www.samajalive.in
Sunday, December 7, 2025
26.1 C
Bhubaneswar

ଟୋକିଓରେ ଗସ୍ତରେ ପ୍ରଥମ ବ୍ୟାଚ୍‍ ଭାରତୀୟ କ୍ରୀଡ଼ାବିତ

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସରେ ଭାଗ ନେଉ ଥିବା ପ୍ରଥମ ବ୍ୟାଚ୍‍ ଭାରତୀୟ କ୍ରୀଡ଼ାବିତ୍‍ମାନେ ଶନିବାର ଟୋକିଓ ଯାତ୍ରା କରୁଛନ୍ତି। ଭାରତୀୟ ସୁଟିଂ ଦଳ ଯାତ୍ରା ପୂର୍ବରୁ ସାମାଜିକ ଗଣ ମାଧ୍ୟମରେ ସେମାନଙ୍କର ଫଟୋ ସେୟାର କରିଛନ୍ତି।

ଏହି ଦଳକୁ ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନ ବନ୍ଦରରେ ଏକ ଆନୁଷ୍ଠାନିକ ଉତ୍ସବ ଶୁଭେଚ୍ଛା ଜ୍ଞାପନ କରାଯିବ। ସେମାନଙ୍କ ଉତ୍ସାହ ବୃଦ୍ଧି କରିବା ପାଇଁ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ଏବଂ କେନ୍ଦ୍ର କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନୀତିଶ ପ୍ରମାଣିକ ଉପସ୍ଥିତ ରହିବେ। ଆଜି ରାତି ୧୧ଟାରେ ଏକ ସ୍ବତନ୍ତ୍ର ଭାରତୀୟ ଚାଟାର୍ଡ ବିମାନରେ ସେମାନେ ଯାତ୍ରା କରି ୧୮ ତାରିଖ ସକାଳେ ଟୋକିଓରେ ପହଞ୍ଚିବେ।

- Advertisement -

ଏହି ୮୮ଜଣିଆ ଦଳ ସହ  ୫୪ ଜଣ କ୍ରୀଡ଼ାବିତ୍‍, ସହାୟକ କର୍ମଚାରୀ ଏବଂ ଭାରତୀୟ ଅଲିମ୍ପିକ୍ସ ସଂଘର ପ୍ରତିନିଧିମାନେ ଆଜି ରାତିରେ ଟୋକିଓ ଅଭିମୁଖେ ଯାତ୍ରା କରିବେ। ତୀରଚାଳନା, ହକି, ବ୍ୟାଡ୍‍ମିଣ୍ଟନ, ଟେବୁଲ ଟେନିସ୍‍, ଜୁଡୋ,ଜିମ୍ନାଷ୍ଟିକ୍‍ ଏବଂ ଭାରୋତ୍ତଳନ ୮ଟି ବର୍ଗର କ୍ରୀଡ଼ାବିତ୍‍ମାନେ ଆଜି ନୂଆଦିଲ୍ଲୀରୁ ତାଙ୍କର ଯାତ୍ରା ଆରମ୍ଭ କରିବେ। ଚଳିତ ଥର ଟୋକିଓ ଅଲିମ୍ପିକ୍‍ ପାଇଁ ରେକର୍ଡ ସଂଖ୍ୟକ ୧୨୭ ଜଣ ଭାରତୀୟ କ୍ରୀଡ଼ାବିତ୍‍ ଯୋଗ୍ୟତା ହାସଲ କରିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories