www.samajalive.in
Monday, December 8, 2025
27.1 C
Bhubaneswar

ମେସିନ କରୁଛି ଶ୍ରମିମାନଙ୍କ ମନରେଗା କାର୍ଯ୍ୟ, କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀଙ୍କ ଦାବି

ବେଗୁନିଆ: ବେଗୁନିଆ ବ୍ଲକ ଅଂଚଳରେ ଲୋକମାନେ କାମଧନ୍ଦା ନପାଇ ଦାଦନ ଖଟିବାକୁ ଯାଉଥିବାବେଳେ ଶ୍ରମିକମାନେ ଜବକାର୍ଡ଼ ଧରି ବସିଛନ୍ତି । ସେମାନେ କାମ ପାଉ ନ ଥିବାବେଳେ ମନରେଗାରେ ହେଉଥିବା କୋଟି କୋଟି ଟଙ୍କାର ଲୋକଙ୍କ କାର୍ଯ୍ୟ ଏଠାରେ ମେସିନ ଦ୍ୱାରା କରାଯାଉଥିବା ଦେଖିବାକୁ ମିଳୁଛି। ବ୍ଲକର ୨୧ ଟି ପଂଚାୟତରେ ଚାଲିଥିବା ସମସ୍ତ କାର୍ଯ୍ୟ ମେସିନ ଦ୍ୱାରା କରାଯାଉଥିବା ସ୍ଥାନୀୟ ଲୋକମାନେ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲାପାଳ ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କେହି ସେଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଏ ସଂକ୍ରାନ୍ତରେ କଣ୍ଟାବାଡ଼ ପଞ୍ଚାୟତବାସୀ ବିଭାଗୀୟ ସଚିବ, ୫ଟି ସଚିବ, ପିଡି ଖୋର୍ଦ୍ଧା, ଉପଜିଲ୍ଲାପାଳ, ଏସପି ଭିଜିଲାନ୍ସ ଏବଂ ବେଗୁନିଆ ବିଡ଼ିଓଙ୍କ ନିକଟରେ ଏକ ଅଭିଯୋଗ କରିଥିବା ଜଣାପଡିଛି।

ଅଭିଯୋଗ ଅନୁସାରେ, ୨୦୨୦-୨୧ ଏବଂ୨୦୨୧-୨୨ଆର୍ଥିକ ବର୍ଷରେ ପଂଚାୟତରେ ୫୦ ଲକ୍ଷରୁ ଉର୍ଧ୍ଵ ଟଙ୍କାର କାମ କରାଯାଉଛି । ସେଥିମଧ୍ୟରୁ କିଛି କାମ ସରିଯାଇଥିବା ବେଳେ ଆଉ କିଛି କାର୍ଯ୍ୟ ଚାଲୁ ରହିଛି। ମନରେଗା ଯୋଜନାରେ ଚାଲିଥିବା କାର୍ଯ୍ୟଗୁଡିକ ଜବକାର୍ଡ଼ଧାରୀ ମାନଙ୍କ ଦ୍ୱାରା କରା ନଯାଇ ଜେସିବି ମେସିନ ଦ୍ୱାରା କରାଯାଉଥିବାରୁ ଶ୍ରମିକମାନେ କାମ ନପାଇ ଦାଦନ ଖଟିବାକୁ ଯାଉଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ସମସ୍ତ କାର୍ଯ୍ୟ ବିଭାଗୀୟ କର୍ମଚାରୀମାନଙ୍କ ନାମରେ ରହୁଥିବାବେଳେ ଗ୍ରାମରେ ରହୁଥିବା ଶାସକଦଳର କିଛି ମୁଷ୍ଟିମେୟ ବ୍ୟକ୍ତି କାର୍ଯ୍ୟଗୁଡିକ ନିଜ ଇଚ୍ଛା ମୁତାବକ କରୁଛନ୍ତି । ଫଳରେ କାର୍ୟ୍ୟ ଗୁଡିକରେ ବ୍ୟାପକ ଦୁର୍ନୀତି ହେବା ସହ କାର୍ୟ୍ୟ ଗୁଡିକ ନିମ୍ନ ମାନର ହେଉଛି । ବ୍ଲକରେ ଚାଲିଥିବା ସମସ୍ତ କାର୍ୟ୍ୟର ଭିଜିଲାନ୍ସ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ସହିତ ଉଚ୍ଚ କର୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି । ପଂଚାୟତ ନାୟବ ସରପଞ୍ଚ ବାସନ୍ତୀ ସାମନ୍ତରାୟ , ସାଂସଦ ପ୍ରତିନିଧି ଶିଶିର ଆଚାର୍ୟ୍ୟ ,ପୂର୍ଣ୍ଣଚନ୍ଦ୍ର ବେହେରା , ଚକର ମହାରଣା , ବିମ୍ବାଧର ସେଠୀ , ବିଦ୍ୟାଧର ମହାରଣା ଏବଂ ମାଗୁଣି ସାମନ୍ତରାୟ ପ୍ରମୁଖ ୪୦ରୁ ଉର୍ଧ୍ଵ ବ୍ୟକ୍ତିଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏ ସଂକ୍ରାନ୍ତରେ କନିଷ୍ଠ ଯନ୍ତ୍ରୀ ଅପରାଜିତା ମହାପାତ୍ରଙ୍କୁ ପଚାରିବାରୁ ସେ ଶ୍ରମିକମାନଙ୍କ ଦ୍ୱାରା କାର୍ଯ୍ୟ କରାଯାଉଥିବା ବେଳେ କିଛି ବ୍ୟକ୍ତି ଲ୍ୟାଣ୍ଡ ଷ୍ଟାଟସ ଠିକ ନଥିବା ଏକ କାର୍ଯ୍ୟର ବିଲ କରିବା ପାଇଁ ମୋତେ ବାଧ୍ୟ କରି ସଫଳ ନହେବା ପରେ ମୋତେ ଫୋନରେ ବିଭିନ୍ନ କଥା କହି ମାନସିକ ନିର୍ଯ୍ୟାତନା ଦେବା ସହିତ ଏପରି ମିଛ ଏବଂ ମନଗଢା କଥାର ଆଶ୍ରୟ ନେଇଛନ୍ତି । ସହକାରୀ ଯନ୍ତ୍ରୀ ଉପେନ୍ଦ୍ର କୁମାର ନାୟକ ଏବଂ ବିଡ଼ିଓ ରଶ୍ମିରେଖା ଦାସଙ୍କୁ ଫୋନ କରିଥିଲେ ମଧ୍ୟ ସେମାନଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇନଥିଲା ।

Hot this week

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

Related Articles

Popular Categories