www.samajalive.in
Wednesday, December 10, 2025
18.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ମନ୍‍ କି ବାତ୍‍

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍‍ କି ବାତ୍‍ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇ ସାରିଛି। ମନ୍‍ କି ବାତ୍‍ ର ୭୮ତମ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କରୋନା ଟିକାକରଣ ଅଭିଯାନ, ନୂଆ ଡ଼େଲଟା ପ୍ଲସ ଭେରିଆଣ୍ଟ ସମେତ ବିଭିନ୍ନ ତଥ୍ୟ ଉପରେ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି।
ଆଜି ମନ୍‍ କି ବାତ୍‍ ରେ ପ୍ରଧାନମନ୍ତ୍ରୀ ପ୍ରଥମେ ଟୋକିଓ ଅଲିମ୍ପିକ୍ସ ପାଇଁ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଖେଳାଳିଙ୍କୁ ଉତ୍ସାହିତ କରିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି।
ଦିବଙ୍ଗତ ଆଥଲେଟ ମିଲଖା ସିଂହଙ୍କୁ ମନେ ପକାଇଛନ୍ତି ମୋଦୀ । ମିଲଖା ସିଂହ ଅନ୍ୟମାନଙ୍କ ପାଇଁ ପ୍ରେରଣା ଥିଲେ। ସ୍ୱର୍ଗତ ମିଲଖା ସିଂହଙ୍କ ସହ କରିଥିବା ବାର୍ତ୍ତା ଆଳାପ ସବୁଦିନ ପାଇଁ ସ୍ମରଣ ହୋଇ ରହିବ। ମିଲଖା ସିଂହ ଚିକିତ୍ସାଧୀନ ଥିବା ସମୟରେ ତାଙ୍କ ସହ କଥା ହେବାର ସୁଯୋଗ ପାଇଥିଲି। ଟୋକିଓ ଅଲିମ୍ପିକ୍ସକୁ ଯାଉଥିବା ଖେଳାଳିଙ୍କୁ ପ୍ରେରଣା ଦେବା ନିମନ୍ତେ ଅନୁରୋଧ କରିଥିଲି। ଉତ୍ସର୍ଗୀକରଣ,ପ୍ରତିଭାବାନ,ପ୍ରତିବଦ୍ଧତା ଏକତ୍ରିତ ହେଲେ ଚାମ୍ପିୟନ ଉତ୍ପତ୍ତି ହୋଇଥାଆନ୍ତି।
ଦେଶରେ ଟିକାକରଣ ଅଭିଯାନକୁ ପ୍ରଶଂସା କରିଛନ୍ତି। ଜୁନ ୨୧ ଅନ୍ତର୍ଜାତୀୟ ଯୋଗ ଦିବସରେ ରେକର୍ଡ ସଂଖ୍ୟକ ଟିକାକରଣ ହୋଇଛି। ଦିନକରେ ୮୬ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା କରଣ କରାଯାଇଛି। କରୋନା ବିରୋଧରେ ବିଜୟ ପାଇଁ ଲଢେଇ ଜାରି ରଖିବାକୁ ପଡିବ। ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ୱଦେଶୀ ଟିକା ଦିଆଯାଇଛି।
ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, କରୋନା ମହାମାରୀ ଠାରୁ ରକ୍ଷା ପାଇବା ପାଇଁ ୨ଟି ରାସ୍ତା ଅଛି। ପ୍ରଥମଟି ଟିକା ନିଅନ୍ତୁ। ୨ୟ ତୁଣ୍ଡି ପିନ୍ଧିବା ସହ ସମସ୍ତ କରୋନା ନିୟମକୁ ପାଳନ କରନ୍ତୁ।

ଟିକା ସମ୍ବନ୍ଧୀୟ ନକରାତ୍ମକ ଗୁଜବ ପ୍ରତି କର୍ଣ୍ଣପାତ କରନ୍ତୁ ନାହିଁ ବୋଲି କହିଛନ୍ତି। ବିଜ୍ଞାନକୁ ବିଶ୍ୱାସ କରିବା ଲାଗି ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଆମ ବୈଜ୍ଞାନିକମାନଙ୍କୁ ବିଶ୍ୱାସ କରନ୍ତୁ। ଅନେକ ଲୋକେ ଟିକା ନେଇ ସାରିଛନ୍ତି। ଗ୍ରାମମାନଙ୍କରେ ସବୁ ଲୋକେ ଟିକା ଅବଶ୍ୟ ନେବା ଉଚିତ। ଭୟ କରନ୍ତୁ ନାହିଁ। ଟିକା ନେଲେ ଜ୍ୱର ହୋଇପାରେ। ମାତ୍ର ଏହି ଜ୍ୱର ସାମାନ୍ୟ। ଟିକା ନ ନେବା ଭାରି ବିପଦଜ୍ଜନକ। ଟିକା ନନେଲେ କେବଳ ନିଜକୁ ନୁହେଁ, ବରଂ ପରିବାର ଓ ଅନ୍ୟମାନଙ୍କୁ ମଧ୍ୟ ବିପଦରେ ପକାଇପାରେ। ନାଗରିକମାନଙ୍କୁ ଟିକା ଦେବାରେ ଭାରତ ପ୍ରଂଶନୀୟ ଉଦ୍ୟମ କରିଛି। ମୁଁ ମଧ୍ୟ ୨ଟି ପାନ ଟିକା ନେଇ ସାରିଛି। ମୋ ମାଆ ମଧ୍ୟ ଟିକା ନେଇ ସାରିଛନ୍ତି। ଆମେ ନିଜର କାର୍ଯ୍ୟ କରିବା ସହ ,ଅନ୍ୟମାନେ ଟିକା ନେଉଛନ୍ତି ବୋଲି ସୁନିଶ୍ଚିତ କରିବା। ଏହାସହ କରୋନାର ସମସ୍ତ ନିୟମକୁ ମାନିବା। ତୁଣ୍ଡି ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା କରିବା, ବାରମ୍ବାର ହାତ ଧୋଇବା।
ଜୁଲାଇ ୧ ଆମେ ଜାତୀୟ ଡାକ୍ତର ଦିବସ ପାଳିବା। କଠିନ ପରିଶ୍ରମ କରୁଥିବା ଡାକ୍ତରମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା।
ଟୋକିଓ ଅଲିମ୍ପିକ୍ସ ପାଇଁ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ  ଶୁଭେଚ୍ଛା ଜଣାଇଛନ୍ତି। ଟୋକିଓ ଅଲିମ୍ପିକ୍ସରେ ପ୍ରତିଦ୍ୱନ୍ଦିତା କରୁଥିବା ଖେଳାଳିଙ୍କ ପାଇଁ ‘ଚିୟର ଇଣ୍ଡିଆ’ ହାସଟ୍ୟାଗ୍‍ ବ୍ୟବହାର କରିବା ଲାଗି ପ୍ରଧାନମନ୍ତ୍ରୀ ନାଗରିକଙ୍କୁ କହିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଭାଗ ନେଉଥିବା ସମସ୍ତ ଖେଳାଳିଙ୍କ ମନୋବଳ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଅନୁରୋଧ କରିଛନ୍ତି।
ପ୍ରଧାନମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଓଡିଆ ଆଇଏଏସ ଅଧିକାରୀ ଗୁରୁପ୍ରସାଦ ମହାପାତ୍ରଙ୍କୁ ପୁଣି ଥରେ ମନେ ପକାଇଛନ୍ତି। ମୋଦୀ କହିଛନ୍ତି , ଦେଶ ଜଣେ କର୍ମବୀରଙ୍କୁ ହରାଇଲା। କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ମଧ୍ୟ ସେ ନିଜର କର୍ତ୍ତବ୍ୟ ଜାରି ରଖିଥିଲେ। ଦେଶର ବିଭିନ୍ନ ଅଞ୍ଚଳରେ କିପରି ଅମ୍ଳଜାନ ପହଞ୍ଚିବ ସେ ତାହାର ବ୍ୟବସ୍ଥା କରୁଥିଲେ। ତାଙ୍କର ଅସୁସ୍ଥତା ବୃଦ୍ଧି ପାଉଥିଲେ ମଧ୍ୟ ନିଜ କର୍ତ୍ତବ୍ୟରେ ହେଳା କରିନଥିଲେ। ଦେଶବାସୀଙ୍କ ପାଇଁ ଏଭଳି ତାଙ୍କ ନିଷ୍ଠା ଥିଲା। କରୋନା ତାଙ୍କୁ ଆମ ଠାରୁ ଛଡାଇନେଲା ବୋଲି ମୋଦୀ କହିଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories