www.samajalive.in
Monday, December 8, 2025
24.1 C
Bhubaneswar

ଇରାକ-ସିରିୟା ସୀମାନ୍ତରେ ଆମେରିକାର ଆକାଶ ମାର୍ଗରୁ ଆକ୍ରମଣ

ୱାଶିଂଟନ ଡିସି: ଆମେରିକାର ସାମରିକ ବାହିନୀ ଇରାକ-ସିରିୟା ସୀମାନ୍ତରେ ଆକାଶ ମାର୍ଗରୁ ଆକ୍ରମଣ କରିଛନ୍ତି । ଇରାନ ସମର୍ଥିତ ଉଗ୍ରବାଦୀ ଗୋଷ୍ଠୀର ଆଡ୍ଡାଗୁଡିକ ଉପରେ ଏହି ଆକ୍ରମଣ କରାଯାଇଥିବା ପେଣ୍ଟାଗନ ପକ୍ଷରୁ ସୋମବାର କୁହାଯାଇଛି । ପେଣ୍ଟାଗନର ପ୍ରେସ ସଚିବ ଜନ୍‍ କିର୍ବି କହିଛନ୍ତି, ଇରାନ ସମର୍ଥିକ ଉଗ୍ରବାଦୀମାନେ ଯେଉଁ ସ୍ଥଳଗୁଡିକୁ ବ୍ୟବହାର କରୁଛନ୍ତି ସେଗୁଡିକ ପ୍ରଥମେ ଚିହ୍ନଟ କରାଯାଇ ତାହା ଉପରେ ମାନବ ବିହୀନ ଆକାଶମାର୍ଗରେ ଚଳାଚଳ କରୁଥିବା ଯାନରୁ ଆକ୍ରମଣ କରାଯାଇଛି । ବିଶେଷକରି ଉଗ୍ରବାଦୀଙ୍କ ଆଡ୍ଡା ଏବଂ ଅସ୍ତ୍ରଶସ୍ତ୍ର ମହଜୁଦ ସ୍ଥଳକୁ ଆମେରିକା ସେନା ନିଜର ଲକ୍ଷ୍ୟ ବନାଇଥିଲେ । ଜଣାଯାଇଛି ଯେ ଆମେରିକା ସହିତ ସଂପୃକ୍ତ ୪୦ଟି ସ୍ଥାନ ଉପରେ ଚଳିତ ବର୍ଷ ଇତିମଧ୍ୟରେ ଏହି ଉଗ୍ରବାଦୀ ଗୋଷ୍ଠୀ ଆକ୍ରମଣ କରିସାରିଲେଣି । ସେଥିମଧ୍ୟରୁ ସେମାନେ ୧୪ଟି ସ୍ଥଳ ଉପରେ ରକେଟ ଆକ୍ରମଣ ଏବଂ ଅନ୍ୟାନ୍ୟ ସ୍ଥାନରେ ବୋମାମାଡ କରିଛନ୍ତି । ଇରାକରେ ସଂପ୍ରତି ପ୍ରାୟ ୨୫୦୦  ଆମେରିକୀୟ ସୈନ୍ୟ ମୁତୟନ ଅଛନ୍ତି । ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ତାଙ୍କ ସରକାର ଆମେରିକୀୟ ସୈନ୍ୟ ଓ ପ୍ରତିରକ୍ଷା କର୍ମଚାରୀଙ୍କୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବେ ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories