www.samajalive.in
Monday, December 8, 2025
20.1 C
Bhubaneswar

ଅମିୟଙ୍କୁ କାଂସ୍ୟ; ଦୂତି ୪ର୍ଥ

କଟକ : ପାତିଆଲାରେ ଚାଲିଥିବା ୬୦ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଦୌଡ଼କୁଦ ପ୍ରତିଯୋଗିତାର ୧୦୦ ମିଟର ଦୌଡ଼ରେ ଭାରତର ଦ୍ରୁତତମ ଧାବକ ଅମିୟ ମଲ୍ଲିକ କାଂସ୍ୟ ପଦକ ଜିତିଥିବା ବେଳେ ଦେଶର ଦ୍ରୁତତମା ମହିଳା ତଥା ତାରକା ସ୍ପ୍ରିଣ୍ଟର ଦୂତି ଚାନ୍ଦ ୪ର୍ଥ ସ୍ଥାନରେ ରହିଛନ୍ତି।
ଶନିବାର ସନ୍ଧ୍ୟାରେ ପୁରୁଷ ୧୦୦ମିଟର ଦୌଡ଼ ଫାଇନାଲ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା। ହିଟ୍‌ସରେ ୧୦.୫୦ ସେକେଣ୍ଡ ନେଇଥିବା ଅମିୟ ଫାଇନାଲରେ ସାମାନ୍ୟ ଉନ୍ନତ ପ୍ରଦର୍ଶନ କରି ୧୦.୪୯ ସେକେଣ୍ଡ ସହ ୩ୟ ସ୍ଥାନ ହାସଲ କରିଛନ୍ତି। ଏଥିରେ ପଞ୍ଜାବର ଗୁରିନ୍ଦରବୀର ସିଂହ ୧୦.୨୭ ସେକେଣ୍ଡ ସହ ପ୍ରଥମ ଓ ଲଭପ୍ରୀତ୍ ସିଂହ ୧୦.୪୭ ସେକେଣ୍ଡ ସହ ୨ୟ ସ୍ଥାନ ହାସଲ କରିଛନ୍ତି। ଟୋକିଓ ଅଲିିମ୍ପିକ୍‌ସ ପୁରୁଷ ୧୦୦ମିଟର ଦୌଡ଼ରେ ଯୋଗ୍ୟତା ସମୟ ୧୦.୦୫ ସେକେଣ୍ଡ ରହିଥିବା ବେଳେ ଅମିୟ, ଗୁରିନ୍ଦରବୀର ଓ ଲଭପ୍ରୀତ୍‌ ସିଧାସଳଖ ଯୋଗ୍ୟତା ହାସଲରେ ବିଫଳ ହୋଇଛନ୍ତି। ମହିଳା ୧୦୦ ମିଟର ଦୌଡ଼ରେ ଜାତୀୟ ରେକର୍ଡଧାରୀ ଦୂତି ଚାନ୍ଦ ସିଧାସଳଖ ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତାରେ ବିଫଳ ହୋଇଛନ୍ତି। ଶନିବାର ସନ୍ଧ୍ୟାର ଫାଇନାଲରେ ଦୂତି ୧୧.୬୯ ସେକେଣ୍ଡ ସହ ୪ର୍ଥ ସ୍ଥାନ ହାସଲ କରିଛନ୍ତି। ସକାଳେ ହିଟ୍‌ସ ଦୌଡ଼ିବା ସମୟରେ ଦୂତିଙ୍କ ଗୋଡ଼ ମାଂସପେଶୀ ଟାଣି ହୋଇ ଯାଇଥିଲା। ସେ ହିଟ୍‌ସରେ ୧୧.୭୬ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିଥିଲେ। ତଥାପି ଫାଇନାଲରେ ଦୂତି ଦୌଡ଼ିଥିଲେ। ଏଥିରେ ସେ ୧୧.୬୨ ସେକେଣ୍ଡ ସମୟ ନେଇ ୪ର୍ଥ ସ୍ଥାନ ହାସଲ କରିଛନ୍ତି। ତାମିଲନାଡୁର ଏସ୍‌. ଧନଲକ୍ଷ୍ମୀ ୧୧.୫୨ ସେକେଣ୍ଡ ସହ ସ୍ବର୍ଣ୍ଣ, ଶ୍ରୀଲଙ୍କାର ଆମାସା ଡି ସିଲ୍‌ଭା ୧୧.୫୯ ସେକେଣ୍ଡ ସହ ରୌପ୍ୟ ଓ ତାମିଲନାଡ଼ୁର ଅର୍ଚ୍ଚନା ସୁଶୀନ୍ଦ୍ରନ ୧୧.୬୦ ସେକେଣ୍ଡ ସହ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ଦୂତି ୧୦୦ ମିଟର ଦୌଡ଼ରେ ସିଧାସଳଖ ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତାରେ ବିଫଳ ହୋଇଥିବା ବେଳେ ଏବେ ବିଶ୍ବ ମାନ୍ୟତା ଆଧାରରେ ଯୋଗ୍ୟତା ହାସଲ ନେଇ ଏବେ ଏକମାତ୍ର ସୁଯୋଗ ରହିଛି। ଇଣ୍ଡିଆନ ଗ୍ରାଁ ପ୍ରିରେ ଦୂତି ୧୧.୧୭ ସେକେଣ୍ଡରେ ୧୦୦ ମି. ଦୌଡ଼ ସମାପ୍ତକରି ନିଜର ଜାତୀୟ ରେକର୍ଡ ଭଙ୍ଗ କରିଥିଲେ। ସେହିପରି ଦୂତି ଚାନ୍ଦ, ହିମା ଦାସ,ଏସ୍. ଧନଲକ୍ଷ୍ମୀ ଓ ଅର୍ଚ୍ଚନା ସୁଶୀନ୍ଦ୍ରନଙ୍କୁ ନେଇ ମହିଳା ୧୦୦ ମିିଟର ରିଲେ ଦଳ ୨୯ରେ ପ୍ରତିଯୋଗିତାକୁ ଓହ୍ଲାଇବେ। ରିଲେ ଦଳ ନିକଟରେ ଅଲିମ୍ପିକ୍‌ସ ଯୋଗ୍ୟତାର ଶେଷ ସୁଯୋଗ ରହିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories