www.samajalive.in
Tuesday, December 9, 2025
16.1 C
Bhubaneswar

ଜାଣନ୍ତୁ ଏଭଳି କିଛି ବାସ୍ତୁ ନିୟମ ବିଷୟରେ

ବାସ୍ତୁ ଅନୁସାରେ ମହିଳାମାନେ ଘରେ ଅନେକ କାର୍ୟ୍ୟପ୍ରତି ଦୃଷ୍ଟି ଦେବା ଆବଶ୍ୟକ ଯାହାଦ୍ୱାରା ନିଜର ପିଲାମାନଙ୍କ ଭବିଷ୍ୟତ ସହ ସ୍ୱାମୀଙ୍କର ଭାଗ୍ୟରେ ପ୍ରଭାବ ରହିଥାଏ। ତେବେ ଆସନ୍ତୁ ଜାଣିବା ମହିଳାମାନେ କେଉଁସବୁ ଦିଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ।
– ମହିଳାମାନେ ସ୍ନାନକରି ସକାଳୁ ରୋଷେଇ କରିବା ଦରକାର। ଏହାଦ୍ୱାରା ସ୍ୱାମୀ ଓ ପିଲାମାନଙ୍କ ଦିନ ଭଲରେ କଟିଥାଏ। ଏହାବ୍ୟତୀତ ଘରର ସମସ୍ତ ସଦସ୍ୟ ରୋଗରୁ ମୁକ୍ତି ପାଇଥାନ୍ତି।
– ମହିଳାମାନେ କେଉଁ ଦିଗରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ଏହା ଜାଣିବା ଅତ୍ୟନ୍ତ ଆବଶ୍ୟକ। ସାଧାରଣତଃ ମହିଳାମାନେ ପୂର୍ବଦିଗକୁ ଚାହିଁ ରୋଷେଇ କରିବା ଦରକାର। ଏହାଦ୍ୱାରା ଘରର ସମସ୍ତ ସଦସ୍ୟଙ୍କ ସୁଖ ଶାନ୍ତି ବୃଦ୍ଧି ପାଇଥାଏ।
– ପ୍ରତିଦିନ ସକାଳେ ଗାଇକୁ ଖାଇବାକୁ ଦେଲେ ଏହା ଶୁଭଙ୍କର ହୋଇଥାଏ।
– ଯଦି ଆପଣଙ୍କ ରୋଷେଇ ଘର ସମ୍ମୁଖରେ ଗାଧୁଆ ଘରେ ରହିଥାଏ, ଏହା ଶୁଭଙ୍କର ହୋଇନଥାଏ। ତେଣୁ ଗାଧୁଆ ଘରର କାବାଟ ସବୁ ସମୟରେ ବନ୍ଦ ରଖିବା ଦରକାର।
ଘରର ନିକଟରେ ଗର୍ତ୍ତ ରହିଥିଲେ ଏହାକୁ ତୁରନ୍ତ ପୋତିବା ଉଚିତ। ନଚେତ ପରିବାରର ସଦସ୍ୟ ମାନସିକ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି।
ଦୁଆର ପାଖରେ କିମ୍ବା ସମ୍ମୁଖରେ କଣ୍ଟା ଗଛ ଥିଲେ ମଧ୍ୟ ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିଥାଏ। ପରିବାର ସଦସ୍ୟମାନେ ସବୁବେଳେ ରୋଗାକ୍ରାନ୍ତ ହୋଇଥାନ୍ତି। ଜମିର ଚତୁଃପାଶ୍ୱର୍ରେ କିଛି ସ୍ଥାନ ଛାଡ଼ି ଘର ତିଆରି କରିବା ଉଚିତ। ଏହି ଖାଲି ସ୍ଥାନରେ ଗଛ ଲଗାଇଲେ, ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରି ନଥାଏ।
ଛାତ ଉପରେ ଯେକୌଣସି ଗୋଟିଏ କୋଣରେ ଫୁଲ ଗଛ ଲଗାଇବା ଉଚିତ। ଏହା ଦ୍ୱାରା ଗୃହରେ ସର୍ବଦା ସୁଖଶାନ୍ତିର ବାତାବରଣ ରହିଥାଏ।
ଗୃହର ଅଗଣାରେ ସର୍ବଦା ତୁଳସୀଗଛ ଲଗାଇବା ସହ ଏଥିରେ ନିୟମିତ ଜଳ ଅର୍ପଣ କରିବା ଦ୍ୱାରା ଗୃହର ସଦସ୍ୟଙ୍କ ଶରୀର ସୁସ୍ଥ ରହିଥାଏ।
ଘରର ମୁଖ୍ୟ କବାଟ ସମ୍ମୁୁଖରେ ହଳଦୀ ରଙ୍ଗର ପରଦା ଲଗାଇଲେ ଘରେ ସକାରାତ୍ମକ ବାତାବରଣ ସୃଷ୍ଟି ହୁଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories