www.samajalive.in
Monday, December 8, 2025
27.1 C
Bhubaneswar

ନକଲି ଜିନ୍ସ ମାମଲା, ଜଣେ ଗିରଫ

ସମ୍ବଲପୁର: ସମ୍ବଲପୁରର ଲକ୍ଷ୍ମୀ ଟକିଜ ଛକରେ ସ୍ଥିତ କପଡା ଦୋକାନରୁ ନକଲି ଜିନ୍ସ ପ୍ୟାଣ୍ଟ ଧରା ପଡିବା ମାମଲାରେ ପୁଲିସ ଜଣକୁ ଗିରଫ କରିଛି। ଟାଉନ ପୁଲିସର ସୂଚନାନୁଯାୟୀ, ରାଜଧାନୀ ନୁଆଦିଲ୍ଲୀର ଯୁଗଳ କିଶୋର ଅହୁଜାଙ୍କ ଅଭିଯୋଗ ଅନୁଯାୟୀ, ଲକ୍ଷ୍ମୀ ଟକିଜ ଛକରେ ସ୍ଥିତ ଫେସନ ୱାଲର୍ଡ ନାମକ କପଡା ଦୋକାନରେ ସୋମବାର ପୁଲିସ ଚଢ଼ଉ କରିଥିଲା। କପଡା ଦୋକାନୀ ‘ସ୍ପାର୍କି’ କମ୍ପାନୀ ନାମରେ ନିର୍ମିତ ନକଲି ଜିନ୍ସ ପ୍ୟାଣ୍ଟ ଗୁଡିକୁ ଶସ୍ତା ଦରରେ ବିକ୍ରି କରି କମ୍ପାନୀର ନାମ ଜିଏସଟି, ଆୟକର, ରାଜ୍ୟସ୍ୱ ଓ କଷ୍ଟମ କର ଫାଙ୍କି ଚାଲୁଥିଲେ। ନକଲି ଜିନ୍ସ ପ୍ୟାଣ୍ଟ ବିକ୍ରି କରିବା ଦ୍ୱାରା କମ୍ପାନୀର ବଦନାମ ହେବା ସହିତ ବ୍ରାଣ୍ଡ ଭେଲୁ ମଧ୍ୟ ନିମ୍ନଗାମୀ ହେଉଥିଲା। ଏଣୁ ଚଢ଼ଉ ସମୟରେ ୧୩୦ଟି ନକଲି ଜିନ୍ସ ପ୍ୟାଣ୍ଟ ଓ ନକଲି ରସିଦ ଗୁଡିକୁ ପୁଲିସ ଜବତ କରିଛି। ଏଣୁ ଟାଉନ ଥାନାରେ ମାମଲା ସଂଖ୍ୟା ୨୭୯/୨୦୨୧ ରୁଜୁ କରାଯାଇଛି। ଏହି ମାମଲାରେ ସୋନାପାଲି ଗୋସିଆ ମସଜିଦ ନିକଟ ନିବାସୀ ମହମ୍ମଦ ସେରୁ (୪୨) କୁ ପୁଲିସ ଗିରଫ କରି ସାମଗ୍ରୀ ଗୁଡିକୁ ଜବତ କରିଛି ଏବଂ ଘଟଣାର ତଦନ୍ତ ଜାରି ରହିଛି ବୋଲି ଟାଉନ ପୁଲିସ ସୂଚନା ଦେଇଛି।

ସୂଚନାଯୋଗ୍ୟ ଯେ, ବୀର ସୁରେନ୍ଦ୍ର ସାଏ ମାର୍ଗ (ଲକ୍ଷ୍ମୀ ଟକିଜ ଛକ) ସ୍ଥିତ ଫେସନ ୱାର୍ଲଡ ନାମକ ଦୋକାନରେ ନାମୀ ଜିନ୍ସ ପ୍ୟାଣ୍ଟ ‘ସ୍ପାର୍କି’ ର ନକଲି ପ୍ୟାଣ୍ଟ କମ ଦାମରେ ବିକ୍ରି ହେଉଥିବାର ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ବଜାରରେ ସ୍ପାର୍କୀ କମ୍ପାନୀର ଜିନ୍ସ ପ୍ୟାଣ୍ଟ ଗୁଡିକ ୧୫ ଶହ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଦୋକାନୀ ନକଲି ପ୍ୟାଣ୍ଟ ଗୁଡିକୁ ୭ ଶହରୁ ୮ ଶହ ଟଙ୍କା ମଧ୍ୟରେ ବିକ୍ରି କରୁଥିବାର କମ୍ପାନୀକୁ ଖବର ମିଳିବାରୁ ପୁଲିସକୁ ସୂଚନା ଦିଆଯାଇଥିଲା। ଟାଉନ ଥାନାକୁ ଲାଗିକି ରହିଥିବା ଏହି ଦୋକାନରେ ବହୁ ଦିନରୁ ଏଭଳି ଗୋରଖ ଧନ୍ଦା ଚାଲୁଥିବା ବେଳେ ଟାଉନ ପୁଲିସକୁ ଏହା ଜଣା ନ ପଡିବା ଏବଂ କମ୍ପାନୀର ଅଭିଯୋଗ ପରେ ଚଢ଼ଉ କରିବା ଘଟଣା ସମସ୍ତଙ୍କୁ ଆର୍ଶ୍ଚର୍ଯ୍ୟ ଚକିତ କରିଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories