www.samajalive.in
Monday, December 8, 2025
27.1 C
Bhubaneswar

ଜଣେ ବି ଅର୍ଥନୀତିଜ୍ଞ ବିମୁଦ୍ରାକରଣ ସପକ୍ଷରେ କହିନାହାନ୍ତି: ଚିଦମ୍ବରମ୍‍

ନୂଆଦିଲ୍ଲୀ: କଳାଧନକୁ ପ୍ରତିହତ କରିବା ପାଇଁ ବିମୁଦ୍ରାକରଣ ସବୁଠାରୁ ବଡ଼ ଓ ପ୍ରଭାବଶାଳୀ ପଦକ୍ଷେପ ବୋଲି କେନ୍ଦ୍ର ସରକାର କହୁଛନ୍ତି। କିନ୍ତୁ ବିଶ୍ୱର କୌଣସି ଜଣେ ବି ଅର୍ଥନୀତିଜ୍ଞ ବିମୁଦ୍ରାକରଣ ସପକ୍ଷରେ କହିନାହାନ୍ତି କି ସମର୍ଥନ କରିନାହାନ୍ତି ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‍।
ନ୍ୟାଶ୍‍ନାଲ୍ସ ଷ୍ଟୁଡେଣ୍ଟସ ୟୁନିୟନ୍‍ ଅଫ୍‍ ଇଣ୍ଡିଆର ଏକ ସମାବେଶକୁ ସମ୍ବୋଧିତ କରିବା ଅବସରରେ ଚିଦମ୍ବରମ କହିଛନ୍ତି ଯେ ଜିଏସ୍‍ଟି ଓ ବିମୁଦ୍ରାକରଣ ଯୋଗୁଁ ଦେଶର ଏମଏସ୍‍ଏମ୍‍ଇ ଶିଳ୍ପ ଗୁରୁତର ପ୍ରଭାବିତ ହୋଇଥିବା ଆରବିଆଇର ଏକ ରିପୋର୍ଟରେ ପ୍ରକାଶିତ ହୋଇଥିଲା। କେନ୍ଦ୍ର ସରକାର ବିମୁଦ୍ରାକରଣ ଘୋଷଣା କରିବା ବେଳେ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟନ୍‍ କେରଳରେ ଥିଲେ। ତେଣୁ କେନ୍ଦ୍ର ସରକାରଙ୍କ ଯେଉଁ ଘୋଷଣା ବିଷୟରେ ମୁଖ୍ୟ ଉପଦେଷ୍ଟା ଜାଣିପାରିଲେ ନାହିଁ ତାହା କି ପ୍ରକାର ନୀତି ଓ ଯୋଜନା ବୋଲି ଚିଦମ୍ବରମ୍‍ ପ୍ରଶ୍ନ କରିଛନ୍ତି।
କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ‘ଆୟୁଷ୍ମାନ୍‍ ଭାରତ’ ଉପରେ ଆଲୋକପାତ କରି ଚିଦମ୍ବରମ କହିଛନ୍ତି ଯେ ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶରେ ଏହି ଯୋଜନା ବିଫଳ ହେବ। ଭାରତ ପରି ଦେଶରେ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବାକୁ ହେଲେ ସରକାରୀ ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମି ଓ ବ୍ୟବସ୍ଥାକୁ ଆହୁରି ବ୍ୟାପକ କରିବାକୁ ପଡ଼ିବ। ନଚେତ୍‍ ଏକ ବୀମା ଯୋଜନା ଏହାର ସମାଧାନର ବିକଳ୍ପ ନୁହେଁ। ପୂର୍ବରୁ ଆମେରିକାରେ ‘ଓବାମା କେୟାର’ ମଧ୍ୟ ବିଫଳ ହୋଇଛି। ଆମେରିକୀୟମାନଙ୍କ ମୁଣ୍ଡପିଛା ଆୟ ୧,୫୦,୦୦୦ ଡଲାର ଥିବା ବେଳେ ଭାରତୀୟଙ୍କ ମୁଣ୍ଡପିଛା ଆୟ ମାତ୍ର ୧୮୦୦ ଡଲାର। ତେଣୁ ଭାରତରେ ସ୍ୱାସ୍ଥ୍ୟ ବୀମା ଯୋଜନାର ସୁଫଳ ସନ୍ଦେହଜନକ ବୋଲି ଚିଦମ୍ବରମ୍‍ କହିଛନ୍ତି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories