www.samajalive.in
Monday, December 8, 2025
14.1 C
Bhubaneswar

ଆରଡି ପଞ୍ଚାୟତରେ ହରିଶ୍ଚନ୍ଦ୍ର ଅର୍ଥରୁ ବଞ୍ଚିତ ହିତାଧିକାରୀ

ଆରଡି: ରାଜ୍ୟ ସରକାର ସମସ୍ତ ବର୍ଗର ଲୋକମାନଙ୍କ ପାଇଁ ଜନ୍ମ ଠାରୁ ମୃତ୍ୟୁ ପ୍ରଯ୍ୟନ୍ତ ଅର୍ଥାତ ମମତା ଯୋଜନା ଠାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ଯୋଜନା ଭଳି ବିଭିନ୍ନ ଯୋଜନା ସରକାର ପ୍ରଚଳନ କରିଛନ୍ତି। ଏଥିପାଇଁ ବାର୍ଷିକ ବ୍ୟୟବରାଦ କରାଯାଉଛି କୋଟିକୋଟି ଟଙ୍କା। ହେଲେ ଦାୟୀତ୍ୱରେ ଥିବା ଅଧିକାରୀ ଓ ଲୋକପ୍ରତିନିଧିଙ୍କ ଖାମଖିଆଲି ମନୋଭାବ ଓ ଅସାଧୁ ମେଣ୍ଟ ଯୋଗୁ ହିତାଧିକାରିଙ୍କ ପାଖରେ ଠିକ ସମୟରେ ସହାୟତା ପହଞ୍ଚି ପାରୁନାହିଁ। ଏପରି ବାସ୍ତବଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଆରଡି ପଞ୍ଚାୟତରେ। ଏହି ପଞ୍ଚାୟତର ୨୦୧୮ ମସିହା ଠାରୁ ୨୦୧୯/୨୦ ପ୍ରର୍ଯ୍ୟନ୍ତ ମୃତ ହୋଇଥିବା ବ୍ୟକ୍ତଙ୍କ ନାଁରେ ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କା ଆସିଥିଲେ ମଧ୍ୟ ପରିବାର ଲୋକଙ୍କୁ ଆଜି ପ୍ରର୍ଯ୍ୟନ୍ତ ଦିଆଯାଇନଥିବା ଅଭିଯୋଗ ହୋଇଛି। ସମସ୍ତ ବର୍ଗର ଅସହାୟ ଓ ସାଧାରଣ ଲୋକଙ୍କର ଯେକୈାଣସି ସମୟରେ ମୃତ୍ୟୁ ଘଟିଲେ ଅନ୍ତିମ ସଂସ୍କାର ପାଇଁ ସରକାରଙ୍କ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ୨୦୦୦ଟଙ୍କା ପରିବାର ଲୋକଙ୍କୁ ସଜାୟତା ପ୍ରଦାନ ପାଇଁ ନିୟମ ରହିଛି ହେଲେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କର ବର୍ଷବର୍ଷ ବିତିଯାଇଥିଲେ ମଧ୍ୟ ସହାୟତା ରାଶି ତ ପାଇବା ଦୂରରକଥା ଆସିନାହିଁ ଆଉକିଛିଦିନ ଛାଡିକି ଆସ ଏପରି କହିଥାନ୍ତି ସ୍ଥାନୀୟ ଲୋକପ୍ରତିନିଧି ଓ ପଞ୍ଚାୟତ ଅଧିକାରୀ ବୋଲି ସ୍ୱର୍ଗତ ଧରଣୀଧର ପାଢୀଙ୍କ ପୁଅ ଦେବାଶିଷ ଅଭଯୋଗ କରିଛନ୍ତି। ତା’ସହ ଦେବାଷିଶଙ୍କର କହିବା ଅନୁଯାୟୀ ମୋର ବାପାଙ୍କର ବର୍ଷେରୁ ଅଧିକ ହେବ ପରୋଲକ ଘଟିଲାଣି ହେଲେ ମୁଁ ବ୍ଲକ କାର୍ଯ୍ୟାଳୟରୁ ଜାଣିବାକୁ ପାଇଲିଯେ ବର୍ଷେ ତଳୁ ମୋ ନାଁରେ ହରିଶ୍ଚନ୍ଦ୍ର ଯୋଜନାରେ ୨୦୦୦ଟଙ୍କା ଆସିଛି , ହେଲେ ମୁଁ ଏପ୍ରଯ୍ୟନ୍ତ ପାଇ ନାହିଁ ଟଙ୍କା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି। ସେହିପରି ଶକୁନ୍ତଳା ପାଢୀ, ବିଶ୍ୱନାଥ ଦାସଙ୍କ ସହ ୭/୮ଜଣଙ୍କର ୨ବର୍ଷ ହେଲା ମୃତ୍ୟୁ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହରିଶ୍ଚନ୍ଦ୍ର ଯୋଜନାରେ ଆସିଥିବା ଟଙ୍କା ପାଇ ପାରିନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

 

- Advertisement -

ଏପରି ଅଭିଯୋଗ ସମ୍ପର୍କରେ ଆରଡି ପଞ୍ଚାୟତ ଅଧିକାରୀ କହିଥିଲେ ଯେ କୌଣସି ତୃଟିଗତ ଯୋଗୁ ଟଙ୍କା ଦିଆଯାଇ ପାରିନାହିଁ। ଆସନ୍ତା ସୋମବାର ସୁଧା ସମସ୍ତଙ୍କୁ ସହାୟତା ରାଶି ଯୋଗାଇଦିଆଯିବ ବୋଲି କହିଥିଲେ। ଅପରପକ୍ଷରେ ଚାନ୍ଦବାଲି ବିଡିଓ ଜ୍ୟୋତିବିକାଶ ଦାସ କହିଛନ୍ତି ଯେ ଏପରି ଘଟଣା ବାବଦରେ ପ୍ରଥମେ ନଜରକୁ ଆସିଲା। ଖୁବଶିଘ୍ର ସହାୟତା ରାଶି ଯୋଗାଇ ଦିଆଯିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories