www.samajalive.in
Monday, December 8, 2025
17.1 C
Bhubaneswar

ଅଭିନବ ଉପାୟରେ ଠକେଇ ଅଭିଯୋଗ ; ୩ ଲକ୍ଷ ମିଳିବ କହି ସୁନା ନେଇ ଫେରାର ଯୁବକ 

ଗୋପାଳପୁର : ଏବେ ନୂତନ ଭାବରେ ଗରିବ ଲୋକଙ୍କ ଠାରୁ ସରକାରଙ୍କ ପକ୍ଷରୁ ତୁମ ନାମରେ ଟଙ୍କା ଆସିଛି।୨୫ ହଜାର କିମ୍ବା ସୁନା ଯାହା ଅଛି ଜଲଦି ଦିଅ କହି ଲୁଟ କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଗୋପାଳପୁର ଥାନା ଅନ୍ତର୍ଗତ ବାହାଦୁର ପେଟା ଗାଁ ରେ ଜଣେ ଯୁବକ ମୋଟରସାଇକେଲ ରେ ଗତକାଲି ଉଦୟ ସେଠୀ(୭୦) ଘରେ ପହଞ୍ଚି ଥିଲେ। ଯୁବକ ଜଣଙ୍କ ନିଜକୁ ଜଣେ ସରକାରୀ ଅଧିକାରୀ ବୋଲି ପରିଚୟ ଦେବା ସହ ଉଦୟ ଙ୍କ ନାମରେ ସରକାରଙ୍କ ପକ୍ଷରୁ ୩ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ। ଏହା ପରେ ବିଶ୍ବାସ  ନିମନ୍ତେ ବ୍ୟାଙ୍କ ପାସବୁକ ,ଆଧାର କାର୍ଡ ମାଗିବା ସହ ୩ ଲକ୍ଷ ଟଙ୍କା ପାଇବା ନିମନ୍ତେ ୨୫ ହଜାର ଟଙ୍କା ଦେବା ପାଇଁ କହିଥିଲେ। କିନ୍ତୁ ଉଦୟ ନିହାତି ଜଣେ ଗରିବ ସ‌ହ ବୃଦ୍ଧ ବ୍ୟକ୍ତି ହୋଇ ଥିବାରୁ ତାଙ୍କ ନିକଟରେ ଏତେ ଟଙ୍କା ନଥିବା କହିଥିଲେ। ଏହାପରେ ଯୁବକ ଜଣଙ୍କ ସେମାନଙ୍କ ନିକଟରେ କଣ ସୁନା ଅଳଙ୍କାର ଅଛି କି ବୋଲି ପଚାରି ଥିଲେ।ଏହି ସମୟରେ ବୃଦ୍ଧ ଜଣଙ୍କ ଉକ୍ତ ଯୁବକ ନିମନ୍ତେ ଅତିଥି ଚର୍ଚ୍ଚା ନିମନ୍ତେ ଥଣ୍ଡା ପାନୀୟ ଆଣିବାକୁ ଯାଉଥିବା ସମୟରେ  ଯୁବକ ତାଙ୍କୁ ବାରଣ କରିବା ସହ ବାହାରକୁ ନ ଯିବାକୁ କହିବା ସହ ଟଙ୍କା ନେଇ କାହାକୁ ଜଣାଅ ନାହିଁ ବୋଲି ତାଗିଦ କରିଥିଲେ।
ଏହାପରେ ତୁମ ନିକଟରେ କଣ ସୁନା ଅଳଙ୍କାର ଅଛି ଜଲଦି ଦିଅ ବୋଲି କହିବା ସହ ଉଦୟ ଙ୍କ ସ୍ତ୍ରୀ ଡଗ ସେଠୀ ଙ୍କ କାନରେ ପିନ୍ଧିଥିବା ୩ ଗ୍ରାମ ଓଜନର କାନ ଫୁଲ କୁ ଦେବାକୁ କହିଥିଲେ। ଏଥିରେ ଡଗ ପିନ୍ଧିଥିବା କାନଫୁଲ କୁ ଯୁବକ ଦେବା ସହ ଉଦୟ ନିକଟରେ ଥିବା ନିଜର ବାର୍ଦ୍ଧକ୍ୟ ଭତ୍ତା ୫ ଶହ ଟଙ୍କା ମଧ୍ୟ ଦେଇଥିଲେ। ଏହା ପରେ ଯୁବକ ଜଣଙ୍କ ଉଦୟ କୁ ବ୍ୟାଙ୍କ ପାସବୁକ କୁ ଫେରାଇ ଦେବା ସହ ସେ ଏବଂ ତାଙ୍କର ଦୁଇଜଣ ସାର ୧୨ ଟା ୩୦ ମଧ୍ୟରେ ତାଙ୍କ ଘରେ ପହଞ୍ଚି ତାଙ୍କୁ ୩ ଲକ୍ଷ ଟଙ୍କା ଦେବେ ବୋଲି କହିବା ସହ ୩ ଟି ଥଣ୍ଡା ପାନୀୟ ଆଣି ଘରେ ରଖିବାକୁ କହି ସେଠାରୁ ଚାଲି ଯାଇଥିଲେ। ପ୍ରାୟ ମଧ୍ୟାହ୍ନ ୧ ଟା ପର୍ୟ୍ୟନ୍ତ ଯୁବକ କିମ୍ବା ଟଙ୍କା ନ ପହଞ୍ଚିବାରୁ ବୃଦ୍ଧ ଉଦୟ ଗାଁ ରେ ରହୁଥିବା ସମାଜସେବୀ ଅଜିତ କୁମାର ସାହୁ ଙ୍କୁ ଘଟଣା ନେଇ ଜଣାଇଥିଲେ। ଅଜିତ ସମସ୍ତ ଘଟଣା ଶୁଣିବା ପରେ ବୃଦ୍ଧ ଉଦୟ ଠକେଇ ରେ ପଡିଯାଇଥିବା ଜାଣି ପାରିବା ସହ ଏପରି ଭାବରେ ଲୋକ ମାନେ ଟଙ୍କା ଲୋଭରେ ଠକେଇ ରେ ନପଡିବାକୁ ପ୍ରକାଶ କରିଛନ୍ତି।
ସୂଚନା ଯୋଗ୍ୟ ଯେ ଅନୁରୂପ ଭାବେ ଗତ ୨୦ ଦିନ ତଳେ ମାଣ୍ଡିଆପଲ୍ଲୀ ଜଗନ୍ନାଥ ବିହାର ଅଞ୍ଚଳରେ ମଧ୍ୟ ଜଣେ ଗରିବ ଲୋକଙ୍କ ଘରେ ଏପରି ଭାବରେ ଜଣେ ଯୁବକ ପହଞ୍ଚି ସେମାନଙ୍କ ନାମରେ ବିଜୁ ପକ୍କା ଘର ଆସିଥିବା ଏବଂ ଏଥି ନିମନ୍ତେ ତାଙ୍କୁ ୩୦ ହଜାର ଟଙ୍କା ଦେବାକୁ କହିଥିଲେ। ଏଥିରେ ଘରେ ଥିବା ମହିଳା ଜଣଙ୍କ ତାଙ୍କ ନିକଟରେ କିଛି ଟଙ୍କା ନଥିବା କହିବା ବେଳେ ନିଜେ ପିନ୍ଧିଥିବା ଏକ କାନଫୁଲ କୁ ଦେବାକୁ କହିବା ସହ କାନ‌ଫୁଲ ନେଇ ଫେରାର ହୋଇ ଯାଇଥିଲେ। ଘଟଣା ନେଇ ପୁଲିସ ରେ କୈାଣସି ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories