www.samajalive.in
Tuesday, December 9, 2025
16.1 C
Bhubaneswar

ଶ୍ରମିକମାନଙ୍କୁ କୋଭିଡ ସହାୟତା ନିମନ୍ତେ ବିଡ଼ିଓଙ୍କୁ ଦାବିପତ୍ର

ବେଗୁନିଆ : କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ  ଯୋଗୁଁ ଦୀର୍ଘ ୨ ମାସ ହେଲା ସରକାର ତାଲାବନ୍ଦ ଏବଂ ସଟଡାଉନ ଜାରି ରଖିଛନ୍ତି । ଶ୍ରମିକ ମାନଙ୍କର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ ହୋଇଯାଇଛି ।ସେଥିପାଇଁ ଶ୍ରମିକ ମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି ।ଫଳରେ ଭାରତୀୟ ମଜଦୁର ସଂଘ ଖୋର୍ଦ୍ଧା ଜିଲ୍ଲା ତରଫରୁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ୪ ଦଫା ଦାବି ସମ୍ବଳିତ ଦାବିପତ୍ର ବେଗୁନିଆ ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି ।ଦାବି ଗୁଡିକ ମଧ୍ୟରେ ଶ୍ରମିକମାନଙ୍କ ଦୈନିକ ମଜୁରୀ ବ୍ୟତୀତ ୫୦ ଟଙ୍କା ବର୍ଦ୍ଧିତ ରାଶି ଚଳିତ ବର୍ଷ ଅପ୍ରେଲରୁ ଜୁନ ମଧ୍ୟରେ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଉ ।ଶ୍ରମିକ ମାନଙ୍କ ଅବଗତି ନିମିତ୍ତ ପ୍ରତେକ ପଂଚାୟତରେ ଧେଣ୍ଡୁରା ମାଧ୍ୟମରେ ଜଣାଯାଉ ।ଶ୍ରମିକମାନଙ୍କ ନାମ ତାଲିକା ସାର୍ବଜନୀନ କରାଗଲେ ଶ୍ରମିକମାନେ ଦଲାଲଙ୍କ ଶୀକାର ହେବେନାହିଁ ।ଚଳିତବର୍ଷ ଏମ୍ ନରେଗା କାର୍ୟ୍ୟ ବିଳମ୍ବରେ ଆରମ୍ଭ ହୋଇଥିବା ଯୋଗୁଁ ଶ୍ରମିକମାନଙ୍କୁ ୧୦୦ ଦିନର କାମ ନିଶ୍ଚିତ ପ୍ରଦାନ କରାଯାଉ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories