www.samajalive.in
Monday, December 8, 2025
14.1 C
Bhubaneswar

ସନ୍ଧ୍ୟା ୫ଟା – ମୁଖ୍ୟ ଖବର

–ଡକ୍ଟର ଦିବସରେ ଡାକ୍ତରଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କହିଲେ ସ୍ବାସ୍ଥ୍ୟ ଭିତ୍ତିଭୂମି ପାଇଁ ବଜେଟ ୨ ଗୁଣା କରିଛୁ। ଡାକ୍ତର ବିରୋଧୀ ଆଇନ ରୋକିବାକୁ କଡ଼ା ଆଇନ ହୋଇଛି। ଯୋଗକୁ ବୈଜ୍ଞାନିକ ତରିକାରେ ଆଗକୁ ନେବା ପାଇଁ ଆଇଏମ୍‌ଏକୁ ଆହ୍ବାନ।

–କୋଭିସିଲ୍ଡ ଟିକାକୁ ଗ୍ରହଣ କଲେ ୟୁରୋପର ୭ଟି ରାଷ୍ଟ୍ର। କୋଭିସିଲ୍ଡ ନେଇଥିଲେ ଭାରତୀୟକଙ୍କୁ କ୍ବାରେଣ୍ଟାଇନ ମନା।
କୋଭାଭାକ୍ସର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲକୁ ଅନୁମତି ମିଳିଲା ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠିତ ପ୍ୟାନେଲ ଅନୁମତି ଦେଇନଥିବା ସୂଚନା।

- Advertisement -

–କଟକ: ନକଲି ଔଷଧ କାରବାର ମାମଲା ହାଇକୋର୍ଟକୁ ଗଲା। ମାମଲାର ସିବିଆଇ କିମ୍ବା କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତ ଦାବି

–ମଣ୍ଡି ସମସ୍ୟା ନେଇ ରାଜ୍ୟ ତମାମ ବିଜେପିର ଆନ୍ଦୋଳନ। ମଣ୍ଡି ଅବଧି ଆଉ ୧୫ଦିନ ବୃଦ୍ଧି ପାଇଁ ବିଜେପିର ଦାବି।

–ଖୁବ ଶୀଘ୍ର ହୋଇପାରେ ୧୨ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ।

–ଡିସିଜିଆଇକୁ ଜରୁରୀକାଳୀନ ଅନୁମତି ମାଗିଲା ଜାଇଡସ କାଡ଼ିଲା

–ଗର୍ଭବତୀଙ୍କୁ ଟିକାକରଣ ଆରମ୍ଭ ହେବ-ସ୍ବାସ୍ଥ୍ୟ ନିର୍ଦେଶକ

–ସମସ୍ତେ ଗାଇଡଲାଇନ ମାନିଲେ ସଂକ୍ରମଣ ନିଶ୍ଚିତ କମିବ।

–ଅଣ ଆନୁଷ୍ଠାନିକ ଶ୍ରମିକ, କର୍ମଚାରୀ ବର୍ଗଙ୍କ ପାଇଁ ବିଶ୍ୱ ବ୍ୟାଙ୍କର ୫୦୦ ନିୟୁତ ଡଲାର ଋଣ

–ଗୁଲଶନ କୁମାର ହତ୍ୟା ମାମଲା; ଦାଉଦ ମର୍ଚ୍ଚାଣ୍ଟଙ୍କ ବିରୁଦ୍ଧରେ ନିମ୍ନ ଅଦାଲତଙ୍କ ରାୟ କାଏମ ରଖିଲେ ବମ୍ବେ ହାଇକୋର୍ଟ ; ଦାଉଦ ମର୍ଚ୍ଚାଣ୍ଟଙ୍କୁ ନିମ୍ନ ଅଦାଲତ ଦେଇଥିବା ଆଜୀବନ କାରାଦଣ୍ଡାଦେଶ ହାଇକୋର୍ଟରେ ଅପରିବର୍ତ୍ତିତ

–ସେରମ୍‍ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡକୁ ଗ୍ରୀନ ପାସପୋର୍ଟରେ ସ୍ଥାନ ଦେଲେ ସ୍ୱିଜରଲାଣ୍ଡ ଏବଂ ୟୁରୋପୀୟ ସଂଘର ୮ ରାଷ୍ଟ୍ର ; ଭାରତର କୂଟନୈତିକ ପ୍ରୟାସରୁ ମିଳିଲା ସଫଳତା

–ଉତ୍ତର ପ୍ରଦେଶରେ ଆଗାମୀ ନିର୍ବାଚନ ପାଇଁ ଓମ୍‍ ପ୍ରକାଶ ରାଜଭରଙ୍କ ନୂଆ ଫର୍ମୁଲା; ୫ ବର୍ଷରେ ଦାୟିତ୍ୱ ନେବେ ୫ ମୁଖ୍ୟମନ୍ତ୍ରୀ

–ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮,୭୮୬ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ; ଦିନକରେ ୬୧,୫୮୮ ଜଣ ସୁସ୍ଥ ; ମୋଟ ଆରୋଗ୍ୟ ଲାଭ ୨,୯୪,୮୮,୯୧୮,ଆରୋଗ୍ୟ ହାର ୯୬.୯୭%

–୨ରୁ ୧୭ ବର୍ଷ ପିଲାଙ୍କ ଉପରେ କୋଭୋଭାକ୍ସ ଟିକା ପରୀକ୍ଷଣକୁ ମନା କଲେ ସରକାର ; ସେରମ୍‍ ଇନଷ୍ଟିଚ୍ୟୁଟ ପକ୍ଷରୁ କରାଯାଇଥିଲା ଆବେଦନ

–ଅଧିକ ତାଲାବନ୍ଦ ହେଲେ ବ୍ୟବସାୟ, ନିଯୁକ୍ତି ଓ ଅର୍ଥନୀତି ବିଧ୍ୱସ୍ତ ହୋଇଯିବ- ରାହୁଲ ବଜାଜ

–ଚଳନ୍ତା ଟ୍ରେନରୁ ଖସିଲେ ଯାତ୍ରୀ ; ଉଦ୍ଧାର କଲେ ଆରପିଏଫ ଯବାନ

–ଟିଟିଲାଗଡ଼ ସହର ଶିଶୁ ମନ୍ଦିର ନିକଟସ୍ଥ ଟିଟିଲାଗଡ଼ ବଲାଂଗୀର ରାସ୍ତାରେ ଏକ କ୍ରେନ ଚାପାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ

–କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ନୂଆଗାଁ ଗ୍ରାମର ତେଲିବନ୍ଧ ସାହିରେ ଗଡ଼ିଆରେ ବୁଡି ଦେଢ଼ବର୍ଷ ଶିଶୁ ପୁତ୍ରର ମୃତ୍ୟୁ

–ହାତ ଟେକିଦେଲେ ମନ୍ତ୍ରୀ, ଅଭାବରୁ ୧୬ ଜିଲାରେ ଟିକାକରଣ ବାତିଲ। ଯାଜପୁର ସହ ୧୬ ଜିଲ୍ଲାରେ ଟିକାକରଣ ବନ୍ଦ

–କେନ୍ଦୁଝର ପାଟଣା ବ୍ଲକ୍ ସଡଙ୍ଗବାହାଳି ଗ୍ରାମରେ ପୋଖରୀରେ ବୁଡି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ

–ଓଡ଼ିଶାରେ ଗୋଟିଏ ଦିନରେ ୩୦୮୭ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ ; ସଂଗରୋଧରୁ ୧୭୭୫ ଏବଂ ସ୍ଥାନୀୟ ସଂକ୍ରମିତ ୧୩୧୨

–ରାଜ୍ୟରେ ଦିନକରେ ୪୫ କରୋନା ସଂକ୍ରମିତଙ୍କ ମୃତ୍ୟୁ

–୮ ଜିଲାରେ ପ୍ରବଳ ବର୍ଷିବ

–ଶ୍ରୀମନ୍ଦିର ସେବାୟତ ଟାଣିବେ ତିନିରଥ

–ଡ୍ରୋନ୍‌ ଆକ୍ରମଣର ୪ଦିନ ପରେ ଜାମ୍ମୁ ବାୟୁସେନା ଘାଟିରେ ଡ୍ରୋନ୍‌ନିରୋଧୀ ବ୍ୟବସ୍ଥା କାର୍ୟ୍ୟକାରୀ କରାଯିବା ସହ ଲଗାଯାଇଛି ଜାମର ; ଜାତୀୟ ସୁରକ୍ଷା ବାହିନୀ ବା ଏନ୍‌ଏସ୍‌ଜି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories