www.samajalive.in
Monday, December 8, 2025
14.1 C
Bhubaneswar

ସମୟ ପ୍ରତି ବିଶେଷ ଧ୍ୟାନ ସହ ଜାଣନ୍ତୁ କିଛି ବିଶେଷ କଥା ଏଠାକାର ବାସିନ୍ଦାଙ୍କ ବିଷୟରେ

ଜାପାନ ନିଜର ସଂସ୍କୃତି,ଖାଦ୍ୟପେୟ ଏବଂ ପ୍ରଯୁକ୍ତି ବିଦ୍ୟା ପାଇଁ ସାରା ବିଶ୍ୱରେ ବେଶ ପ୍ରସିଦ୍ଧ। ଏହା ଏସିଆର ସବୁଠାରୁ ବିକଶିତ ଦେଶ ଭାବେ ପରିଗଣିତ। ଏଠାକାର ଲୋକମାନେ ଦୁନିଆର ଅନ୍ୟ ଲୋକଙ୍କ ତୁଳନାରେ ଅଧିକ କର୍ମପ୍ରିୟ ଲୋକେ ବୋଲି କୁହାଯାଏ। ଏହି ଦେଶ ସହ ଜଡିତ କିଛି ରୋଚକ କଥା ଜାଣନ୍ତୁ
ପିଲାମାନଙ୍କ ପାଇଁ ବିଶେଷ ନିୟମ
ଜାପାନରେ ଥିବା ପିଲାମାନଙ୍କ ମଧ୍ୟ କିଛି ନିୟମ ରହିଛି। ଯେଉଁ ନିୟମ ଅନୁଯାୟୀ, ୧୦ ବର୍ଷ ବୟସ ପିଲାମାନଙ୍କୁ କୌଣସି ପ୍ରକାର ପରୀକ୍ଷା ଦେବାକୁ ପଡିବ ନାହିଁ। ୧୦ ବୟସ ବର୍ଷ ପର୍ୟ୍ୟନ୍ତ ପିଲାମାନେ କେବଳ ନିଜର ପିଲାଦିନକୁ ହସଖୁସିରେ ଉପଭୋଗ କରିବାକୁ ସୁଯୋଗ ଦିଆଯାଏ।
ସମୟ ପ୍ରତି ବିଶେଷ ଧ୍ୟାନ
ଜାପାନର ଲୋକମାନେ ଖୁବ ସମୟାନୁବର୍ତ୍ତୀ ଅଟନ୍ତି। ଠିକ ସମୟରେ ସଠିକ କାର୍ୟ୍ୟ ତଥା ଯେକୌଣସି କାର୍ୟ୍ୟ କରିବା ପାଇଁ ସଠିକଭାବେ ସମୟର ପ୍ରୟୋଗ କରିବା ଦୃଷ୍ଟିରୁ କୋଣରୁ ଏଠାରେ ଲୋକେ ସମଗ୍ର ବିଶ୍ୱରେ ବେଶ ଜଣାଶୁଣା। କେବଳ ଏତିକି ନୁହେଁ ଏଠାରେ ଚଳାଚଳ କରୁଥିବା ଟ୍ରେନ ଗୁଡ଼ିକ ମଧ୍ୟ ୩୦ ସେକେଣ୍ଡରୁ ଅଧିକ ବିଳମ୍ବ ହୋଇନଥାଏ।
ଜାପାନରେ ଉଚ୍ଚ ସ୍ୱରରେ କହିବା, କିମ୍ବା ସର୍ବସାଧାରଣ ସ୍ଥାନରେ କିଛି ପ୍ରକାରର ଜିନିଷକୁ ଶୁଙ୍ଘିବା , ଅସଭ୍ୟ ବୋଲି ବିବେଚନା କରାଯାଏ। କେବଳ ଏତିକି ନୁହେଁ ଏଠାରେ ଏଠାରେ ଦୁଇ ଜଣ ଏକାଠି ହାତ ଧରି ଚାଲିବା ମଧ୍ୟ ଭଲ ବୋଲି ବିବବେଚନା କରାଯାଏ ନାହିଁ। ଜାପାନରେ ନବବର୍ଷର ଆନନ୍ଦରେ ଲୋକେ ପ୍ରଥମେ ମନ୍ଦିରକୁ ଯାଇ ୧୦୮ ଥର ଘଣ୍ଟି ବଜାନ୍ତି।
ଜାପାନର ରୀତିନୀତି ଏବଂ ପରମ୍ପରା ଅତ୍ୟନ୍ତ ସ୍ୱତନ୍ତ୍ର। ଆମ ଦେଶରେ ଯେଭଳି ହାତ ଯୋଡ଼ି ନମସ୍କାର କରିବାର ପ୍ରଥା ରହିଛି, ସେଭଳି ଜାପାନରେ ପରସ୍ପରକୁ ଦେଖି ନଇଁ କରି ଅଭିବାଦନ ଅର୍ଥାତ ସମ୍ମାନ ଜଣାଇଥାଆନ୍ତି।
ଜାପାନର ଲୋକମାନେ ସ୍ୱଚ୍ଛତା ପ୍ରତି ଅଧିକ ସଚେତନ। ବିଦ୍ୟାଳୟରେ ଉଭୟ ଛାତ୍ର ଓ ଶିକ୍ଷକ ଶ୍ରେଣୀ ଶ୍ରେଣୀଗୃହ ସଫା କରନ୍ତି। ଅନ୍ୟ ଦେଶ ତୁଳନାରେ ଏଠାକାର ଲୋକେ ମଧ୍ୟ ଦୀର୍ଘାୟୁ ଅଟନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories