www.samajalive.in
Monday, December 8, 2025
20.1 C
Bhubaneswar

କେବୁଲ ଟିଭିରେ ୟୁଟ୍ୟୁବ ପାଠପଢ଼ା

ଧରାକୋଟ :  କରୋନା ମହାମାରୀ ସମୟରେ ଶିକ୍ଷାଦାନ ଓ ଆହରଣ ପ୍ରତି ଏକପ୍ରକାର ଚଆହ୍ବାନ ସୃଷ୍ଟି କରିଛି। ଠିକ୍ ଏହି ସମୟରେ ପିଲାଙ୍କ ପାଠପଢା ପାଇଁ ଓଡିଶା ସରକାରଙ୍କ ୟୁଟ୍ୟୁବ ଜରିଆରେ ଶିକ୍ଷାଦାନ ଆଶୀର୍ବାଦ ହୋଇଛି। ଏହି ଶିକ୍ଷା ପାଇଁ ମୋବାଇଲ୍ ଫୋନ୍ ଅଭାବ ଏବଂ ବିପୁଳ ଇଣ୍ଟରନେଟ ବାବଦ ଖର୍ଚ୍ଚ ଛାତ୍ରଛାତ୍ରୀଙ୍କ ପାଇଁ ବାଧକ ସାଜିଛି। ଖର୍ଚ୍ଚ ବହନ କରିନପାରି ଅଧିକାଂଶ ଛାତ୍ରଛାତ୍ରୀ ଏଭଳି ଅଭିନବ ଶିକ୍ଷା ଗ୍ରହଣରୁ ବଞ୍ଚିତ ହୋଇଛନ୍ତି l କାହାର ମୋବାଇଲ ନାହିଁ ତ କାହାର ମୋବାଇଲ ଥିଲେ ବି ଡାଟା ପ୍ୟାକ ପକାଇବାକୁ ସମ୍ବଳ ନାହିଁ। କିନ୍ତୁ ଏଭଳି ଘଡ଼ିସନ୍ଧି ପରିସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରୟାସ କରିଛନ୍ତି ଧରାକୋଟ ବ୍ଲକ ମୁଣ୍ଡମରାଇସ୍ଥିତ ଦେଓପାଟଣା ବିଦ୍ୟାଳୟର ପ୍ରଧାନଶିକ୍ଷକ ସୂର୍ଯ୍ୟନାରାୟଣ ସାହୁ l ସେ ମୁଣ୍ଡମରାଇ କେବୁଲ ଟିଭି ଅପରେଟରଙ୍କ ସହାୟତାରେ ସ୍ବଳ୍ପ ଅର୍ଥ ବିନିଯୋଗରେ ସରକାରଙ୍କ ଦ୍ବାରା ପ୍ରଚଳିତ ୟୁଟ୍ୟୁବ ଶିକ୍ଷାଦାନ ବ୍ୟବସ୍ଥାକୁ ଟେଲିଭିଜନ ମାଧ୍ୟମରେ ପିଲାଙ୍କ ନିକଟରେ ପହଞ୍ଚାଇ ପାରିଛନ୍ତି । ଶିକ୍ଷକଙ୍କ ଏଭଳି ପ୍ରୟାସ ଦ୍ବାରା ବର୍ତ୍ତମାନ ଧରାକୋଟ ବ୍ଲକର ୭ଟି ପଞ୍ଚାୟତର ପିଲାମାନେ ୟୁଟ୍ୟୁବ ପ୍ରସାରିତ ଆଭାସି ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇପାରିଛନ୍ତି l
ଆବଶ୍ୟକ ପଡିଲେ ପ୍ରତ୍ୟେକ ଦିନର ଆଭାସି ଶିକ୍ଷାଦାନକୁ ପରବର୍ତ୍ତୀ ସମୟରେ ପୁନଃ ପ୍ରସାରଣ କରାଯିବାର ବ୍ୟବସ୍ଥା ବି ହୋଇଛି। କେବୁଲ ଅପରଟରଙ୍କ ଆଞ୍ଚଳିକ ଚ୍ୟାନେଲରେ ଶିକ୍ଷାଦାନ ବିଷୟବସ୍ତୁ ପୁନଃ ପ୍ରସାରଣ କରାଯାଉଛି। ଏହି କାମରେ ଶିକ୍ଷକଙ୍କୁ ସହଯୋଗ କରୁଛନ୍ତି ସେଠାକାର କେବୁଲ ଅପରେଟର। ଏହି ବ୍ୟବସ୍ଥା ମାଧ୍ୟମରେ ଶିକ୍ଷକ ସୂର୍ଯ୍ୟନାରାୟଣ ସାହୁ ପ୍ରତିଦିନ ସକାଳ ୧୦ଟାରୁ ସାଢେ ୧୦ଟ ପର୍ଯ୍ୟନ୍ତ ନବମ ଓ ଦଶମ ଶ୍ରେଣୀର ଇଂରାଜୀ ଏବଂ ଦିନ ସାଢେ ୧୦ରୁ ୧୧ ପର୍ଯ୍ୟନ୍ତ ତୃତୀୟ, ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଶିକ୍ଷାଦାନକୁ ସିଧା ପ୍ରସାରଣ କରୁଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories