www.samajalive.in
Tuesday, December 9, 2025
17.1 C
Bhubaneswar

ଖାଲଖମାରେ ଭର୍ତ୍ତି ଓଭର ବ୍ରିଜ୍‍ ବାଇପାସ ରାସ୍ତା

ବରପାଲି:ବରପାଲି ଜଗନ୍ନାଥନଗର ରେଲୱେ ଫାଟକ ଫ୍ଲାଇ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ବହୁ ଦିନରୁ ବନ୍ଦ ରହିଥିବା ବେଳେ ଅସ୍ଥାୟୀ ବାଇପାସ ରୋଡ ମରାମତି ଅଭାବରୁ ମରଣଯନ୍ତାରେ ପରିଣତ ହୋଇଯାଇଛି। ପୁର୍ବରୁ ସାଧାରଣଙ୍କ ପକ୍ଷରୁ ବହୁବାର ଅଭିଯୋଗ ହେବାରୁ ବିଭାଗ ଖାମଖିଆଲି ଭାବରେ ମାଟି ଓ ଗେଟିଗୁଣ୍ଡା ପକାଇ ରାସ୍ତାକୁ ସମତଳ କରିଥିଲା। ବର୍ତ୍ତମାନ ଅସରାଏ ବର୍ଷା ହେଲେ ରାସ୍ତା ଉପରେ ରହିଥିବା ଖାଲଖମାରେ ପାଣି ଭର୍ତ୍ତି ହୋଇଯାଉଛି। ମାଟି ପକାଯାଇଥିବା ସ୍ଥାନ ସନ୍ତସନ୍ତିଆ ହୋଇ ଯାତାୟତରେ ଅସୁବିଧା ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି। ବାଇକ କିମ୍ବା ସାଇକେଲରେ ଯାତାୟତ ହେଉଥିବା ବେଳେ ଅନେକ ଦୁର୍ଘର୍ଟଣାର ସମ୍ମୁଖିନ ହେଉଛନ୍ତି। ସେହିପରି ବାଇକ ଓ ଚାରି ଚକିଆଯାନ ମାନ ଯାଉଥିବା ବେଳେ ରାସ୍ତାରେ ସୃଷ୍ଟି ହୋଇଥିବା କାଦୁଅ ଓ ଗୋଳିଆ ପାଣି ଛିଟିକି ସାଧାରଣ ଲୋକଙ୍କୁ ହଇରାଣରେ ପକାଉଛି। ଅଞ୍ଚଳବାସି ଉପୁଜୁଥିବା ସମସ୍ୟାକୁ ନେଇ ପ୍ରସାସନର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣଷି ସୁଧାର ହେଉନଥିବା ଅଭିଯୋଗ ହେଉଛି।

 

- Advertisement -

ପ୍ରତିଦିନ ରାସ୍ତାରେ ଅବସ୍ଥିତ ରେଲୱେ ଫାଟକବାଟ ଦେଇ ସୋହେଲାରୁ ବ୍ରହ୍ମପୁର, ଫୁଲବାଣୀ, ବୌଦ୍ଧ, ସୋନପୁର, ପୁରୀକୁ ବିଭିନ୍ନ ଯାନବାହାନ ସହ ମାଲ ବୋଝେଇ ଭାରିଯାନ ଯାତାୟାତ ହେଉଛିି। ସେହିପରି ସ୍ଥାନିୟ ଅଞ୍ଚଳର ସାଧାରଣ ଲୋକେ ସାଇକେଲ, ବାଇକ, ଅଟୋମାନଙ୍କରେ ବିଭିନ୍ନ ବ୍ୟକ୍ତିଗତ କାର୍ଯ୍ୟରେ ଯିବାଆସିବା କରିଥାନ୍ତି। ପ୍ରତିଦିନ ରାସ୍ତାକୁ ସ୍ଥାନୀୟ ଅଞ୍ଚଳର ବରପାଲି ସହ ଅଞ୍ଚଳର ସତଲମା, ପାଟକୁଲୁଣ୍ଡା, ବୁରୋମୁଣ୍ଡା, ସିକିର୍ଡ଼ି, କାଇଁଶିର, ବାରଙ୍ଗପାଲି, ତୁଲଣ୍ଡି, ବରମକେଲା, ଗ୍ରିଣ୍ଡୋଲା, ଧିରପୁର, କୁମ୍ଭାରୀ, ରେମତା, କନବାର ବାଗବାଡ଼ୀ, ବିଶିପାଲି ସହ ପଡ଼ୋଶି ଜିଲାର ସୋନପୁର, ରାମପୁର, ବିନକା, ବ୍ରହ୍ମପୁର, ସାହାଜବାହାଲ, ବଡ଼କର୍ଲା ଆଦିକୁ ଯାତାୟାତ ହୋଇଥାନ୍ତି। ସେମାନେ ପ୍ରତିଦିନ ଯିବାଆସିବାବେଳେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଉପୁଜୁଥିବା ସମସ୍ୟାର ସମାଧାନ ଦିଗରେ ବିଭାଗିୟ କର୍ତ୍ତୁପକ୍ଷ ଓ ଜିଲା ପ୍ରସାସନ ଉଚିତ ଦୃଷ୍ଟି ଦେବାକୁ ଲୋକଙ୍କ ପକ୍ଷରୁ ଦାବି ଉଠୁଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories