www.samajalive.in
Monday, December 8, 2025
14.1 C
Bhubaneswar

ଆଜି ୬ ଗାଁରେ ସ୍ବତନ୍ତ୍ର ପରୀକ୍ଷା

ଭୁବନେଶ୍ୱର/ଦେବଗଡ଼ : ଓଡ଼ିଶାରେ କରୋନା ଭୂତାଣୁର ଡେଲଟା ପ୍ଲସ୍ ପ୍ରକରଣ ଚିହ୍ନଟ ହେବାକୁ ନେଇ ଆଶଙ୍କା ବଢିଥିବାବେଳେ ଏହା ବିଶେଷ ଘାତକ ନୁହେଁ ବୋଲି କହିଛନ୍ତି ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‌ଏସ୍‌) ନିର୍ଦେଶକ ଅଜୟ ପରିଡା। ଏହା ଯଦି ଘାତକ ହୋଇଥାନ୍ତା ତେବେ ଏହା ଦେବଗଡ଼ ଜିଲାରେ ବ୍ୟାପି ସଂକ୍ରମଣ କରି ସାରନ୍ତାଣି ବୋଲି ସେ କହିଛନ୍ତି। ତେବେ ଡେଲଟା ପ୍ଲସ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ମହାମାରୀ ଅନୁଧ୍ୟାନକାରୀ (ଏପିଡୋମିଲୋଜି) ଦଳ ଦେବଗଡ଼ ଯାଇଛି। ତାଙ୍କର ସ୍ବାସ୍ଥ୍ୟାବସ୍ଥା କେମିତି ରହିଛି, ସେ କାହା ସାଙ୍ଗରେ ମିଶିଥିଲେ କି, ସେ ଯାହା ସାଙ୍ଗରେ ମିଶିଥିଲେ ସେମାନେ ସଂକ୍ରମିତ ହେଇଛନ୍ତି ନା ନାହିଁ, ସେମାନଙ୍କର ସ୍ବାସ୍ଥ୍ୟାଵସ୍ଥା କେମିତି ରହିଛି। ସମସ୍ତେ ଟିକା ନେଇଛନ୍ତି କି ନାହିଁ ସେ ବିଷୟରେ ଯାଞ୍ଚ କରାଯିବ। ଏପରିକି ଦେବଗଡ଼ ଜିଲାର ୬ଟି ଗ୍ରାମରେ ସ୍ବତନ୍ତ୍ର କରୋନା ପରୀକ୍ଷା କରାଯିବ ବୋଲି ଦେବଗଡ଼ ଜିଲା ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି।
ସମ୍ପୃକ୍ତ ବ୍ୟକ୍ତିଙ୍କ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଡେଲଟା ପ୍ଲସ୍ ଚିହ୍ନଟ ବ୍ୟକ୍ତି ୩୦ ମାର୍ଚ୍ଚରେ ଟିକା ନେଇଥିଲେ। ପରବର୍ତ୍ତୀ ସମୟରେ ଜଣେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିଲେ। ତାଙ୍କର କିଛି ଲକ୍ଷଣ ପ୍ରକାଶ ପାଇ ନଥିଲା। ଏପ୍ରିଲରେ ନମୁନା ସଂଗ୍ରହ କରାଯାଇ ସମ୍ପୂର୍ଣ୍ଣ ଜେନମ୍‌ ସିକ୍ୟୁଏନ୍ସି ପାଇଁ ପଠାଯାଇଥିଲା। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେ ଟିକା ନେଇଥିବାରୁ ତାଙ୍କର କିଛି ଲକ୍ଷଣ ଦେଖା ଯାଉ ନଥିଲା। ତେଣୁ ଟିକାର ପ୍ରଭାବ ରହିଛି ବୋଲି ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ଆସନ୍ତାକାଲି ଠାରୁ ବାରକୋଟ ବ୍ଲକ ଅନ୍ତର୍ଗତ କଣ୍ଢଳ, କାଲକାଠ,ବଳମ ଓ ବସାଲଇ ସମେତ ତିଲେଇବଣି ବ୍ଲକର ବୁଢିବିଲ ଓ ସୁଗୁଡ଼ା ଗ୍ରାମରେ କୋଭିଡ ପରୀକ୍ଷା (ଆର୍‌ଟିପିସିଆର୍‌) କରାଯିବ। ଯଦି କେହି ପଜିଟିଭ ଚିହ୍ନଟ ହୁଅନ୍ତି, ଉକ୍ତ ନମୂନାକୁ ରାଜ୍ୟ ପରୀକ୍ଷାଗାରକୁ ପଠାଯିବ ବୋଲି ଦେବଗଡ଼ ଜିଲାସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟ ଜଣାଇଛନ୍ତି।
ଆଇ.ଏଲ୍‌.ଏସ.ର ଏକ ସ୍ୱତନ୍ତ୍ରଦଳ ଆଜି ଦେବଗଡ଼ ଜିଲା ଗସ୍ତ କରିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଇ.ଏଲ.ଏସ.ର ନିର୍ଦେଶକ ଅଜୟ ପରିଡା ଗଣମାଧ୍ୟମରେ ଘୋଷଣା କରିଥିଲେ ା କିନ୍ତୁ ଏ ସମ୍ପର୍କରେ ଜିଲା ସ୍ୱାସ୍ଥ୍ୟ ବିଭାଗ କିମ୍ବା ଜିଲା ପ୍ରଶାସନ ନିକଟରେ କୌଣସି ସୂଚନା ନାହିଁ। ତେଣୁ ଏଥିରୁ ରାଜ୍ୟ ଓ ଜିଲା ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ରହିଥିବା ସ୍ପଷ୍ଟ ହୋଇଯାଇଛି। ପ୍ରାୟ ଅଢେଇମାସ ପୂର୍ବେ ପଠାଯାଇଥିବା ନମୂନା ଏବେ ଚିହ୍ନଟ ହୋଇଥିବା ସିଡିଏମ୍‌ଓ କହୁଥିବା ବେଳେ ଯଦି ଏହା ସତ୍ୟ ହୋଇଥାଏ ତେବେ ଡେଲ୍‌ଟା ପ୍ଲସ ସଂକ୍ରମିତ ଚିହ୍ନଟ ହେବାର ଏତେ ବିଳମ୍ବରେ କାହିଁକି ଏହାକୁ ସାର୍ବଜନୀନ କରାଗଲା, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଣି ଚିହ୍ନଟ ହେବାର ଏତେଦିନ ପରେ ଘୋଷଣା କରାଯାଇ ଥିବାରୁ ସଂକ୍ରମିତ ଜଣକ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଆଶଙ୍କା ରହିଛି। ଆଜି ଜିଲାରେ ୩୦୦୦ ଲୋକଙ୍କ କୋଭିଡ ପରୀକ୍ଷା କରାଯାଇଥିବା ବେଳେ ମାତ୍ର ୩ ଜଣ ପିଜିଟିଭ ଚିହ୍ନଟ ହୋଇଥିବା ସିଡିଏମ୍‌ଓ ସୂଚନା ଦେଇଛନ୍ତି। ତେଣୁ ଜିଲାବାସୀ ଆଶ୍ବସ୍ତି ପ୍ରକାଶ କରିଛନ୍ତି।

ଆଇଏଲ୍‌ଏସ୍‌ ନିର୍ଦେଶକ ଶ୍ରୀ ପରିଡ଼ା କହିଛନ୍ତି, ଡେଲଟା ପ୍ଲସ ପ୍ରକରଣକୁ ନେଇ ଆମକୁ ସତର୍କ ରହିବାକୁ ପଡ଼ିବ। ଯେହେତୁ ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି, ଭୟଭୀତ ହେବାର କିଛି ନାହିଁ। ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି (କଣ୍ଟ୍ରାକ୍ଟ ଟ୍ରେସିଂ)ର ଆବଶ୍ୟକତା ନାହିଁ। ଆଇଏଲଏସରେ ଜାନୁଆରୀରୁ ଜେନମ୍‌ ସିକ୍ୟୁଏନିସିଂ କରାଯାଇଥିଲା। ଆଇଏଲଏସ ଓଡ଼ିଶା, ବିହାର, ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ୪ ରାଜ୍ୟରୁ ୩୮୦୦ ନମୁନା ଜେନମ ସିକ୍ୟୁଏନିସିଂ ପାଇଁ ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ଓଡ଼ିଶାରୁ ୧୧୦୦ ନମୁନା ସଂଗ୍ରହ ହୋଇଥିଲା। ଯେଉଁଥିରୁ ମାତ୍ର ଗୋଟିଏ ଡେଲଟା ପ୍ଲସ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସମଗ୍ର ଦେଶରୁ ୪୬ ହଜାର ନମୁନା ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ୪୮ମାମଲା ସାମ୍ନାକୁ ଆସିଛି। ଯାହା ମାତ୍ର ୦.୦୧ ପ୍ରତିଶତ। ଆଗାମୀ ଦିନରେ ଏହା କେତେ ପ୍ରଭାବ ରଖିବ ତାହା ଉପରେ ଗବେଷଣା ଚାଲିଛି। ମାତ୍ର ଆମକୁ ସତର୍କ ରହିବାକୁ ପଡ଼ିବ। ଯଦି ଆମେ ସତର୍କ ନ ରହିବା ତେବେ ଭୂତାଣୁକୁ ଆମେ ଆମନ୍ତ୍ରଣ କରିବା ଭଳି ହେବ। ତାଲାବନ୍ଦ ଖୋଲିବା ପରେ ସମସ୍ତେ ନିୟମ ମାନନ୍ତୁ। ଅମାନିଆ ହେବା ଆମ ପାଇଁ ବିପଦ ସୃଷ୍ଟି କରିପାରେ। ଟିକା ନେବା ପରେ କେତେ ଲୋକ ସଂକ୍ରମିତ ହେଉଛନ୍ତି; ତା’ର ତର୍ଜମା ଚାଲିଛି ବୋଲି ସେ ମତ ପ୍ରକାଶ କରିଛନ୍ତି।
ଆଜି ୬ ଗାଁରେ…

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories