www.samajalive.in
Monday, December 8, 2025
17.1 C
Bhubaneswar

କୋଭିଡ ଟୀକା ଉପରେ ଗବେଷଣା କରି ସମ୍ବର୍ଦ୍ଧିତ ହେଲେ ଓଡିଆ ଡାକ୍ତର ସୁଇଟି ସାମଲ

ବାଲିଚନ୍ଦ୍ରପୁର: ନୂଆଦିଲ୍ଲୀ ସ୍ଥିତ ଟ୍ରାନ୍ସଲେସନାଲ ହେଲ୍‍ଥ ସାଇନ୍ସ ଆଣ୍ଡ ଟେକ୍‍ନୋଲୋଜି ଇନିଷ୍ଟିଚ୍ୟୁଟର ଗବେଷଣା କେନ୍ଦ୍ରରେ କୋଭିଡ୍‍ ଟୀକା କୋଭାକ୍ସିନ ଉପରେ ଗବେଷଣା କରି ସଫଳତା ପାଇଥିବା ଓଡିଆ ଡାକ୍ତରଙ୍କୁ ନୂଆଦିଲ୍ଲୀରେ ସମ୍ବର୍ଦ୍ଧିତ କରାଯାଇଛି। ବଡଚଣା ବ୍ଲକ୍‍ ବାହାଦୁରନଗର ଗ୍ରାମର ସୁକୁମାର ସାମଲଙ୍କ ବଡ ଝିଅ ଡାକ୍ତର ସୁଇଟି ସାମଲଙ୍କୁ ସାଇନ୍ସ ଓ ବାୟୋ ଟେକ୍ନୋଲୋଜି ବିଭାଗର ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ ନୁଆଦିଲ୍ଲି ଠାରେ ସମ୍ବର୍ଦ୍ଧିତ କରି ସାର୍ଟିଫିକେଟ ସହ ଏକ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରି ସମସ୍ତ ଗବେଷକମାନଙ୍କୁ ଉଚ୍ଚ ପ୍ରସଂଶା କରିଛନ୍ତି।

ଡାକ୍ତର ସୁଇଟି ସାମଲ ବଡଚଣା ଅଞ୍ଚଳର ଝିଅ ହୋଇଥିବାରୁ ବଡଚଣାରେ ଆନନ୍ଦ ପ୍ରକାଶ ପାଇଛି। ଏହି ଖବର ଶୁଣି ଡାକ୍ତର ସୁଇଟିଙ୍କୁ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ଓଡିଆ ଭାଷା ସାହିତ୍ୟ ବିଭାଗର ଉପଦେଷ୍ଟା ଜନ୍ମେଜୟ ଲେଙ୍କା, ବିଜେପି ନେତା ଅମର ନାୟକ, କଂଗ୍ରେସ ନେତା ଅଜୟ ସାମଲ, ରାଜ୍‍ନାରାୟଣ ମହାପାତ୍ର ପ୍ରମୁଖ ଡଃ ସୁଇଟିଙ୍କୁ ଶୁଭେଛା ଜଣାଇବା ସହ ତାଙ୍କ ଗବେଷଣାର ସଫଳତା କାମନା କରିଛନ୍ତି। ଏହା ସହ ବାହାଦୁରନଗର ଗ୍ରାମବାସୀ ମଧ୍ୟ ତାଙ୍କୁ ଶୁଭେଛା ଜଣାଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories