www.samajalive.in
Sunday, December 7, 2025
16.1 C
Bhubaneswar

ଇନ୍ଦ୍ରାବତୀର ମୁଖ୍ୟଯନ୍ତ୍ରୀ ତଥା ବେସିନ ପରିଚାଳକ କାର୍ଯ୍ୟାଳୟକୁ ସ୍ଥାନାନ୍ତର ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କର ଉଦ୍ଦେଶ୍ୟରେ ଦାବିପତ୍ର

ନବରଙ୍ଗପୁର: ଇନ୍ଦ୍ରାବତୀସ୍ଥିତ ମୁଖ୍ୟଯନ୍ତ୍ରୀ ତଥା ବେସିନ ପରିଚାଳକ କାର୍ଯ୍ୟାଳୟକୁ ଜୟପୁର ସ୍ଥାନାନ୍ତର ନକରି ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ବିଜେପି ଓ କଂଗ୍ରେସ ପକ୍ଷରୁ ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଜଳବିଦ୍ୟୁତ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କଠାରୁ ସିଭିଲ ବିଭାଗ, ଇନ୍ଦ୍ରାବତୀ ଜଳସେଚନ ବିଭାଗକୁ ହସ୍ତାନ୍ତର କରିବା, ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ଅଧିନରେ ଥିବା ପ୍ରକଳ୍ପ ଡାକ୍ତରଖାନାକୁ ରାଜ୍ୟ ସ୍ୱାସ୍ଥ୍ୟବିଭାଗକୁ ଓ ଉଚ୍ଚବିଦ୍ୟଳୟ ତଥା ପ୍ରାଥମିକ ବିଦ୍ୟାଳୟକୁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷାବିଭାଗକୁ ହସ୍ତାନ୍ତର କରିବା, ବିଭିନ୍ନ ଗ୍ରାମକୁ ସଂଯୋଗ କରିଥିବା ପ୍ରକଳ୍ପ ରାସ୍ତାଗୁଡିକୁ ରାସ୍ତା ଓ ଗୃୃହନିର୍ମାଣ ବିଭାଗକୁ ହସ୍ତାନ୍ତର। ଓଡିଶା ଜଳବିଦ୍ୟୁତ ନିଗମ ଠାରୁ ପ୍ରତିବର୍ଷ ଇନ୍‍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରୁ ପାଉଥିବା ଲାଭାଶଂରୁ କର୍ପରେଟସୋସିଆଲ ରେସ୍‍ପନଟିବିଲିଟ ଫଣ୍ଡ (ସିଏସଆର)ନିଶ୍ଚିନ୍ତ କରିବା ଇତ୍ୟାଦି ଦାବି କରାଯାଇଛି ।

ନବରଙ୍ଗପୁର ଜିଲାକୁ ଶ୍ରୀହୀନ କରି ଉଭୟ ଜଳସେଚନ ଓ ପାନୀୟ ଜଳରୁ ବଞ୍ଚିତ କରି ଗଢି ଉଠିଥିବା ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ କଳହାଣ୍ଡିକ ଜିଲାକୁ ଶସ୍ୟଶ୍ୟାମଳା କରିବା ସହ ବିଦ୍ୟୁତ ମଧ୍ୟ ଯୋଗାଇ ଆସୁଛି। ମୁଖ୍ୟ ବିଷୟ ହେଲା ଇଞିନିୟରିଂ କ୍ୟାଡରର ପୁନଃର୍ବିନ୍ୟାସ ନାମରେ ଇନ୍ଦ୍ରାବତୀରୁ ଜୟପୁରକୁ କାର୍ଯ୍ୟାଳୟସ୍ଥାନାନ୍ତରର ଯୁକ୍ତି ଯୁକ୍ତତା ନାହିଁ। ଦୀର୍ଘ ୪ବର୍ଷ ହେଲା ମୁଖ୍ୟଯନ୍ତ୍ରୀ ତଥା ବେସିନ ପରିଚାଳକ ଇନ୍ଦ୍ରାବତୀ ଓ କୋଲାବ ବେସିନ ସୁରୁଖୁରୁରେ ବର୍ତ୍ତମାନ ପର୍ଯ୍ୟନ୍ତ ଖାତିଗୁଡାରେ ଚାଲି ଆସିଛି। କେବଳମୁଖ୍ୟଯନ୍ତ୍ରୀଙ୍କର ତୁଳନାରେ ତାଙ୍କର ଠାରୁ ତଳପଦବୀରେ ଥିବା ମୁଖ୍ୟ ନିର୍ମାଣଯନ୍ତ୍ରୀ ଯାହାକି ପୁନର୍ବିନ୍ୟାସର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ହୋଇଛି। ତାଙ୍କପାଖରେ ବଜେଟ ଓ କାର୍ଯ୍ୟର କ୍ଷମତା ରହିଛି। ବର୍ତ୍ତମାନ ପୂର୍ବଭଳି ମୁଖ୍ୟଯନ୍ତ୍ରୀ ଓ ବେସିନ ପରିଚାଳକ ଇନ୍ଦ୍ରାବତୀ ଓ କୋଲାବ ବେସିନ କୁ ବଜେଟ ଓ କାର୍ଯ୍ୟକ୍ଷମତା ଦେଇ ଇନ୍ଦ୍ରାବତୀରେ କାର୍ଯ୍ୟାଳୟ ପରିଚାଳନା ରେ ଅସୁବିଧା ନାହିଁ। କେବଳ ଗୋଟିଏ ପଦବୀର କ୍ଷମତା ପାଇଁ ଦୀର୍ଘବର୍ଷ ହେବ ସୁରୁଖୁରୁରେ ଚାଲିଥିବା କାର୍ଯ୍ୟାଳୟ ଉଠିଯିବା ନିନ୍ଦନୀୟ। ଏହି କାର୍ଯ୍ୟାଳୟ ଜୟପୁର ସ୍ଥାନାନ୍ତର ହେଲେ ଆନୁସଙ୍ଗୀକ ବ୍ୟବସ୍ଥା ପାଇଁ ରାଜ୍ୟଅର୍ଥର ବୃଥା ଅପଚୟ ହେବ। ଦ୍ୱିତୀୟରେ ଇନ୍ଦ୍ରାବତୀ ପ୍ରକଳ୍ପ ୧୯୭୮ ମସିହାରୁ ଆରମ୍ଭ ହେବା ଠାରୁ କର୍ମଚାରୀଙ୍କର ଫାଇଲ ଓ ଅନ୍ୟାନ୍ୟ ଯଥା- ବାମ କେନାଲ, ଓ ଦକ୍ଷିଣ କେନାଲ ଅଫିସର ଫାଇଲ କାର୍ଯ୍ୟ, ଏପରିକି ବିସ୍ଥାପନ ବେଳେ ଫାଇଲ ଏହି କାର୍ଯ୍ୟାଳୟର ଅଧିନରେ ରହିଛି । ବର୍ତ୍ତମାନ ମଧ୍ୟ ପୁରୁଣା ଫାଇଲ ପ୍ରକଳ୍ପର କୋର୍ଟ କାମରେ ଆବଶ୍ୟକ ପଡୁଛିା ଅଦ୍ୟାବଧି ବିସ୍ତାପିତଙ୍କର ସମସ୍ୟାର ସ୍ଥାୟୀ ସମାଧନା ହୋଇନି। ପ୍ରକଳ୍ପ ଜମି ଅଧିଗ୍ରହଣ କରିଥିବା ଜମି ଯାହାକି ଅବ୍ୟବହୃତ ତାହା ରାଜସ୍ୱ ବିଭାଗକୁ ହସ୍ତନ୍ତର କରାଯାଇନି। ବିଭିନ୍ନ ବିଭାଗ ଦ୍ୱାରା ରାସ୍ତା ତଥା କୋଠାନିମଣ ପାଇଁ ଜମିଜମା ଆବଶ୍ୟକ ହେଲେ ଇନ୍ଦ୍ରାବତୀ ଜଳସେଚନ ବିଭାଗକୁ ଚିଠି କରିବାକୁ ପଡୁଛି।

- Advertisement -

ବର୍ତ୍ତମାନ ଯଦି ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟ ଏଠାରୁ ସଂପୂର୍ଣ୍ଣ ଉଠିଯିବ ତେବେ କୋର୍ଟ କଚେରୀ କାମରେ ଆବଶ୍ୟକ ଫାଇଲ ସଂଗ୍ରହର ଅସୁବିଧା ସୃଷ୍ଟି ହେବ। ଜୟପୁରକୁ ଏହି କାର୍ଯ୍ୟାଳୟ ଉଠି ଗଲେ ଇନ୍ଦ୍ରାବତୀ ବିଶେଷ କରି ନବରଙ୍ଗପୁର ସହ ଜଡିତ ଇନ୍ଦ୍ରାବତୀ ନଦୀରର ଆତ୍ମିୟତା ରହିବନାହିଁ । ପ୍ରସ୍ତାବିତ ଅଫିସ ଅଧିନରୁ ଇନ୍ଦ୍ରାବତୀ ସହ ଜଡତି ସମସ୍ତ ଫାଇଲକୁ ଦୂରେଇ ରଖାଯାଇଛି। ୮୦ଦଶକୁ ଇନ୍ଦ୍ରାବତୀ ନଦୀର ଜଳକୁ ନବରଙ୍ଗପୁର ବାସୀକୁ ବଞ୍ଚିତ କରାଯାଉଥିବାବେଳେ ଆଉ ଏକ ଅନ୍ୟାୟ ନବରଙ୍ଗପୁରବାସୀଙ୍କର ପ୍ରତି କରାଯାଇଛ। ତଳଅଞ୍ଚଳକୁ ଜଳସେଚନ ସୁବିଧା ପାଇଁ ପ୍ରସ୍ତାବିତ କେନାଲ ବ୍ୟବସ୍ଥାପାଇଁ ଅଦାଲତ ଲଢେଇ ପାଇଁ ବିକଳ୍ପ ବାଟ ବନ୍ଦ ହୋଇଯିବ। ଇନ୍ଦ୍ରାବତୀ ଠାରେ ଥିବା ୧୧୦୦ ସରକାରୀ କ୍ୱାର୍ଟର ରେ ଜଳଯୋଗାଣ ଓ କଳୋନୀ ରାସ୍ତର ଉପଯୁକ୍ତ ମରାମତି ଓ ରକ୍ଷଣାବେକ୍ଷଣ କରାଯାଇ ପାରୁନି। ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଅଧନରେ ଡ୍ୟାମ ସଂଲଗ୍ନ ରାସ୍ତା ଓ ଅନ୍ୟାନ୍ୟ ସଂଯୋଗୀକରଣ ରାସ୍ତା, ଜଳଭଣ୍ଡାରର ଜଳପରିଚାଳନା ଦାୟୀତ୍ୱ ରହିଛି। ଏହାର ସଠିକ ପରିଚାଳନା କରାଯାଉ ନାହିଁ। ଇନ୍ଦ୍ରାବତୀ, ବାରିଆଘାଟ, କପୁର, ମୁରାନ, ମୁଖିଗୁଡା ଓ ବେଣା ଖମାର ରାସ୍ତାକୁ ଜଳବିଦ୍ୟୁତ ପ୍ରକଳ୍ପ ଠାରୁ ଆଣି ରାସ୍ତା ଓ ଗ୍ରାମ୍ୟନିର୍ମାଣ ବିଭାଗକୁ ହସ୍ତାନ୍ତର କରାଗଲେ ଏହି ଅଞ୍ଚଳବାସୀ ଉପକୃତ ହୋଇପାରିବେ। ଏଣୁ ନବରଙ୍ଗପୁର ଜିଲାର ବୃହତ୍ତସ୍ୱାର୍ଥ ପାଇଁ ଏଠାରୁ ମୁଖ୍ୟଯନ୍ତ୍ରୀ ତଥା ବେସିନ ପରିଚାଳକ କାର୍ଯ୍ୟାଳୟକୁ ନଉଠାଇ ଇନ୍ଦ୍ରାବତୀ (ଖାତିଗୁଡା) ଠାରେ ହିଁ ଜାରି ରଖିବା ପାଇଁ ଦାବି କରାଯାଇଛି।

ନବରଙ୍ଗପୁରିଆଙ୍କର ଅସ୍ମିତାକୁ ଆଘାତ ଦେଲେ ଫଳାଫଳ ପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଚେତାବନୀ ଦିଆଯାଇଛି। ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୈାରୀଶଙ୍କର ମାଝୀ, ଜିଲା ପଛୁଆବର୍ଗ ସଭାପତି ଦୈତାରୀ ମାଝୀ, ଯୁବନେତାମାନସ ରଞନ ଦାସଓ ନଗର ସଭାପତି ପିଣ୍ଟୁମିଶ୍ର, କଂଗ୍ରେସ ପକ୍ଷରୁ ଜିଲା ସଭାପତି ମୁନା ତ୍ରିପାଠୀ, ପିସିିସି ସଭ୍ୟ ଦିଲ୍ଲୀପ ବେହେରା, ପୂର୍ବତନ ପିସିସି ସଙ୍ଗଠନ ସମ୍ପାଦକ ସରୋଜ ପାତ୍ର, ଜିଲା ଆଦିବାସୀ କଂଗ୍ରେସ ସଭାପତି ଅଖିଳ ଭତରା,ଜିଲା ଉପସଭାପତି ପ୍ରଦୀପ ସାହୁ, ନଗର ସଭାପତି ଉତ୍ତମ ତ୍ରିପାଠୀ, ବ୍ଲକ ସଭାପତି ପ୍ରହଲ୍ଲାଦ ହିଆଲ ସମେତ ଗଣମାଧ୍ୟମ ପ୍ରତିନିଧି ପୃଥୀରାଜ ପାଇକ ରାୟ, ବାରିଜ ପଟନାୟକ,ଚିଦାନନ୍ଦ ସାହୁ , ଶୁଭ୍ରଜିତ ପାଣିଗ୍ରାହୀ, ଓ ଭିକିଜେନା ପ୍ରମୁଖ ଦାବି ପତ୍ରରେ ଦସ୍ତଖତ କରିଛନ୍ତି। ଅତିରିକ୍ତଜିଲାପାଳ ରତ୍ମାକର ସାହୁଙ୍କର ସହିତ ଦୀର୍ଘ ସମୟ ଆଲୋଚନା କରିବା ପରେ ଦାବିପତ୍ର ପ୍ରଦାନ କରାଯାଇଥିଲା।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories