www.samajalive.in
Thursday, December 11, 2025
23.1 C
Bhubaneswar

ସଲମନ ଖୁର୍ସିଦଙ୍କ ପତ୍ନୀ ଲୁଇଙ୍କ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା

ଫାରୁଖାବାଦ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ସଲମନ ଖୁର୍ସିଦଙ୍କ ପତ୍ନୀ ଲୁଇ ଖୁର୍ସିଦଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି । ତାଙ୍କର ଦାତବ୍ୟ ଅନୁଷ୍ଠାନ ଡ.ଜାକିର ହୁସେନ ମେମୋରିଆଲ ଟ୍ରଷ୍ଟକୁ ଯୋଗାଇ ଦିଆଯାଇଥିବା ୭୧ ଲକ୍ଷ ଟଙ୍କା କେନ୍ଦ୍ରୀୟ ଅନୁଦାନକୁ ସେ ଆତ୍ମସାତ କରିଥିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଏଭଳି ପଦକ୍ଷେପ ନିଆଯାଇଛି । ମଙ୍ଗଳବାର ଦିନ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରବୀଣ କୁମାର ତ୍ୟାଗୀ ଲୁଇ ଖୁର୍ସିଦଙ୍କ ବିରୁଦ୍ଧରେ ଏହି ଗିରଫ ପରୱାନା ଜାରି କରିଛନ୍ତି । ତାଙ୍କ ସହିତ ଟ୍ରଷ୍ଟର ସମ୍ପାଦକ ଆତହାର ଫାରୁକିଙ୍କ ବିରୁଦ୍ଧରେ ମଧ୍ୟ ଅନୁରୂପ ଗିରଫ ପରୱାନା ଜାରି କରାଯାଇଛି । ଏଥିସହିତ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୬ ତାରିଖକୁ ଧାର୍ଯ୍ୟ କରାଯାଇଛି ।

ଲୁଇ ଖୁର୍ସିଦ ଉକ୍ତ ଟ୍ରଷ୍ଟର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ଉକ୍ତ ଟ୍ରଷ୍ଟ ଉତ୍ତରପ୍ରଦେଶର ୧୭ଟି ଜିଲାରେ ହ୍ୱିଲଚେୟାର, ଟ୍ରାଇ ସାଇକଲ ଏବଂ ଶବଚ୍ଚ ଯନ୍ତ୍ର ଶାରୀରିକ ଭିନ୍ନକ୍ଷମଙ୍କ ମଧ୍ୟରେ ବଣ୍ଟନ କରିବାକୁ ୨୦୧୦ ମାର୍ଚ୍ଚ ମାସରେ କେନ୍ଦ୍ର ସରକାରଙ୍କ ନିକଟରୁ ୭୧.୫୦ ଲକ୍ଷ ଟଙ୍କା ଅନୁଦାନ ପାଇଥିଲା । ଏହାର ବର୍ଷକ ପରେ ଟ୍ରଷ୍ଟର କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଦୁର୍ନୀତି, ଜାଲିଆତି ଓ ଅର୍ଥ ଆତ୍ମସାତ ଅଭିଯୋଗ ଆସିଥିଲା । ତେବେ ଏହି ଅଭିଯୋଗକୁ ଖୁର୍ସିଦଙ୍କ ପରିବାର ସଦସ୍ୟ ଖଣ୍ଡନ କରିଥିଲେ । ତେବେ ୨୦୧୭ ଜୁନ୍‍ ମାସରେ ଅର୍ଥନୈତିକ ଅପରାଧ ଶାଖାର ଜଣେ ଇନ୍ସପେକ୍ଟର ରାମ ଶଙ୍କର ଯାଦବ କାୟମଗଞ୍ଜ ଥାନାରେ ଲୁଇ ଓ ଫାରୁକିଙ୍କ ବିରୁଦ୍ଧରେ ଏତଲା ଦାଏର କରିଥିଲେ । ୨୦୧୯ ଡିସେମ୍ବର ୩୦ ତାରିଖରେ ଉକ୍ତ ମାମଲାର ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଥିଲା ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories