www.samajalive.in
Monday, December 8, 2025
13.1 C
Bhubaneswar

ଅର୍ଦ୍ଧ ପାଗଳ ଯୁବକର ଉନ୍ମତକାଣ୍ଡ

ଜି.ଉଦୟଗିରି : ଜି.ଉଦୟଗିରି ଥାନା ଅନ୍ତର୍ଗତ ଲିଙ୍ଗାଗଡ ଗ୍ରାମରେ ରହୁଥିବା ବିମଳ ମାଝି (୨୫ ) ନାମକ ଜଣେ ଅର୍ଦ୍ଧ ପାଗଳ ଯୁବକ ଉନ୍ମତ କାଣ୍ଡ ଘଟାଇଥିବା ଜଣାପଡିଛି। ବିମଳ କିଛି ଦିନ ହେଲା ଲିଙ୍ଗାଗଡ ଗ୍ରାମର ଶଙ୍କର ପ୍ରଧାନଙ୍କ ଘରେ ରହି ମଜୁରୀ ଖଟି ନିଜେ ଚଳୁଥିଲା। ଗତ ୭ ତାରିଖରେ ହଠାତ୍ ପାଗଳାମୀ ହୋଇ ଲିଙ୍ଗାଗଡ ପଞ୍ଚାୟତ ସ୍ଥିତ କୁଟୁଲୁମ୍ବାର ଏକ ଚାଷ ଜମି ନିକଟରେ ଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟ ଉପରେ ଚଢିଯାଇ ବିଦ୍ୟୁତ ସଂସ୍ପର୍ଶରେ ଆସି ଛିଟିକି ତଳେ ପଡି ଯାଇଥିଲା।ନିକଟରେ କାମ କରୁଥିବା ମାନିନୀ ନାୟକ ଘଟଣା ଜାଣିଲା ପରେ ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ। ଜି.ଉଦୟଗିରି ବିଦ୍ୟୁତ ବିବାଗ କନିଷ୍ଠ ଯନ୍ତ୍ରୀ ପବିତ୍ର କୁମାର ସାହୁ ବିଦ୍ୟୁତ ସଂଯୋଗ ବିଛିନ୍ନ କରିବା ସହ ୧୦୮କୁ ଖବର ଦେଇ ସ୍ଥାନୀୟ ଲାଇନମ୍ୟାନ ସହାୟତାରେ ଜି.ଉଦୟଗିରି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ତାକୁ ଚିକିତ୍ସା ପାଇଁ ଭର୍ତ୍ତୀ କରିଥିବା ବେଳେ ବିମଳର ଦୁଇ ପାପୁଲିରେ ଆଘାତ ଲାଗିଥିବା ଜଣାପଡିଛି। ପରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁ ଘଟଣା ସମ୍ପର୍କରେ ଏକ ଏତଲା ଦେଇଥିବା ଜଣାପଡିଛି। ପୁଲିସ ପ୍ରାଥମିକ ତଦନ୍ତ ବେଳେ ସ୍ଥାନୀୟ ଲୋକଙ୍କଠୁ ଜାଣିବାକୁ ପାଇଲେ ଯେ ବିମଳ ଲିଙ୍ଗାଗଡ ଶଙ୍କର ପ୍ରଧାନଙ୍କ ଘରେ ରହି ମୂଲିଆ କାମ କରୁଥିଲା। ଘଟଣା ଦିନ ବିମଳ ନିଶାଶକ୍ତ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟରେ ଚଢିଥିବା ବେଳେ ସେ ଜଣେ ଅର୍ଦ୍ଧ ପାଗଳ ବୋଲି ଗ୍ରାମବାସୀଙ୍କ ଠାରୁ ଜାଣିବାକୁ ପାଇଥିଲେ ବୋଲି ଥାନା ଅଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories