www.samajalive.in
Wednesday, December 10, 2025
26.1 C
Bhubaneswar

ରାତି ୧୦ଟା – ମୁଖ୍ୟ ଖବର

– ରଥ ଯାତ୍ରା ସମୟରେ ପୁରୀକୁ ବାହାର ଲୋକଙ୍କ ପ୍ରବେଶ ମନା, ବନ୍ଦ ରହିବ ବସ ଓ ଟ୍ରେନ ଚଳାଚଳ, ସିଲ୍ ହେବ ଜାତୀୟ ରାଜପଥ
– ସୁପ୍ରିମକୋର୍ଟକୁ ଗଲା କେନ୍ଦ୍ରାପଡ଼ା ବଳଦେବଜିଉ ରଥଯାତ୍ରା ପ୍ରସଙ୍ଗ, ରଥଯାତ୍ରା ଲାଗି ଅନୁମତି ଅନୁରୋଧ କରି ମଦନ ପତ୍ରି ନାମକ ଜଣେ ବ୍ୟକ୍ତିଙ୍କ ସୁପ୍ରିମକୋର୍ଟରେ ଦାଖଲ କଲେ ସ୍ପେଶାଲ ଲିଭ ପିଟିସନ
– ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ, ସାଢ଼େ ୪ କୋଟି ଓଡ଼ିଆଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଆମର ଲକ୍ଷ୍ୟ ହେଉ, ସ୍ଥାନୀୟ ନିର୍ବାଚନ ଓ ସଂଗଠନ ଉପରେ ଜୋର ଦେବାକୁ ଆହ୍ବାନ
– ପିଲାମାନଙ୍କ ପାଇଁ କୋଭିଡ ଟିକା ଉପଲବ୍ଧ ହେବା ଏକ ମହତ୍ୱପୂର୍ଣ୍ଣ ସଫଳତା ହେବ ଓ ଏହା ଦ୍ୱାରା ସ୍କୁଲ୍ ଖୋଲିବା ଓ ପିଲାମାନଙ୍କ ବାହାରକୁ ଯିବା ଆସିବାର ବାଟ ଫିଟିବ ବୋଲି କହିଛନ୍ତି ଦିଲ୍ଲୀ ଏମ୍ସର ମୁଖ୍ୟ ଡଃ ରଣଦୀପ୍ ଗୁଲେରିଆ
– ମଙ୍ଗଳବାରଠାରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ମିଳିବ ସ୍ପୁଟନିକ-ଭି ଟୀକା, କୋୱିନ ପୋର୍ଟାଲରେ ପଞ୍ଜିକରଣ କରି ନେଇ ହେବ ଟିକା
– କରୋନା ଟିକାକରଣରେ ଆମେରିକାକୁ ଟପିଲା ଭାରତ, ଆମେରିକାରେ ୩୨ କୋଟି ୩୩ଲକ୍ଷ ୨୭ହଜାର ଲୋକଙ୍କୁ ଟିକାକରଣ କରାଯାଇଥିବା ବେଳେ ଭାରତରେ ୩୨ କୋଟି ୩୬ଲକ୍ଷ ୬୩ହଜାର ୨୯୭ ଜଣଙ୍କୁ ଟିକାକରଣ କରାଯାଇଛି
– କ୍ରେଡିଟ୍ କାର୍ଡ ଜାଲ କରି ଲକ୍ଷାଧିକ ଟଙ୍କା ଲୁଟୁଥିବା ଢେଙ୍କାନାଳ ଏଚଡିଏଫସି ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ଗିରଫ
– ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସ ମନ୍ତ୍ରୀଙ୍କ ପ୍ରତିନିଧି ଭାବେ ବିଭିନ୍ନ ସମୀକ୍ଷା ବୈଠକରେ ଯୋଗ ଦେବା ପରେ ବିବାଦ, କେବେ ତାଙ୍କ ଝିଅଙ୍କୁ ପ୍ରତିନିଧି କରାଇଲେ ସେ ନେଇ ସ୍ପଷ୍ଟ କରନ୍ତୁ ବୋଲି ଜିଲ୍ଲା ବିଜେପିର ଦାବି
– ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ, ୧୦ଟି ପ୍ରସଙ୍ଗ ନେଇ ଚିଠା ପ୍ରସ୍ତାବ ବୈଠକରେ ପାରିତ, ରାଜ୍ୟ ସରକାରଙ୍କ ବିଫଳତା ନେଇ ଲୋକଙ୍କ ପାଖକୁ ଯିବ ଦଳ

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories