www.samajalive.in
Sunday, December 7, 2025
15.1 C
Bhubaneswar

ପୂଜା ଘର ଓ ରୋଷେଇ ଘର ପାଇଁ ବାସ୍ତୁ ନିୟମ

ପୂଜା ଘର ପାଇଁ ସଠିକ ଦିଗ :
ଘରେ ପୂଜା ଘର କରିବା ପାଇଁ ଅନେକ ନିୟମ ରହିଛି। ବାସ୍ତୁ ଅନୁଯାୟୀ, ଘରେ ପୂଜା ଘର ସର୍ବଦା ଐଶାନ୍ୟ କୋଣ ଅର୍ଥାତ ଉତ୍ତର-ପୂର୍ବ ଦିଗରେ କରିବା ଉଚିତ।
ପୂଜା କରିବା ପାଇଁ ଦିଗ :
ପୂଜା କରିବା ବେଳେ ସର୍ବଦା ପୂର୍ବ ଓ ଉତ୍ତର ଦିଗକୁ ମୁହଁ କରିବା ଉଚିତ। ଧନ ପ୍ରାପ୍ତି ପାଇଁ ଉତ୍ତର ଦିଗକୁ ମୁହଁ କରି ପୂଜା କରିବା ଉଚିତ। ଜ୍ଞାନ ପ୍ରାପ୍ତି ପାଇଁ ପୂର୍ବ ଦିଗକୁ ମୁହଁ କରି ପୂଜା କରିବା ଉଚିତ।
ପୂଜା ସ୍ଥଳରେ ଏହି କାମ କରିବା ଉଚିତ୍ :
ପୂଜା ସ୍ଥଳରେ ସକାଳେ ଓ ସନ୍ଧ୍ୟା ବେଳେ ନିୟମିତ ରୂପେ ଦୀପ ପ୍ରଜ୍ବଳିତ କରିବା ଉଚିତ। ଏହାସହ ପୂଜା ଘରେ ସର୍ବଦା ଶଙ୍ଖ ରଖିବା ଉଚିତ। ଏପରି କରିବା ଦ୍ବାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଏହାଦ୍ବାରା ପରିବାରରେ ସୁଖ-ସମୃଦ୍ଧି ବୃଦ୍ଧି ହୋଇଥାଏ।
ଏଠାରେ ପୂଜା ଘର କରନ୍ତୁ ନାହିଁ :
କେବେ ବି ଗାଧୁଆ ଘର ନିକଟରେ ପୂଜା ଘର କରନ୍ତୁ ନାହିଁ। ଏହାସହ ଷ୍ଟୋର ରୁମ ଓ ସିଡି ପାଖରେ ମଧ୍ୟ ପୂଜା ଘର କରିବା ଅନୁଚିତ।
ପୂଜା ଘରେ ଏହି ମୂର୍ତ୍ତି ରଖିବା ବର୍ଜନୀୟ :

ପୂଜା ଘରେ କୌଣସି ଭଗବାନଙ୍କ ଖଣ୍ଡିତ ମୂର୍ତ୍ତି ରଖନ୍ତୁ ନାହିଁ। ଏହାସହ ଜଣେ ଭଗବାନଙ୍କ ଅନେକ ମୂର୍ତ୍ତି ମଧ୍ୟ ରଖିବା ଅନୁଚିତ।
ରୋଷେଇ ଘରେ………

- Advertisement -

ରୋଷେଇ ଘରେ କେବେ ବି ଠାକୁରଙ୍କ ଫଟୋ କିମ୍ବା ପୂଜା ସାମଗ୍ରୀର ବ୍ୟବହାର କରିବେ ନାହିଁ। ଏହା ଦ୍ୱାରା ଘରେ ଅଶାନ୍ତି ବଢିଥାଏ।
ଘରର ରୋଷେଇ ଘର ଏବଂ ଗାଧୁଆ ଘର ସମ୍ମୁଖୀନ ରହିବା ଘର ପାଇଁ ଖରାପ ହୋଇଥାଏ। ଏହା ଘରେ ନକରାତ୍ମକ ପ୍ରଭାବ ପକାଇଥାଏ। ଯାହା ଦ୍ୱାରା ଘର ପରିବାର ସଦସ୍ୟ ମାନଙ୍କ ମଧ୍ୟରେ ଝଗଡା ସୃଷ୍ଟି ହୋଇଥାଏ।
ଘରର ମୁଖ୍ୟ ଦ୍ୱାର ଏବଂ ରୋଷେଇ ଘର ସାମ୍ନାସାମ୍ନି ରହିବା ବାସ୍ତୁ ଅନୁସାରେ ଖରାପ ହୋଇଥାଏ।
ଘରର ବାସ୍ତୁ ଦୋଷ ଦୂର କରିବାପାଇଁ ଖାଇବା ଆଗରୁ ଭୋଜନ ପ୍ରଥମେ ଭଗବାନ ଏବଂ ଗାଈକୁ ଅର୍ପଣ କରିବାଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories