www.samajalive.in
Monday, December 8, 2025
20.1 C
Bhubaneswar

ଟୋକିଓ ଅଲିମ୍ପିକ୍‌ସ – ଭାରତରୁ ପ୍ରତିନିଧିତ୍ବ କରିବେ ୧୧୯ କ୍ରୀଡ଼ାବିତ୍‌

ଅସୀଚାଳନା, ସନ୍ତରଣ ଓ ପାଲଟଣା ନୌଚାଳନା ପ୍ରଥମ

ନୂଆଦିଲ୍ଲୀ: କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍‌ସ ଚଳିତ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିରେ ୧୧୯ ଜଣ ଖେଳାଳି ଓ ୧୦୯ ଜଣ ସହଯୋଗୀ ସଦସ୍ୟଙ୍କ ସମେତ ମୋଟ ୨୨୮ଜଣ ଭାରତୀୟ ପ୍ରତିନିଧି ଅଂଶଗ୍ରହଣ କରିବେ। ୧୮ଟି କ୍ରୀଡ଼ା ଶୃଙ୍ଖଳାରେ ୧୧୯ଜଣ ଭାରତୀୟ ଖେଳାଳି ୮୫ଟି ପଦକ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବେ। ସେମାନଙ୍କ ମଧ୍ୟରେ ୬୭ ପୁୁରୁଷ ଓ ୫୨ ଜଣ ମହିଳା ପ୍ରତିଯୋଗୀ ରହିଛନ୍ତି। ପୂର୍ବ ଅଲିମ୍ପିକ୍‌ସ ତୁଳନାରେ ସବୁଠାରୁ ବଡ ଦଳ ଭାରତ ଅଲିମ୍ପିକ୍‌ସକୁ ପଠାଉଛି। ୬୯ଟି କ୍ରମବର୍ଦ୍ଧିଷ୍ଟୁ ଶ୍ରେଣୀରୁ ୧୮ଟିରେ ପ୍ରତିନିଧିତ୍ବ ଦେଶ ପାଇଁ କୌଣସି ଅଲିମ୍ପିକ୍‌ସରେ ସର୍ବାଧିକ।

- Advertisement -

ତୀରନ୍ଦାଜୀ, ଦୌଡ଼କୁଦ, ବ୍ୟାଡ଼ମିଣ୍ଟନ, ମୁଷ୍ଟିଯୋଦ୍ଧା, ଅସୀଚାଳନା, ଗଲ୍ଫ, ଜିମ୍ନାଷ୍ଟିକ୍, ହକି, ଜୁଡୋ, ନୌଚାଳନା, ପାଲଟଣା ନୌଚାଳନା, ବନ୍ଧୁକଚାଳନା, ସନ୍ତରଣ, ଟେବୁଲ ଟେନିସ, ଟେନିସ, ଭାରୋତ୍ତୋଳନ, କୁସ୍ତିରେ ଭାରତୀୟ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିବେ। ଅସୀଚାଳିକା ଭବାନୀ ଦେବୀ ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିଛନ୍ତି। ନେତ୍ରା କାମାନନ୍ ନୌଚାଳନାରେ ଭାରତର ପ୍ରଥମ ମହିଳା ଭାବେ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିଛନ୍ତି। ସନ୍ତରଣରେ ସଜ୍ଜନ କୁମାର, ଶ୍ରିହରୀ ନଟରାଜ୍‌ ଓ ମାନା ପଟେଲ ଭାରତରୁ ପ୍ରଥମ ସନ୍ତରଣକାରୀ ଭ​‌ାବେ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିଛନ୍ତି। ଦୌଡ଼କୁଦରେ ସର୍ବାଧିକ ୨୬ଜଣ ରହିଥିବା ବେଳେ ସୁଟିଂରେ ୧୫, ମୁଷ୍ଟିଯୋଦ୍ଧାରେ ୯ ଓ କୁସ୍ତିରେ ୭ଜଣ ପ୍ରତିଯୋଗୀ ରହିଛନ୍ତି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories