www.samajalive.in
Wednesday, December 10, 2025
26.1 C
Bhubaneswar

ଆସିଲେନି ବର୍ଷା, ଅନୁଭବ ନିରାଶ

ଭୁବନେଶ୍ବର: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ମାମଲା। ମଧ୍ୟସ୍ଥ କେନ୍ଦ୍ରକୁ ଆସିଲେନି ବର୍ଷା, ଅସନ୍ତୋଷ ଝାଡ଼ିଲେ ଅନୁଭବ। ବାରମ୍ବାର ନୋଟିସ ସତ୍ତ୍ବେ ବର୍ଷା ଆସୁନଥିବା କହିଲେ ଅନୁଭବ। ଗତକାଲି ଆସିଥିଲେ ସେ ଆସିଲେନି, ଆଜି ବି ଆସିଲି, ସେ ଆସିଲେନି। ସୋସିଆଲ ମିଡ଼ିଆ ପାଇଁ ସମୟ ପାଉଛନ୍ତି, କୋର୍ଟକୁ ଆସିବାକୁ ସମୟ ନାହିଁ। ଜାଣିଶୁଣି ମାମଲାକୁ ସାରିବାକୁ ସେ ଚାହୁଁନଥିବା କହିଲେ ଅନୁଭବ। ତେବେ ନ ଆସିବା ନେଇ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଅପରପକ୍ଷରେ ଅନୁଭବଙ୍କ ଅଭିଯୋଗ ନେଇ  ବର୍ଷାଙ୍କ ଓକିଲ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବର୍ଷା ଅସୁସ୍ଥ ଥିବାରୁ କୋର୍ଟକୁ ଆସି ପାରୁନାହାନ୍ତି। ଆଗରୁ ବର୍ଷା ଆସୁଥିଲେ, ଅନୁଭବ ଆସୁନଥିଲେ। ଏଥିପାଇଁ କୋର୍ଟରେ ବର୍ଷାଙ୍କ ଆବେଦନ ପଡ଼ି ରହିଛି। ରାତିରେ ଭଉଣୀଙ୍କୁ ଫୋନ କରି ପିଟିସନ କପି ଦିଆଯାଉଛି। କୋର୍ଟଙ୍କ ପ୍ରକ୍ରିୟା ଅନୁସାରେ କିଛି କରାଯାଉନାହିଁ।


ସୂଚନାଯୋଗ୍ୟ ଯେ, ବେଶ କିଛି ଦିନ ହେବ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ସ୍ୱାମୀ ସାଂସଦ ଅନୁଭବ ମହାନ୍ତିଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଛି। ଏ ସଂକ୍ରାନ୍ତରେ ମାମଲା କୋର୍ଟରେ ଚାଲିଥିବା ବେଳେ କଥା ଯାଇ ଛାଡପତ୍ର ଦେବା ପର୍ଯ୍ୟନ୍ତ ପହଞ୍ଚି ସାରିଛି। ଅଭିନେତ୍ରୀ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡପତ୍ର ଦେବା ପାଇଁ ସ୍ବାମୀ ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା କୋର୍ଟରେ ଆବେଦନ କରିଛନ୍ତି। ଅପରପକ୍ଷରେ ବର୍ଷା ପ୍ରିୟଦର୍ଶିନୀ ନିଜ ଭରଣପୋଷଣ ପାଇଁ କଟକ ଏସଡିଜେଏମ କୋର୍ଟରେ ଆବେଦନ କରିଛନ୍ତି

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories