www.samajalive.in
Tuesday, December 9, 2025
16.1 C
Bhubaneswar

ଗୋରୁ ବୋଝେଇ ଭ୍ୟାନ ଜବତ ; ଚାଳକ ,ସହାୟକ ଗିରଫ

ବେଗୁନିଆ : ଗୋ ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ମାଫିଆ ମାନେ ଲକଡାଉନ ଏବଂ ସଟଡାଉନର ସୁଯୋଗ ନେଇ ଛୋଟ ଛୋଟ ଗାଡ଼ିରେ ଗୋ ଚାଲାଣ କରୁଛନ୍ତି । ବାଙ୍କୀ ବ୍ଲକ ଅନ୍ତର୍ଗତ ନରଗାଙ୍ଗରୁ ୭ ଟି ଗୋରୁ ଏକ ଟାଟା ଏ ସି ଭ୍ୟାନରେ ବୋଝେଇ କରି ତରତୁଆ ନେଇ ଯାଉଥିବାବେଳେ ବାଘମାରୀ ଥାନା ଅଧିକାରିଣୀ ଅର୍ଚ୍ଚନା ମଲ୍ଲିକ ସାରୁଅ ନିକଟରେ ଉକ୍ତ ଭ୍ୟାନଟିକୁ ଜବତ କରି ଚାଳକ ଏବଂ ସହାୟକକୁ ଗିରଫ କରିଛନ୍ତି ।
ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ସହ ସମ୍ପୃକ୍ତ ସ୍ଥାନରୁ ଓ  ଟାଟା ଏ ସି ଭ୍ୟାନରେ ୭ ଟି ଗୋରୁ ବୋଝେଇ କରି ଖୋର୍ଦ୍ଧା ଗ୍ରାମର ଚାଳକ ମୁନିର ଖାଁ ଏବଂ ନରଗାଙ୍ଗ ଗ୍ରାମର ସହାୟକ ଇନାମ ଖାଁ ତରତୁଆ ଅଭିମୁଖେ ନେଇ ଯାଉଥିବାର ଥାନା ଅଧିକାରିଣୀ ଶ୍ରୀମତୀ ମଲ୍ଲିକ ଖବର ପାଇ ଥାନା କର୍ମଚାରୀ ମାନଙ୍କ ସହିତ ଚଢ଼ାଉ କରି ଗୋରୁବୋଝେଇ ଗାଡିଟିକୁ ଜବତ କରିବା ସହିତ ଉଭୟଙ୍କୁ ଗିରଫ କରିଥିଲେ ।ଗୋରୁଗୁଡିକ ଭୁବନେଶ୍ୱର ନିକଟସ୍ଥ ସିଜୁଆ ଗୋଶାଳାର ଜିମା ଦିଆଯାଇଛି । ଏ ସଂକ୍ରାନ୍ତରେ ଥାନା ଏସ ଆଇ ବ୍ରହ୍ମ।ନନ୍ଦ ସ୍ୱାଇଁ  ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories