www.samajalive.in
Thursday, December 11, 2025
23.1 C
Bhubaneswar

ଇଣ୍ଡୋନେସିଆର ବାଲି ସହରର ନିଆରା ‘ ତାନା ଲଟ୍’ ମନ୍ଦିର ‘

ଇଣ୍ଡୋନେସିଆରେ ଅବସ୍ଥିତ ଏକ ମନ୍ଦିର ଅତ୍ୟନ୍ତ ସ୍ୱତନ୍ତ୍ର। ଏହି ମନ୍ଦିର ସାଗର ଉପକୂଳରେ ଅବସ୍ଥିତ ଏକ ବଡ଼ ପର୍ବତ ଉପରେ ନିର୍ମିତ। ହଜାରେ ବର୍ଷ ମଧ୍ୟରେ ସମୁଦ୍ର ଜୁଆର ମାଡରେ ଏହି ପର୍ବତ ଏବେ ଛୋଟ ପଥର ଖଣ୍ଡରେ ପରିଣତ ହୋଇଛି। କିନ୍ତୁ ଏହି ନିଆରା ମନ୍ଦିର ନିର୍ମାଣର କାହାଣୀ ମଧ୍ୟ ଅତ୍ୟନ୍ତ କୌତୁହଳପୂର୍ଣ୍ଣ।

ଇଣ୍ଡୋନେସିଆର ବାଲି ସହରରେ ଥିବା ଏହି ମନ୍ଦିର ‘ତାନା ଲଟ୍’ ନାମରେ ବେଶ୍‌ ଜଣାଶୁଣା। ବାସ୍ତବରେ, ସ୍ଥାନୀୟ ଭାଷାରେ ‘ତାନା ଲଟ୍’ ର ଅର୍ଥ ସମୁଦ୍ର ସ୍ଥଳ। ବାଲି ସହରର ସମୁଦ୍ର କୂଳରେ ଥିବା ୭ଟି ମନ୍ଦିର ମଧ୍ୟରୁ ଏହି ମନ୍ଦିରଟି ଏକଦମ୍ ନିଆରା। କାରଣ ଏହାର ବିଶେଷତ୍ୱ ​​ହେଉଛି ମନ୍ଦିରଟି ଶୃଙ୍ଖଳ ବା ଜଞ୍ଜିର ଆକାରରେ ନିର୍ମିତ। ଯାହା ଅନ୍ୟ ମନ୍ଦିର ଠାରୁ ସ୍ପଷ୍ଟ ବାରି ହୋଇ ପଡେ।
୧୯୮୦ ମସିହାରେ ଏହି ମନ୍ଦିର ଉପରେ ଥିବା ପଥରଖଣ୍ଡ ଦୁର୍ବଳ ହେବାକୁ ଲାଗିଲା। ଏହା ପରେ ମନ୍ଦିର ଏବଂ ଏହାର ଆଖପାଖ ଅଞ୍ଚଳ ବିପଦପୂର୍ଣ୍ଣ ଘୋଷଣା କରାଗଲା। ପରେ ଜାପାନ ସରକାରଙ୍କ ସାହାଯ୍ୟରେ ଇଣ୍ଡୋନେସିଆ ସରକାର ଏହାକୁ ଉଦ୍ଧାର କରିଥିଲେ। ମନ୍ଦିରର ପ୍ରାୟ ଏକ ତୃତୀୟାଂଶକୁ କୃତ୍ରିମ ପଥରରେ ଆଚ୍ଛାଦିତ କରାଯାଇ ଏକ ନୂଆ ରୂପ ଦିଆଗଲା।

- Advertisement -

କୁହାଯାଏ, ୧୫ତମ ଶତାବ୍ଦୀରେ ନିରର୍ଥ ନାମକ ଜଣେ ପୁରୋହିତଙ୍କ ଦ୍ୱାରା ଏହି ମନ୍ଦିର ନିର୍ମିତ ହୋଇଥିଲା। ସମୁଦ୍ର କୂଳରେ ବୁଲି ବୁଲି ସେ ଏହି ସ୍ଥାନରେ ପହଞ୍ଚିଥିଲେ। ଏହି ସୌନ୍ଦର୍ୟ୍ୟମୟ ସ୍ଥାନକୁ ସେ ଖୁବ୍ ପସନ୍ଦ କରିଥିଲେ। ସେହି ଦିନ ସେଠାରେ ସେ ରାତି କଟାଇଥିଲେ। ପରେ ସେଠାରେ ସେ ଏକ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ନିକଟସ୍ଥ ମତ୍ସ୍ୟଜୀବୀମାନଙ୍କୁ ଡାକି ସେହି ସ୍ଥାନରେ ସମୁଦ୍ର ଦେବତାଙ୍କ ମନ୍ଦିର ନିର୍ମାଣ କରିଥିଲେ। ସେହି ମନ୍ଦିରରେ ମଧ୍ୟ ପୁରୋହିତ ନିରର୍ଥଙ୍କୁ ପୂଜା କରାଯାଏ।

ବିଶ୍ବାସ କରାଯାଏ ଯେ, ପର୍ବତ ତଳେ ଥିବା ଏକ ବିରାଟକାୟ ବିଷାକ୍ତ ସାପ ଏହି ମନ୍ଦିରକୁ ରକ୍ଷା କରିଥାଏ। ଏହା ମଧ୍ୟ ଶୁଣିବାକୁ ମିଳେ ଯେ, ପୁରୋହିତ ନିରର୍ଥ ନିଜ ଶକ୍ତି ଦ୍ବାରା ଏହି ସମୁଦ୍ର ସାପକୁ ସୃଷ୍ଟି କରିଥିଲେ। ଯିଏ ବର୍ତ୍ତମାନ ସୁଦ୍ଧା ମନ୍ଦିରର ସୁରକ୍ଷା ଦାୟିତ୍ବରେ ରହିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

Related Articles

Popular Categories