୍ରସ୍ତାବ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାଶ, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ସୁବ୍ରତ ମହାପାତ୍ର,ଦୀପକ କୁମାର ମହାପାତ୍ର, ଲିଙ୍ଗରାଜ ସାହୁ, ଆତ୍ମାରାମ ପତି, ସଂକୁନା କହଁର, ଜୟକୃଷ୍ଣ ମଲ୍ଲିଆ, କୁନା ମୁଦୁଲି, ଜୟକୃଷ୍ଣ ସୁବୁଦ୍ଧି, ମୋହନ ଜେନା, ମିହିର ଆଚାର୍ଯ୍ୟ, ସ୍ୱାଗତ କର, ରଞ୍ଜିତ ପାତ୍ର, ଅଶୋକ ଦାସ, ସୌମେନ୍ଦ୍ର ମହାନ୍ତି, ଶ୍ରୀଧର ବଳିଆରସିଂ, ବ୍ରହ୍ମାନନ୍ଦ ସାହୁ, ଅନୱର ଖାନଙ୍କ ସମେତ ବହୁ କଂଗ୍ରେସ କର୍ମୀ ଅଂଶଗ୍ରହଣ କରିଥିଲେ ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories