www.samajalive.in
Monday, December 8, 2025
27.1 C
Bhubaneswar

ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମହାମାରୀ କରୋନା ମୁକାବିଲା ପାଇଁ ଉପକରଣ ପ୍ରଦାନ

ତେଲକୋଇ: କୋଭିଡ଼ ମହାମାରୀର ସଫଳ ମୁକାବିଲା ପାଇଁ ସ୍ଵେଚ୍ଛାସେବୀ ସଂଗଠନ ୟୁଏସି , ଆଇଏଲପି ଓ ଗିଭ୍ ଇଣ୍ଡିଆର ମିଳିତ ସହଯୋଗରେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଜଗମୋହନପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ବିଭିନ୍ନ ଜୀବନ ରକ୍ଷାକାରୀ ଔଷଧ, ପିପିଇ କିଟ୍, ସାନିଟାଇଜର ଓ ଉପକରଣ ପ୍ରଦାନ କରାଯାଇଛି। ଏହି କାର୍ୟ୍ୟକ୍ରମରେ ତେଲକୋଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ବାରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂଗଠନର ଭୂମିକାକୁ ପ୍ରସଂଶା କରିବା ସହ ତେଲକୋଇ ଭଳି ଦୁର୍ଗମ ଅ଼ଞ୍ଚଳରେ ଏହା ଉପାଦେୟ ହେବ ବୋଲି ଦର୍ଶାଇଥିଲେ। ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ତହସିଲଦାର ଅଶ୍ୱିନୀ କୁମାର ନାଏକ ଏଭଳି ଜଟିଳ ପରିସ୍ଥିତିକୁ ଆମେ ସମସ୍ତେ ମିଶି ହଟାଇପାରିବା ବୋଲି ଦୃଢ ମତ ରଖିଥିଲେ। ୟୁଏସି ସଂଗଠନର ସମ୍ପାଦକ ନିମାଇଁ ନାରାୟଣ ଶତପଥୀ କହିଥିଲେ ଯେ କୋଭିଡ ଏକ ମାରାତ୍ମକ ଭୁତାଣୁ ଯାହାକି ସାରା ବିଶ୍ୱକୁ ଗ୍ରାସ କରିଛି, ତେଣୁ ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ସ୍ଵେଚ୍ଛାସେବୀ ସଂଗଠନ, ଗଣମାଧ୍ୟମ ଓ ପଞ୍ଚାୟତିରାଜ ଅନୁଷ୍ଠାନ ଏକତ୍ରିତ ହେଲେ ଏହି ବିପର୍ୟ୍ୟୟକୁ ସଫଳ ଭାବେ ପ୍ରତିହତ କରାଯାଇପାରିବ। ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରୀତୀଶ କୁମାର ଆଚାର୍ୟ୍ୟ ଓ ଡା. ସୁଧାକର ଖିଲାର ଏଭଳି ସହଯୋଗକୁ ଭୂୟସୀ ପ୍ରସଂଶା କରିବା ସହ କରୋନା ମୁକାବିଲା ପାଇଁ ଆଜି ପ୍ରଦାନ କରାଯାଇଥିବା ବିଭିନ୍ନ ଉପକରଣ ଚିକିତ୍ସାଳୟ ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ ।

 

- Advertisement -

କାର୍ୟ୍ୟକ୍ରମରେ ଗୋଷ୍ଠୀ କାର୍ୟ୍ୟକ୍ରମ ପରିଚାଳକ ପପୁ କୁମାର ସାହୁ, ସ୍ବେଚ୍ଛାସେବୀ ସଂଗଠନ ରମାଦେବୀ ଗ୍ରାମ ବିକାଶ ସଂଗଠନର ସମ୍ପାଦକ ମନୋଜ ପରିଡା, ଗଣମାଧ୍ୟମ ପ୍ରତିନିଧି ଅନୁକୂଳ ବିଶ୍ବାଳ, ଡିଲେଶ୍ବର ସାହୁ, ଚିନ୍ମୟ କୁମାର ସାହୂ, ବିକ୍ରମ ଚୌହାନ ଏବଂ ୟୁଏସି ର ସ୍ଵେଚ୍ଛାସେବୀ ମାନେ ଅଂଶଗ୍ରହଣ କରିଥିଲେ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories