www.samajalive.in
Monday, December 8, 2025
27.1 C
Bhubaneswar

ମହିଳା ଦିନିକିଆ ବ୍ୟାଟିଂ ମାନ୍ୟତା, ମିତାଲିଙ୍କୁ ପଛରେ ପକାଇ ଶୀର୍ଷରେ ଟେଲର

ଦୁବାଇ: ଆଇସିସି ତରଫରୁ ମଙ୍ଗଳବାର ଜାରି ମହିଳା ଦିନିକିଆ ବ୍ୟାଟିଂ ମାନ୍ୟତାରେ ଭାରତୀୟ ଅଧିନାୟିକା ମିତାଲି ରାଜ୍‌ଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ୱେଷ୍ଟଇଣ୍ଡିଜ୍‌ର ଅଧିନାୟିକା ଷ୍ଟୋଫାନି ଟେଲର। କେବଳ ବ୍ୟାଟିଂ ନୁହେଁ; ଅଲରାଉଣ୍ଡର ମାନ୍ୟତାରେ ମଧ୍ୟ ଟେଲର ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ପାକିସ୍ତାନ ବିପକ୍ଷ ପ୍ରଥମ ଦିନିକିଆରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲେ ଟେଲର। ସେ ୩ଟି ୱିକେଟ୍ ହାସଲ କରିଥିବା ବେଳେ ଅପରାଜିତ ୧୦୫ ରନ୍‌ କରି ଦଳକୁ ଜିତାଇଥିଲେ। ଫଳରେ ଟେଲର ବ୍ୟାଟିଂ ମାନ୍ୟତାରେ ୪ଟି ସ୍ଥାନ ଉପରକୁ ଉଠି ମିତାଲିଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିଥିଲେ। ଭାରତର ବରିଷ୍ଠ ବୋଲର ଝୁଲଣ ଗୋସ୍ବାମୀ ବୋଲିଂ ମାନ୍ୟତାରେ ୫ମ ସ୍ଥାନରେ ଥିବା ବେଳେ ଅଲରାଉଣ୍ଡର ମାନ୍ୟତାରେ ଦୀପ୍ତି ଶର୍ମା ୫ମ ସ୍ଥାନରେ ରହିଛନ୍ତି। ଟ୍ବେଣ୍ଟି୨୦ ବୋଲିଂ ମାନ୍ୟତାରେ ଭାରତର ପୁନମ୍‌ ଯାଦବ ୫ଟି ସ୍ଥାନକୁ ଉପରକୁ ଉଠି ୭ନଂରେ ରହିଛନ୍ତି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories