ଚିକିଟି: ଦିନ ଥିଲା ଜମିରେ ବଳଦ ଓ ପୋଢ଼ଙ୍କୁ ନେଇ ଚାଷ ବେଉଷଣ କରାଯାଉଥିଲା। ସେହି ଗୃହ ପାଳିତ ପଶୁମାନଙ୍କ ଠାରୁ ବିଭିନ୍ନ ଦିଗରେ ଲୋକ ଲାଭ ଉଠାଉ ଥିଲେ। ଜମିରେ ଚାଷ ବେଉଷଣ ଠାରୁ ଆରମ୍ଭ କରି ଖତ ଓ ଜାଳେଣୀ ମଧ୍ୟ ସଂଗ୍ରହ କରାଯାଉଥିଲା। ଦିନକୁ ଦିନ ପୁରୁଣା ଢାଞ୍ଚା ବଦଳି ଗଲା। ଅତ୍ୟାଧୁନିକ ଯନ୍ତ୍ରରେ ଚାଷକଲା। ବଳଦ ହଳ ଲଙ୍ଗଳ ଠାରୁ ଦୂରେଇ ଗଲା। ଲଙ୍ଗଳ ଉପରେ ଭରସା କଲା। ଯାହା ଫଳରେ ଜମିରେ ଜୈବିକ ସାର ଆଉ ପଡିଲା ନାହିଁ, ରାସାୟନିକ ସାର ଉପରେ ସମ୍ପର୍ଣ୍ଣ ନିର୍ଭର କଲା ତାର ପ୍ରଭାବ ଆଜି ଚାଷୀଙ୍କ ଉପରେ ପଡିଛି।
ଏପରି ଘଟଣା ଦେଖିବାକୁ ମିଳିଛି ବାଚସ୍ବତୀଙ୍କ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତର ଜକର ଗ୍ରାମରେ। ଜଣେ ୬୦ ବର୍ଷର ବୃଦ୍ଧ ଜମିରେ ବିହନ ବୁଣୁଛନ୍ତି। ବିହନ ବୁଣିବା ପରେ ନିଜେ କାନ୍ଧରେ ଦାନ୍ତିମଇ ପଟା ଟାଣୁଛନ୍ତି। ଚାଷୀ ଜଣକ ହେଉଛନ୍ତି କୃପାସିନ୍ଧୁ ପ୍ରଧାନ। ଏନେଇ ଚାଷୀ ଜଣକୁ ପଚାରିବାରୁ ସେ କହିଛନ୍ତି ଯେ ମୋର ମୋର ହଳେ ବଳଦ ଥିଲା , ହଳ ଲଙ୍ଗଳରେ ଚାଷ କରୁଥିଲି, ପଡୋଶୀ ଚାଷୀ ମାନେ କଳ ଲଙ୍ଗଳରେ ଚାଷ କରି ଶୀଘ୍ର ଚାଷ କରି ଅମଳ କରୁଛନ୍ତି। ତାଙ୍କ ପାଖରେ ମୁ ପଛୁଆ ପଡିବାରୁ ବଳଦ ବିକି ଗୋଟିଏ ପାୱାର ଟିଲର ଆଣିଲି କିନ୍ତୁ ମେସିନରେ ମଇ ଦେଇ ହେଉନି କି ହିଡ ପାଖକୁ ଲଙ୍ଗଳ ଯାଉନି। ଏଣୁ ମୋତେ ନିଜେ ମଇ ଟାଣିବାକୁ ପଡୁଛି। କଷ୍ଟ ହେଉଛି କିନ୍ତୁ କରିବାକୁ ବାଧ୍ୟ। କଳ ଲଙ୍ଗଳ ଯେତିକି ତ୍ୱରିତ ଚାଷ ବେଉଷଣ କରୁଛି ସେତିକି କଷ୍ଟଦାୟକ ମଧ୍ୟ। ଯାହା ହେଲେ ମଧ୍ୟ ଚାଷ କରିବା ନହେଲେ ଖାଇବାକୁ ମିଳିବନି।
ସତରେ ୬୦ ବର୍ଷର ଏହି ଚାଷୀଙ୍କ ମନରେ ଯେପରି ଚାଷ ପାଇଁ ଉତ୍ସାହ ଅଛି ତାହା ଅନ୍ୟମାନଙ୍କ ପାଇଁ ପ୍ରେରଣା। ଯଦି ସରକାର ଓ ସରକାରୀ କର୍ମଚାରୀ କୃଷିପ୍ରତି ଚାଷକୁ ଗୁରୁତ୍ୱ ଦେବେ ଚାଷ ପ୍ରତି ଆଗ୍ରହ ସୃଷ୍ଟି ହେବା ସହ ଚାଷୀଙ୍କ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିନଥାନ୍ତା।



