www.samajalive.in
Saturday, December 6, 2025
16.1 C
Bhubaneswar

ବିଜେପିକୁ ହରାଇବାକୁ ଗଠନ ହୋଇପାରେ ଅପରାଜେୟ ବିରୋଧୀ ମେଣ୍ଟ: ଚିଦାମ୍ବରମ୍‍

କଲିକତା : ବିଜେପିକୁ ଆଗାମୀ ଲୋକସଭା ନିର୍ବାଚନରେ ପରାଜିତ କରିବା ନିମନ୍ତେ ବିରୋଧୀ ଦଳଗୁଡିକର ଏକ ଅପରାଜେୟ ମେଣ୍ଟ ଗଠନ କରାଯାଇପାରେ ବୋଲି ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‍ କହିଛନ୍ତି। ଏହି ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ସେ ସମ୍ପର୍କରେ ଚିଦାମ୍ବରମ୍‍ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରିନାହାନ୍ତି। ଏକ ପ୍ରମୁଖ ଗଣମାଧ୍ୟମ ସହିତ ସାକ୍ଷାତକାର ବେଳେ ସେ କହିଛନ୍ତି, ବିଜେପିକୁ ହରାଇବା ନେଇ ସମସ୍ତ ରାଜନୈତିକ ଦଳ ମଧ୍ୟରେ ସହମତି ପ୍ରକାଶ ପାଇଛି, ଯାହାକି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହି ପ୍ରସଙ୍ଗରେ ବିହାର, ତାମିଲନାଡୁ, କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟଗୁଡିକ ସମଚିନ୍ତାଧାରା ପୋଷଣ କରନ୍ତି। ଏହି ସମଚିନ୍ତାଧାରା ହିଁ ବିରୋଧୀ ଦଳଗୁଡିକୁ ଏକତ୍ର କରିବ ଏବଂ ମେଣ୍ଟ ଗଠନରେ ସହାୟକ ହେବ ବୋଲି ସେ ଦର୍ଶାଇଛନ୍ତି। ଚିଦାମ୍ବରମ୍‍ ଆହୁରି କହିଛନ୍ତି, ସମ୍ପ୍ରତି ଦଳିତ ସମ୍ପ୍ରଦାୟ, ମହିଳା ଓ ମୁସଲମାମାନେ ଦେଶରେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଦେଶ ସ୍ୱୀକାର୍ଯ୍ୟ ଲୋକତାନ୍ତ୍ରିକ ଅଧିକାର ତଥା ଲୋକତାନ୍ତ୍ରିକ ପଦଠାରୁ ଦୂରକୁ ଯାଉଛି, ଯାହାକି ଦେଶବାସୀଙ୍କ ପାଇଁ ଅତ୍ୟନ୍ତ ଭୟଙ୍କର। ନିଡ଼ର ଜୀବନଜାପନ କରିବା ନିମନ୍ତେ ବ୍ରିିଟିଶଙ୍କଠାରୁ ଆମେ ସ୍ୱାଧୀନତା ଳାଭ କଲେ; କିନ୍ତୁ ସମ୍ପ୍ରତି ଦେଶର ବହୁ ଲୋକ ଭୟ ମଧ୍ୟରେ କଳାତିପାତ କରୁଛନ୍ତି। ଏଭଳି ଭୟର ଅନ୍ତ କରିବାକୁ ହେବ। କର୍ଣ୍ଣାଟକରେ କଂଗ୍ରେସ ଯେଭଳି ରଣନୀତି ଆପଣାଇଲା କେନ୍ଦ୍ରରେ ମେଣ୍ଟ ପାଇଁ ମଧ୍ୟ ଦଳ ସମାନ ନୀତି ଅବଲମ୍ବନ କରିବ କି ବୋଲି ପ୍ରଶ୍ନ ହେବାରୁ ଚିଦାମ୍ବରମ୍‍ କହିଥିଲେ ଏ ବିଷୟରେ ଏବେଠାରୁ କିଛି ମନ୍ତବ୍ୟ ଦେବା ଉଚିତ ହେବ ନାହିଁ। ସେହିଭଳି ତେଲେଙ୍ଗାନା ରାଷ୍ଟ୍ର ସମିତି ତଥା ତୃଣମୂଳ କଂଗ୍ରେସ ବିରୋଧୀ ମେଣ୍ଟର ନେତୃତ୍ୱ କଂଗ୍ରେସ ହାତରେ ଦେବାକୁ ଅନିଚ୍ଛୁକ ଥିବା ସମ୍ବନ୍ଧୀୟ ପ୍ରଶ୍ନର ଉତରରେ ସେ କହିଥିଲେ ଏଥିନିମନ୍ତେ ଆସନ୍ତା ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories