www.samajalive.in
Monday, December 8, 2025
27.1 C
Bhubaneswar

କୋପା ଆମେରିକା ଫୁଟବଲ: ୪-୦ରେ ବ୍ରାଜିଲ ବିଜୟୀ, ପଏଣ୍ଟ ଭାଗକଲେ କଲମ୍ବିଆ ଓ ଭେନିଜୁଏଲା

ରିଓ ଡି ଜେନେରିଓ:ଦକ୍ଷିଣ ଆମେରିକୀୟ ରାଷ୍ଟ୍ରକୁ ନେଇ ଆୟୋଜିତ କୋପା ଆମେରିକା ଫୁଟବଲ -୨୦୨୧ ଟୁର୍ଣ୍ଣାମେଣ୍ଟରେ ଡିଫେଣ୍ଡିଂ ଚମ୍ପିଆନ ଆୟୋଜକ ବ୍ରାଜିଲ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି। ଶୁକ୍ରବାର ରିଓ ଡି ଜେନେରିଓ ଅଲିମ୍ପିକ୍‌ସ ଷ୍ଟାଡ଼ିୟମ​‌ରେ ଖେଳାଯାଇଥିବା ଗ୍ରୁପ-ବି ମ୍ୟାଚରେ ଆଲେକ୍ସଙ୍କ ଡବଲ ଗୋଲ ବଳରେ ବ୍ରାଜିଲ ୪-୦ ଗୋଲରେ ପେରୁକୁ ପରାସ୍ତ କରିଛି। ଏହି ବିଜୟ ସହ ବ୍ରାଜିଲ ଦୁଇଟି ମ୍ୟାଚରୁ ୬ ପଏଣ୍ଟ ପାଇ ଗ୍ରୁପର ଶୀର୍ଷ ସ୍ଥାନରେ ରହିଛି।

ସେହିପରି କଲମ୍ବିଆ ଓ ଭେନିଜୁଏଲା ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଗୋଲଶୂନ୍ୟ ଭାବେ ଶେଷ ହୋଇଛି। ପ୍ରଥମ ମ୍ୟାଚରେ ୩-୦ ଗୋଲରେ ଭେନିଜୁଏଲାକୁ ପରାସ୍ତ କରିଥିବା ବ୍ରାଜିଲ ଦ୍ବିତୀୟ ମ୍ୟାଚରେ ମଧ୍ୟ ପ୍ରାଧାନ୍ୟ ବଜାୟ ରଖିଥିଲା। ୧୨ ମିନିଟ୍‌ରେ ବ୍ରାଜିଲ ପକ୍ଷରୁ ଆଲେକ୍ସ ପ୍ରଥମ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧ ଖେଳରେ ବ୍ରାଜିଲ ୧-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧରେ ବ୍ରାଜିଲ ୩ଟି ଗୋଲ ଦେବାରେ ସକ୍ଷମ ହୋଇଥିଲା। ଖେଳର ୬୮ମିନିଟରେ ଦଳର ଷ୍ଟାର ଫରୱାର୍ଡ ନିଏମାର ଗୋଲ ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ। ୮୯ ତମ ମିନିଟ୍‌ରେ ବ୍ରାଜିଲ ପକ୍ଷରୁ ଇଭରଟନ୍ ରେବିରିଓ ତୃତୀୟ ଓ ୯୦ତମ ମିନିଟରେ ରିଚାଲସନ୍‌ ୪ର୍ଥ ଗୋଲ ସ୍କୋର କରି ବ୍ରାଜିଲକୁ ୪-୦ରେ ବିଜୟୀ କରାଇଥିଲେ। ଉକ୍ତ ମ୍ୟାଚରେ ବ୍ରାଜିଲର ନିଏମାର କ୍ରମାଗତ ୪ଟି ମ୍ୟାଚରେ ୪ଟି ଗୋଲ ଦେବାରେ ସୌଭାଗ୍ୟ ଅର୍ଜନ କରିଛନ୍ତି। ସର୍ବକାଳୀନ ଶ୍ରେଷ୍ଠ ଗୋଲ ସ୍କୋର ପେଲେ ୯୨ଟି ମ୍ୟାଚରୁ ୭୭ଟି ଗୋଲ ସ୍କୋର କରିଥିବାବେଳେ ନିଏମାର ୬୮ଟି ଗୋଲ ସ୍କୋର କରି ପେଲେଙ୍କ ଠାରୁ ୯ଟି ଗୋଲ ପଛରେ ରହିଛନ୍ତି।

- Advertisement -

ସେହିପରି କଲମ୍ବିଆ ଓ ଭେନିଜୁଏଲା ମଧ୍ୟରେ ଖେଳାଯାଇଥିବା ଗ୍ରୁପର ଅନ୍ୟଏକ ମ୍ୟାଚ ଗୋଲଶୂନ୍ୟ ଭାବେ ଶେଷ ହୋଇଛି। ମ୍ୟାଚ ଗୋଲଶୂନ୍ୟ ରହିବାରୁ ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି। ମ୍ୟାଚ​‌ରେ ଭେନିଜୁଏଲା ୮ଟି ଓ କଲମ୍ବିଆ ୬ଟି ଗୋଲ ଦେବା ନେଇ ସୁଯୋଗ ପାଇଥିଲେ ମଧ୍ୟ ଗୋଲ ଦେବାରେ ବିଫଳ ହୋଇଥିଲେ। ଭେନିଜୁଏଲା ଦୁଇଟି ମ୍ୟାଚରୁ ଗୋଟିଏ ପରାଜୟ ଓ ଗୋଟିଏ ଡ୍ର ସହ ୨ ପଏଣ୍ଟ ଓ କଲମ୍ବିଆ ୨ଟି ମ୍ୟାଚରୁ ଗୋଟିଏ ବିଜୟ ଓ ଗୋଟିଏ ଡ୍ର ସହ ୪ ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories