www.samajalive.in
Tuesday, December 9, 2025
17.1 C
Bhubaneswar

ଅଗଷ୍ଟ ୧ ଯାଏଁ ଆଂଶିକ ତାଲାବନ୍ଦ ; ରାଜ୍ୟ ପାଇଁ ନୂଆ ଗାଇଡ ଲାଇନ

ଭୁବନେଶ୍ୱର : ରାଜ୍ୟ ପାଇଁ ନୂଆ ଗାଇଡ଼ଲାଇନ ସହ ପୁଣି ବୃଦ୍ଧି ହେଲା ଆଂଶିକ ତାଲାବନ୍ଦ। ଅଗଷ୍ଟ ୧ ଯାଏଁ ଆଂଶିକ ତାଲାବନ୍ଦ ନେଇ ଆଜି ସାମ୍ବାଦିକ ସମ୍ମିଳନୀ ଯୋଗେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି। କାଟେଗୋରୀ ଏରେ ୨୦ ଓ ବି ରେ ୧୦ ଜିଲା ପୂର୍ବପରି ରହିବ । କାଟେଗୋରୀ ଏରେ ରାତି ୮ଟା ଯାଏଁ ଦୋକାନ ଖୋଲା ରହିବ ବୋଲି ନିଷ୍ପତ୍ତି ନିଆଯାଇଥିବା ବେଳେ ହୋଟେଲ ଓ ରେସ୍ତୋରାଁରେ କେବଳ ପାର୍ସଲ ପାଇଁ ଅନୁମତି ମିଳିବ। ବିବାହ ଓ ଶୁଦ୍ଧି କାର୍ଯ୍ୟରେ ପୂର୍ବପରି କଟକଣା ବଳବତ୍ତର ରହିବ।
ମାତ୍ର ପୂର୍ବରୁ କାଟେଗୋରୀ ଏ ରେ ଥିବା ୨୦ ଜିଲାରେ ବସ ଚଳାଚଳ କରୁଥିବା ସମୟରେ ଏବେ ସମସ୍ତ ଜିଲାରେ ବସ ଚଳାଚଳ କରିବ। ସମଗ୍ର ରାଜ୍ୟରେ ବସ ଚଳାଚଳ କରିବା ସହ ଯେତିକି ସିଟ୍‍ ସେତିକି ଯାତ୍ରୀ ଯିବେ।
ମାତ୍ର ପୁରୀରେ ଜୁଲାଇ ୨୫ ପର୍ଯ୍ୟନ୍ତ ବସ ଚଳାଚଳକୁ ବାରଣ କରାଯାଇଛି। ମଲ୍‍ , ସିନେମା ହଲ, ପାର୍କ ପୂର୍ବ ପରି ବନ୍ଦ ରହିବ।
କାଟେଗୋରୀ ଏରେ ରାତି ୮ଟା ଯାଏଁ ଦୋକାନ ଖୋଲା ରହିବା ସହ ସପ୍ତାହକ ୭ ଦିନ ଦୋକାନ ବଜାର ଖୋଲା ରହିବ। କାଟେଗୋରୀ ବି ରେ ସନ୍ଧ୍ୟା ୫ଟା ଯାଏଁ ଦୋକାନ ବଜାର ଖୋଲା ରହିବ ସହ ସପ୍ତାହରେ ୫ ଦିନ ଦୋକାନ ଖୋଲାଯିବ। କାଟେଗୋରୀ ବି ରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ। ଏହାସହ ଏଠାରେ ସପ୍ତାହନ୍ତ ସଟଡାଉନ ବଳବତ୍ତର ରହିବ। ସାରା ରାଜ୍ୟରେ ପାର୍ଲର, ସ୍ପା, ଜିମ, ସେଲୁନ ଆସନ୍ତା କାଲି ଠାରୁ ଖୋଲିବ।
ଟ୍ୟାକ୍ସି, ଅଟୋ, ରିକ୍ସା ସମଗ୍ର ରାଜ୍ୟରେ ଚଳାଚଳ କରିବ। ଦୋକାନ ବଜାର ଯେତିକି ସମୟ ଖୋଲିବ , ସେତିକି ସମୟ ଟ୍ୟାକ୍ସି ,ଅଟୋ ଚାଲିବ। ସ୍କୁଲ, କଲେଜ , କୋଚିଂ ସେଣ୍ଟର ବନ୍ଦ ରହିବ।
ବିନା ଦର୍ଶକରେ ଆଉଟଡ଼ୋର ସ୍ପୋର୍ଟ ସବୁକୁ ସରକାର ଅନୁମତି ଦେଇଛନ୍ତି। ସାରା ରାଜ୍ୟରେ ଇନଡ଼ୋର ଓ ଆଉଟଡ଼ୋର ଚଳଚ୍ଚିତ୍ର ସୁଟିଂକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି।
ଏହାସହ ରାଜ୍ୟ ସରକାରଙ୍କ ସମସ୍ତ ଗାଇଡ ଲାଇନ ପାଳନ କରିବା ସହ ଭିଡ ସ୍ଥାନକୁ ନ ଯିବା କିମ୍ବା ଭିଡ କରିବା ନାହିଁ ଏହାସହ ନିଜ କାର୍ଯ୍ୟସ୍ଥଳୀକୁ ଯିବା ସହ ସମସ୍ତ କୋଭିଡ ନିୟମ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ଓ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ନାହିଁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ସତର୍କତା ଅବଲମ୍ବନ ସହ ସମସ୍ତ ନିୟମବଳୀ ପାଳନ ପାଇଁ ରାଜ୍ୟବାସୀଙ୍କୁ କହିଛନ୍ତି। ଯେଉଁ ବ୍ୟବସାୟୀ ଅଥବା ଅନ୍ୟମାନେ କରୋନା କଟକଣା ଉଲ୍ଲଙ୍ଘନ କରିବେ ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories