www.samajalive.in
Sunday, December 7, 2025
15.1 C
Bhubaneswar

କୁଳପତିଙ୍କ ଦ୍ଵାରା ରେକର୍ଡ ଅଫ୍ ଡ଼ିଗ୍ରୀ ପୁସ୍ତିକା ଉନ୍ମୋଚିତ

ଗୋପାଳପୁର: ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ତଥା ରାଜ୍ୟପାଳଙ୍କ ଅତିରିକ୍ତ ସଚିବ ଚିତ୍ତ ରଞ୍ଜନ ମହାନ୍ତିଙ୍କ ଚିଠି ନଂ ୭୧/୨୧.୬.୨୧ ପ୍ରକାରେ ଗୁରୁବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ୟ୍ୟାଳୟରେ କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣିଙ୍କ ଅଧ୍ୟକ୍ଷତାରେ ରେକର୍ଡସ୍ ଅଫ ଡ଼ିଗ୍ରୀ ପୁସ୍ତିକା ଉନ୍ମୋଚନ ହୋଇଛି। ପ୍ରତିବର୍ଷ ବିଶ୍ଵବିଦ୍ୟାଳୟ ପକ୍ଷରୁ ସମାବର୍ତ୍ତନ ଉତ୍ସବ ପାଳନ ଦିବସରେ ସାର୍ଟିଫିକେଟ ପ୍ରଦାନ କରାଯାଉଥିଲା କିନ୍ତୁ ଗତ ବର୍ଷ ଓ ଚଳିତ ବର୍ଷ ସମାବର୍ତ୍ତନ ଉତ୍ସବ କରୋନା ମହାମାରୀର କଟକଣା ଯୋଗୁଁ ବନ୍ଦ ହୋଇଗଲା। ତେଣୁ କୁଳପତି ରାଜ୍ୟପାଳ ପ୍ରଫେସର୍ ଗଣେଶି ଲାଲଙ୍କ ସହ ଯୋଗା ଯୋଗ କରି ବିଦ୍ୟାର୍ଥୀ ମାନଙ୍କ ଭବିଷ୍ୟତ ଲାଗି ସେମାନଙ୍କର ଓରିଜିନାଲ୍ ଡ଼ିଗ୍ରୀ ସାର୍ଟିଫିକେଟ ପ୍ରସ୍ତୁତ ସରିଛି ତେଣୁ ଆପଣ ଅନୁମତି ଦେଲେ ସାର୍ଟିଫିକେଟ ବିଦ୍ୟାର୍ଥୀଙ୍କୁ ପ୍ରଦାନ କରାଯିବ ବୋଲି କୁଳପତିଙ୍କ ଅନୁରୋଧ କ୍ରମେ ରାଜ୍ୟପାଳ ସମସ୍ତ ସାର୍ଟିଫିକେଟ ପ୍ରଦାନ କରିବାକୁ ଅନୁମତି ଦେଇଥିବା ଜଣାପଡିଛି। ଗୁରୁବାର ମଧ୍ୟାହ୍ନ ୧୨. ୦୫ ମିନଟ ସମୟରେେ ଅନଲାଇନରେ ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା କଲେଜର ଅଧ୍ୟକ୍ଷଙ୍କ ସମ୍ମୁଖରେ ଏହି ପୁସ୍ତିକାକୁ ଉନ୍ମୋଚନ କରାଯାଇ ପରୀକ୍ଷା ନିୟନ୍ତ୍ରକ ଡ ସୁରେନ୍ଦ୍ର ସେଠୀଙ୍କୁ ପ୍ରଦାନ କରାଯାଇଥିଲା।

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ସ୍ଵୀକୃତି ପ୍ରାପ୍ତ କଲେଜର ୨୦୨୦ ବର୍ଷରେ ଉତ୍ତୀର୍ଣ୍ଣ ହୋଇଥିବା ମୋଟ ୧୮୪୭୫ ଛାତ୍ର ଛାତ୍ରୀ ଙ୍କ ତାଲିକା ତିଆରି ହୋଇଛି। ଡି. ଏସସି ୪, ଡି ଲିଟ ୩, ପି ଏଚ ଡି ୭୩, ମାଷ୍ଟର ଅଫ୍ ଫିଲୋସୋଫି ୭, ମାଷ୍ଟର ଅଫ୍ ସାଇନ୍ସ ୫୫୬, ମାଷ୍ଟର ଅଫ୍ ଆର୍ଟ୍ସ ୬୦୨, ମାଷ୍ଟର ଅଫ୍ କମର୍ସ ୧୩୬, ଏମ୍ ବି ଏ ୫୩,ମାଷ୍ଟର ଅଫ୍ ଲ ୫୦, ମାଷ୍ଟର ଅଫ୍ ସର୍ଜରୀ ୨୬, ଡକ୍ଟର ଅଫ ମେଡିସିନ ୬୯, ବି ଏ ୧୦୨୨୪, ବି ଏସସି ୩୮୮୯, ବି କମ ୧୧୮୭, ବି ସି ଏ ୫୪୮, ବି ବି ଏ ୧୪୮, ବି ଇଡି ୫୩୬, ଏଲ ଏଲ ବି ୨୯୭, ବି ଲିବ୍ ସାଇନ୍ସ ୬୭ ଛାତ୍ର ଛାତ୍ରୀ ଙ୍କ ନାମ ଏଥିରେ ରହିଛି। ପୁସ୍ତିକା ଉନ୍ମୋଚନ ବେଳେ କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି ଙ୍କ ସମେତ କୁଳସଚିବ ପ୍ରଦୀପ କୁମାର ମିଶ୍ର, ପରୀକ୍ଷା ନିୟନ୍ତ୍ରକ ଡ. ସୁରେନ୍ଦ୍ର ସେଠୀ,ଉପ କୁଳସଚିବ ଡ଼ଃ ବାବୁଜୀ ସାମଲ, ସହ କୁଳସଚିବ ଡ଼ଃ. ସରୋଜ କୁମାର ଦାଶ, ସହ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର୍ ରଘୁ ନାଥ ପାତ୍ର ଏବଂ ଡ. ସତ୍ୟ ବ୍ରତ ପାତ୍ର, ପ୍ରଦୀପ କୁମାର ନାୟକ, ରାମ ନାରାୟଣ ସାହୁ, ଡ. ମିହିର କୁମାର ତ୍ରିପାଠୀ, ଡ. ଶଙ୍କର ମାଝୀ, ରାଜ କିଶୋର ମହାପାତ୍ର, ମାର୍କଣ୍ଡ କାର୍ଜି, ପୂର୍ଣ୍ଣ ଚନ୍ଦ୍ର ପଣ୍ଡିତ, ଦେବୀ ବେହେରା, ସୁଧୀର ମହାନ୍ତି, ଏ. ସୁରୀୟ ପ୍ରକାଶ, ପ୍ରଫୁୁଲ୍ଲ ଚୌଧୁରୀ, ମହେଶ ରଞ୍ଜନ ମିିଶ୍ର, ରାମ ନାରାୟଣ ସାହୁୁ ପ୍ରମୁଖ ଉପସ୍ଥିତ ଥିଲେ। କୁଳପତି ବିଦ୍ୟାର୍ଥୀ ଙ୍କ ଭବିଷ୍ୟତ ଲାଗି ଏଭଳି ପଦକ୍ଷେପକୁ ସ୍ଵାଗତ ଜଣାଇଛନ୍ତି ଏବଂ ବିଦ୍ୟାର୍ଥୀ ମାନଙ୍କୁ ସେମାନଙ୍କ ସାର୍ଟିଫିକେଟ କିଭଳି ଶୀଘ୍ର ପହଁଚି ପାରିବ ସେ ନେଇ ପରୀକ୍ଷା ନିୟନ୍ତ୍ରକଙ୍କୁ ପରାମର୍ଶ ଦେଇଛନ୍ତି। ଅନଲାଇନରେ ଯୋଗ ଦେଇ ଥିବା କଲେଜର ଅଧ୍ୟକ୍ଷଙ୍କୁ ବିଦ୍ୟାର୍ଥୀଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ପଢା ପ୍ରତି ଦୃଷ୍ଟି ଦେବା ସହ ବିଦ୍ୟାର୍ଥୀ ମାନେ କିଭଳି ସହଜରେ ବୁଝି ପାରିବେ ସେଥି ପ୍ରତି ଗୁରୁତ୍ବ ଦେବାକୁ କୁଳପତି କହିଥିଲେ। କଲେଜ ଅଧକ୍ଷ କିମ୍ବା ତାଙ୍କ ପ୍ରତିନିଧି ବିଶ୍ଵବିଦ୍ୟାଳୟକୁ ଆସି ବିଦ୍ୟାର୍ଥୀମାନଙ୍କ ସାର୍ଟିଫିକେଟ ନେବା ସହ ବିଦ୍ୟାର୍ଥୀଙ୍କୁ କିଭଳି ଶୀଘ୍ର ପ୍ରଦାନ ସେଥି ପ୍ରତି ଗୁରୁତ୍ବ ଦେବାକୁ କୁହାଯାଇଥିବା ପରୀକ୍ଷା ନିୟନ୍ତ୍ରକ ଡ. ସେଠୀ ପ୍ରକାଶ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories