www.samajalive.in
Sunday, December 7, 2025
23.1 C
Bhubaneswar

ବ୍ୟାଙ୍କ କାନ୍ଥ କାଟି ପଶିଲେ; ୫୫ ଲକ୍ଷ ଟଙ୍କା ଲୁଟିନେଲେ

ନୂଆଦିଲ୍ଲୀ: ଡକାୟତମାନେ କିଭଳି ଉପାୟରେ ଡକାୟତି କରିପାରନ୍ତି ତାହା ନୂଆଦିଲ୍ଲୀରେ ଘଟିଥିବା ଏକ ବଡଧରଣର ବ୍ୟାଙ୍କ ଡକାୟତିରୁ ଜଣାଯାଉଛି। ରବିବାର ରାତିରେ ପୂର୍ବ ଦିଲ୍ଲୀର ବିଶ୍ୱାସ ନଗର ଅଞ୍ଚଳରେ ଘଟିଛି ଏହି ଡକାତି ଘଟଣା। ଡକାୟତମାନେ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର କାନ୍ଥକୁ କାଟି ବ୍ୟାଙ୍କରେ ଥିବା ୫୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।
ଜଣାଯାଇଛି ଯେ ଡକାୟତମାନେ କାନ୍ଥ ଓ ଚଟାଣକୁ କାଟି ଆଇରନ ଭଲ୍ଟ ନିକଟରେ ପହଞ୍ଚିଥିଲେ। ପରେ ଭଲ୍ଟରେ ଥିବା ଟଙ୍କା ନେଇ ପଳାଇଥିଲେ। ସୋମବାର ଏହି ଘଟଣା ଜଣାପଡିଥିଲା। ବ୍ୟାଙ୍କ କର୍ମଚାରୀ ବ୍ୟାଙ୍କ ଶାଖା ଖୋଲିବାକୁ ଆସି ଏଭଳି ଘଟଣା ଘଟିଥିବା ଦେଖି ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ତେବେ ଡକାୟତି କରିବା ପୂର୍ବରୁ ଡକାୟତମାନେ ସିସିଟିଭି ବ୍ୟବସ୍ଥାକୁ ଅକାମି କରିଦେଇଥିବାରୁ କେତେଜଣ ଡକାୟତ ଆସିଥିଲେ ଏବଂ ସେମାନେ ସେଠାରେ କେତେ ସମୟ ରହିଥିଲେ ତାହା ଜାଣିବା ସମ୍ଭବ ହୋଇନଥିବା ପୁଲିସ ପକ୍ଷରୁ କୁହାଯାଇଛି। ପୁଲିସ କହିଛି ଯେ ସେମାନେ ଯେଉଁ ଭଲ୍ଟରୁ ଟଙ୍କା ନେଇଛନ୍ତି ତାହାକୁ ଗ୍ୟାସ କଟର ସାହାଯ୍ୟରେ କଟାଯାଇଛି। କିନ୍ତୁ ସେମାନେ ଲକରରେ ହାତ ମାରିନାହାନ୍ତି। ସମ୍ଭବତଃ ଗ୍ୟାସ ସରିଯାଇବାରୁ ସେମାନେ ଲକର କାଟି ନଥିବା ପୁଲିସ କହିଛି।
ଜଣାଯାଇଛି ଯେ ଉକ୍ତ ବ୍ୟାଙ୍କ ଶାଖା ରହିଥିବା କୋଠା ନିକଟରେ ଏକ ଘର ତିଆରି ଚାଲିଛି। ଡକାୟତମାନେ ଉକ୍ତ ଅର୍ଦ୍ଧନିର୍ମିତ ଘରର ପ୍ରବେଶ ଦ୍ୱାର ଭାଙ୍ଗିବା ପରେ ତାହାକୁ ଲାଗିଥିବା ବ୍ୟାଙ୍କ କାନ୍ଥକୁ କାଟି ବ୍ୟାଙ୍କର ପ୍ରଥମ ମହଲାରେ ପହଞ୍ଚିଛନ୍ତି। ତାହାର ଚଟାଣକୁ କାଟି ବେସମେଣ୍ଟରେ ପହଞ୍ଚିବା ପରେ ଆଇରନ ଭଲ୍ଟ କାଟି ଟଙ୍କା ଲୁଟକରି ସେହି ବାଟଦେଇ ଚାଲିଯାଇଛନ୍ତି। ଇତିମଧ୍ୟରେ ପୁଲିସ ଏକ ମାମଲା ରୁଜ୍ଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories