www.samajalive.in
Wednesday, December 10, 2025
18.1 C
Bhubaneswar

ଫକିରପୁର ଏବଂ ବାରିଗାଁ କାଗଜ ମଣ୍ଡ ହସ୍ତଶିଳ୍ପୀ କାରିଗର ପରିବାରଙ୍କୁ ‘ଅରୂପା’ ତରଫରୁ କରୋନା ସହାୟତା ପ୍ରଦାନ

ଭୁବନେଶ୍ୱର:  ଓଡ଼ିଶାର ୩୦ଟି ଜିଲାରେ ହସ୍ତଶିଳ୍ପ କାରିଗରମାନଙ୍କ ପାଇଁ ‘ଅରୂପା’ (ଓଡ଼ିଶାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉତ୍ପାଦକ ସଂଘ) କାର୍ଯ୍ୟ କରି ଆସୁଅଛି। ୧୯୯୦ ମସିହା ଠାରୁ ଓଡ଼ିଶାର ହସ୍ତଶିଳ୍ପ ଓ ବୁଣାକାରମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଅଛି। ହସ୍ତଶିଳ୍ପ ସାମଗ୍ରୀ ବିକ୍ରିବଟା ଠାରୁ ଆରମ୍ଭ କରି କୌଶଳ ବୃଦ୍ଧି, ନୂତନ ଡ଼ିଜାଇନ ପ୍ରସ୍ତୁତି, ବିଭିନ୍ନ ଜିଲ୍ଲାର ସଦର ମହକୁମାରେ ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜନ କରି, କରୋନା ସମୟରେ ହସ୍ତଶିଳ୍ପ ପରିବାର ଏବଂ ବୁଣାକାରଙ୍କ ପରିବାରଙ୍କୁ କରୋନା ସହାୟତା ପ୍ରଦାନ କରି ଆସୁଅଛି। ମହାମାରୀ କରୋନା ସମୟରେ କାରିଗରମାନେ କାମଧନ୍ଦା ହରାଇ ଦୁଃଖ ଓ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ବିଶେଷକରି କାରିଗରମାନଙ୍କର ଜିିନିଷପତ୍ର ବିକ୍ରିବଟା ନହେବା, ଉପଯୁକ୍ତ କଞ୍ଚାମାଲ ନ ମିଳିବା, ସରକାରୀ ସହାୟତା ନ ମିଳିବା ଏବଂ ବିଭିନ୍ନ ସ୍ଥାନରେ ହେଉଥିବା ପ୍ରଦର୍ଶନୀ ବନ୍ଦ ରହିବା ଫଳରେ କାରିଗରମାନଙ୍କର ଜୀବନ ଜୀବିକା ଠପ୍ ହୋଇଯାଇଛି। ଉକ୍ତ ଆସୁବିଧାକୁ ଦୃଷ୍ଟିରେ ରଖି ଅରୂପା ତରଫରୁ କେନ୍ଦୁଝର ଜିଲାର ଫକିରପୁର ଗ୍ରାମର ୧୦୦ଜଣ  କାଗଜ ମଣ୍ଡ ମହିଳା ହସ୍ତଶିଳ୍ପ ପରିବାର ଏବଂ ଉକ୍ତ ଜିଲାର ବାରିଗାଁ ଗ୍ରାମର ୮୦ଜଣ ଜଣ ମହିଳା ହସ୍ତଶିଳ୍ପ ପରିବାରଙ୍କୁ କରୋନା ସହାୟତା ପ୍ରଦାନ କରାଯାଇଛି ବୋଲି ଅରୂପାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ସାହୁ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

 

- Advertisement -

ରେସନ ରିଲିଫ ପ୍ୟାକେଟରେ ସୋରିଷ ତେଲ ୨ଲିଟର, ଚିନି-୧ କିଗ୍ରା, ହରଡ଼ ଡ଼ାଲି ୨ କିଗ୍ରା, ହଳଦୀଗୁଣ୍ଡ ୨୫୦ ଗ୍ରାମ, ଚା-୨୫୦ ଗ୍ରାମ, ସୋୟାବିନ-୫୦୦ଗ୍ରାମ, ସୁଜି-କିଗ୍ରା, ଚୁଡ଼ା ୨ କିଗ୍ରା, ଅଟା ୪ କିଗ୍ରା, ବିସ୍କୁଲ ୧ପ୍ୟାକେଟ, ଲୁଣ-୨କିଗ୍ରା, ଚାଉଳ-୨ କିଗ୍ରା। ସେହିପରି ସାନିଟାଇଜର ପ୍ୟାକେଟରେ ୱାସିଙ୍ଗ ପାଉଡ଼ର ୧କିଗ୍ରା, ସାବୁନ ୪ ପିସ୍, ହ୍ୟାଣ୍ଡୱାସ-୧ଟା, ଡ଼େଲଟ ଲିକ୍ୟୁଡି ୧ଟା, ମାସ୍କ-୫ଟା ଆଦି ଉକ୍ତ ରିଲିଫରେ ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ‘ଅରୂପା’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ  ଅଶୋକ କୁମାର ସାହୁ ପରିଚାଳନା କରିଥିଲେ। ବୟୋଜ୍ୟେଷ୍ଠ ହସ୍ତଶିଳ୍ପ କାରିଗର ହରିହର ସୁତାର, ପଥର ଶିଳ୍ପୀ କାରିଗର ଶରତ ମହାରଣା, ସମାଜସେବୀ ଶ୍ରୀମତୀ ସଂଘମିତ୍ରା ସାହୁ ଏବଂ ବାରିଗାଁର ସୁଦକ୍ଷ କାରିଗର ଶ୍ରୀଯୁକ୍ତ ଅରୁଣ ଓଝା କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ସମସ୍ତ ହସ୍ତଶିଳ୍ପୀ କାରିଗର ଭାଇ ଓ ଭଉଣୀମାନେ ଅରୂପାର ଏହି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories