www.samajalive.in
Tuesday, December 9, 2025
16.1 C
Bhubaneswar

କରୋନା ; ଏହି ୪ଟି କାରଣରୁ ହୋଇପାରେ ରୋଗପ୍ରତିରୋଧ ଶକ୍ତି ଦୁର୍ବଳ

କରୋନା ଭୂତାଣୁ କବଳରୁ ନିଜକୁ ରକ୍ଷା କରିବା ପାଇଁ କୋଭିଡ ନିୟମର ପାଳନ କରିବା ନିତ୍ୟାନ୍ତ ଆବଶ୍ୟକ। ଏବେ ମଧ୍ୟ କରୋନାର ୨ୟ ତରଙ୍ଗ ଜାରି ରହିଛି। କରୋନାର ଡେଲଟା ଭାରିଆଣ୍ଟ ଏବେ ଚିନ୍ତାର କାରଣ ପାଲଟିଛି। ୩ୟ ତରଙ୍ଗ ପାଇଁ ବାରମ୍ବାର ସଚେତନ ରହିବା ପାଇଁ ଓ କୋଭିଡ ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି। ଏହାସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ବିଭିନ୍ନ ଉପାୟ ମଧ୍ୟ ଆପଣାଉଛନ୍ତି। ମାତ୍ର ଏହି ସମୟରେ ହେଉଥିବା କେତେକ ଭୁଲ ପାଇଁ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପାରେ। ଜାଣନ୍ତୁ….
ଅନେକ ସମୟରେ ଲୋକେ ରୋଷେଇ ପ୍ରସ୍ତୁତ କରିବା ସମୟରେ ଜଲଦି ଜଲଦି ରୋଷେଇ ହେବା କରି ଅଧିକ ଆଞ୍ଚରେ ପ୍ରସ୍ତୁତ କରିଥାଆନ୍ତି। ଏହାଦ୍ୱାରା ଖାଦ୍ୟରେ ପୋଷକ ତତ୍ତ୍ୱ ମଧ୍ୟ ନଷ୍ଟ ହୋଇଥାଏ। ଏହାସହ ସଠିକ ଭାବେ ପ୍ରସ୍ତୁତ ନହେବା ଦ୍ୱାରା କିଛି ପନିପରିବା ଅଧା ପ୍ରସ୍ତୁତ ହୋଇଥାଏ।
ସଠିକ ପରିମାଣରେ ପାଣି ପିଅନ୍ତୁ। ଡାକ୍ତର ମଧ୍ୟ ସଭିଁଙ୍କୁ ଏହି ପରାମର୍ଶ ଦେଇଥାଆନ୍ତୁ। ମାତ୍ର ଅଧିକ ରୁ ଅଧିକ ପାଣି ପିଇବା ଉଚିତ ନୁହେଁ। ଏହା ଶରୀର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ।
ଅଧିକାଂଶ ସମୟରେ ଲୋକେ କାମ ପ୍ରଭାବରେ ସଠିକ ସମୟରେ ଓ ସଠିକ ପରିମାଣରେ ଖାଦ୍ୟ ଖାଇପାରନ୍ତି ନାହିଁ। ବହୁ ବିଳମ୍ବରେ ଖାଦ୍ୟ ଖାଇଥାଆନ୍ତି। ଏହାଦ୍ୱାରା ଶରୀର ଦୁର୍ବଳ ହେବା ସହ ଅନେକ ନକରାତ୍ମକ ପ୍ରଭାବ ପକାଇଥାଏ। ଶରୀରର ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ।
ଜଙ୍କ ଫୁଡ୍‍ – କରୋନା ଭୂତାଣୁ ପାଇଁ ଅନେକ ଲୋକେ ଏବେ ଘରେ ପିଜ୍ଜା, ବର୍ଗର, ଅନ୍ୟ ଖାଦ୍ୟ ଖାଉଛନ୍ତି। ଏହାର ଅଧିକ ସେବନ ଦ୍ୱାରା ମୋଟାପଣ ବୃଦ୍ଧି ହେବା ସହ ଶରୀରର ସମସ୍ୟା ସୃଷ୍ଟି ହୋଇ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories