www.samajalive.in
Monday, December 8, 2025
20.1 C
Bhubaneswar

ସୁଧୁରୁନି ପାକିସ୍ତାନ, ପୁଣି ରହିଲା ଧୂସର ତାଲିକାରେ

ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ଅର୍ଥ ଯୋଗାଉଥିବା ଦେଶଗୁଡିକ ଉପରେ ପଦକ୍ଷେପ ନେବା ପାଇଁ ଗଠିତ ସଂଗଠନ ଆର୍ଥିକ ଆକ୍ସନ୍ ଟାସ୍କ ଫୋର୍ସ ପୁଣି ପାକିସ୍ତାନକୁ ଧୂସର ତାଲିକାରେ ସ୍ଥାନିତ କରିଛି। ପାଞ୍ଚ ଦିନିଆ ବୈଠକ ପରେ ସଂଗଠନ ପକ୍ଷରୁ ଆଜି ଏହି ଘୋଷଣା କରାଯାଇଛି। ଫଳରେ ପାକିସ୍ତାନ ଉପରେ ଆଭ୍ୟନ୍ତରୀଣ କାର୍ଯ୍ୟକଳାପ ଉପରେ ଅଧିକ ନଜର ରଖାଯିବ। ଏହି ଆକ୍ସନ୍ ଟାସ୍କ ଫୋର୍ସର ଅଧ୍ୟକ୍ଷ ଡଃ ମାର୍କସ ପ୍ଲେୟାର କହିଛନ୍ତି, ପାକିସ୍ତାନ ତାର ପୂର୍ବ କାର୍ଯ୍ୟକଳାପରେ ଉଲ୍ଲେଖନୀୟ ଅଗ୍ରଗତି କରିଛି ଏବଂ ୨୭ଟି ପଦକ୍ଷେପ ମଧ୍ୟରୁ ୨୬ଟିର ସମାଧାନ କରିଛି।

୨୦୧୯ରେ ଏହି ସଂସ୍ଥା ପାକିସ୍ତାନର ଆତଙ୍କବାଦୀ ସଂଗଠନଗୁଡିକୁ ଆର୍ଥିକ ସହାୟତା ନେଇ ଚିହ୍ନଟ କରିଥିଲା, ଯାହା ଅନୁଯାୟୀ ପାକିସ୍ତାନକୁ ଧୂସର ତାଲିକାଭୁକ୍ତ କରାଯାଇଛି। ଶ୍ରୀ ପ୍ଲେୟାର କହିଛନ୍ତି ଯେ ଧୂସର ତାଲିକାରୁ ବାହାରିବା ପାଇଁ ଦେଶଗୁଡିକ ଆବଶ୍ୟକ ପଦକ୍ଷେପ ନେବା ସହ ଲକ୍ଷ୍ୟ ପୂରଣ କରିବା ଆବଶ୍ୟକ।

- Advertisement -

କିଛି ଦିନ ପୂର୍ବରୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମୁଦ କୁରେଶି କହିଛନ୍ତି ଯେ ଦେଶର ସାମ୍ପ୍ରତିକ ଅଗ୍ରଗତିକୁ ଦୃଷ୍ଟିରେ ରଖି ଦେଶକୁ ଧୂସର ତାଲିକାରେ ରଖିବା ପାଇଁ ଆର୍ଥିକ ଆକ୍ସନ୍ ଟାସ୍କ ଫୋର୍ସ ନିଷ୍ପତ୍ତିର କୌଣସି ଯଥାର୍ଥତା ନାହିଁ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories