www.samajalive.in
Monday, December 8, 2025
27.1 C
Bhubaneswar

ଫୁସଫୁସକୁ ଶୀଘ୍ର ସଂକ୍ରମିତ କରୁଛି ଡେଲ୍ଟା ପ୍ଲସ୍ ଭାରିଆଣ୍ଟ; ବର୍ତ୍ତମାନ ସୁଦ୍ଧା ୧୨ ରାଜ୍ୟରେ ଚିହ୍ନଟ

ନୂଆଦିଲ୍ଲୀ: କରୋନା ଭୂତାଣୁର ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଦେଶର ଅନେକ ରାଜ୍ୟକୁ ବ୍ୟାପିଲାଣି। ଏନେଇ ନ୍ୟାସନାଲ୍ ଟେକ୍ନିକାଲ୍ ଆଡଭାଇଜରୀ ଗ୍ରୁପ୍ ଅଫ୍ ଇମ୍ୟୁନାଇଜେସନର ଅଧ୍ୟକ୍ଷ ଡ. ଏନ.କେ ଆରୋରା କହିଛନ୍ତି ଯେ କରୋନାର ବାକି ଭାରିଆଣ୍ଟ ତୁଳନାରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଶୀଘ୍ର ଏବଂ ସହଜରେ ଫୁସଫୁସକୁ ଆକ୍ରାନ୍ତ କରୁଛି। କିନ୍ତୁ ଏହାର ଅର୍ଥ ନୁହେଁ ଏହା ଅଧିକ ସଂକ୍ରାମକ କିମ୍ବା ଅଧିକ ମାରାତ୍ମକ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶର ୧୨ ଟି ରାଜ୍ୟରେ ଏଯାଏଁ ୫୧ଟି ଡେଲଟା ପ୍ଲସ ଭାରିଆଣ୍ଟ ମାମଲା ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ସର୍ବାଧିକ ମାମଲା ରହିଛି। ଏନଟିଏଜିଆଇର କୋଭିଡ ୱାର୍କିଂ ଗ୍ରୁପର ଅଧ୍ୟକ୍ଷ ଡକ୍ଟର ଏନ.କେ ଆରୋରା କହିଛନ୍ତି ଯେ, ଯଦିଓ ଡେଲଟା ପ୍ଲସ୍ ଭାରିଆଣ୍ଟ ଫୁସଫୁସକୁ ଅଧିକ କ୍ଷତି ପହଞ୍ଚାଇଥାଏ, କିନ୍ତୁ ଏହା କେତେ ମାରାତ୍ମକ ସେନେଇ ସ୍ପଷ୍ଟ ହୋଇନାହିଁ।

- Advertisement -

ସେ ପୁନଶ୍ଚ କହିଛନ୍ତି, ଏହି ଭାରିଆଣ୍ଟ ବିସ୍ତାରକୁ ରୋକିବାକୁ ଲାଗି ଟିକାକରଣକୁ ଆହୁରି ଜୋରଦାର କରିବାକୁ ପଡିବ। ତେବେ ଡେଲଟା ପ୍ଲସ୍ ଭାରିଆଣ୍ଟ ତୃତୀୟ ଲହରର କାରଣ ସାଜିବ ବୋଲି ବର୍ତ୍ତମାନ କହିବା ଠିକ୍ ହେବନାହିଁ ବୋଲି ସେ କହିଛନ୍ତି।

 

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories