www.samajalive.in
Wednesday, December 10, 2025
18.1 C
Bhubaneswar

ବ୍ରାଉନସୁଗାର ଜବତ : ୫ ଗିରଫ, ୨ ନାବାଳକ ଅଟକ

ସମ୍ବଲପୁର: ପଶ୍ଚିମ ଓଡିଶାର ପ୍ରମୁଖ ସହର ସମ୍ବଲପୁର ଠାରେ ଦିନକୁ ଦିନ ନିଶା କାରବାର ଢ଼େର ବୃଦ୍ଧି ପାଉଥିବା ବେଳେ ଏବେ ବ୍ରାଉନସୁଗାର କାରବାରର ଚେର ବହୁ ଦୂର ପର୍ଯ୍ୟନ୍ତ ଲମ୍ବି ସାରିଛି। ପ୍ରାୟ ୩ ମାସ ମଧ୍ୟରେ ବାରମ୍ବାର ସମ୍ବଲପୁର ତଥା ଆଖପାଖ ଅଞ୍ଚଳରୁ ବ୍ରାଉନସୁଗାର ଧରାପଡିବା ଘଟଣା ପୁଲିସ ପ୍ରଶାସନ ସମେତ ଜନତାଙ୍କୁ ଚିନ୍ତାରେ ପକାଇ ଦେଇଛି। ସମ୍ବଲପୁର ପୁଲିସର ସୂଚନାନୁଯାୟୀ, ବିଶ୍ୱସ୍ତସୂତ୍ରରୁ ଖବର ପାଇ ବୁଧବାର ଟାଉନ ଥାନା ଅର୍ନ୍ତଗତ ଡିଆଇଜି କାର୍ଯ୍ୟାଳୟ ସମ୍ମୁଖରେ କିଛି ଯୁବକ ବ୍ରାଉନସୁଗାର ବ୍ୟବହାର ସହିତ ଚୋରାରେ ଚାଲାଣ କରୁଥିବାର ଖବର ପାଇ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ୫ ଜଣ ଅଭିଯୁକ୍ତ ଯଥା ଧନୁପାଲି ଥାନା ଅର୍ନ୍ତଗତ ଭୁତାପଡା ନିବାସୀ ମହମ୍ମଦ ଅଜ୍ଜୁ, ଅଇଁଠାପାଲି ଥାନା ଅର୍ନ୍ତଗତ ପାଞ୍ଚଗଛିଆ ନିବାସୀ ବିକାଶ ମେହତା, ଝାରସୁଗୁଡା ଟାଉନ ଅର୍ନ୍ତଗତ ମଙ୍ଗଳ ବଜାର ନିବାସୀ ମହମ୍ମଦ ୱାସିମ, ମୁସ୍ତାଫା କ୍ୟୁରେସି ଓ ନିହାଲ ଅହମଦ ଙ୍କୁ ଧରି ସେମାନଙ୍କ ଠାରୁ ୬.୩୪୦ ଗ୍ରାମର ବ୍ରାଉନସୁଗାର, ୫ଟି ମୋବାଇଲ ଫୋନ, ୩ଟି ମୋଟର ସାଇକେଲ ଏବଂ ନଗଦ ୩୫୨୦ ଟଙ୍କା ଜବତ କରିଥିଲା। ଏ ସର୍ମ୍ପକରେ ଟାଉନ ଥାନାରେ ମାମଲା ସଂଖ୍ୟା ୨୬୧/୨୦୨୧ ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସେହିଭଳି ବୁଧବାର ଟାଉନ ଥାନା ଅଞ୍ଚଳ ଅର୍ନ୍ତଗତ ମାରୱାଡିପଡା ଘାଟ, ଦଲେଇପଡା (ରିଙ୍ଗ ରୋଡ) ଠାରେ ଅନ୍ୟ ଏକ ଚଢ଼ଉ ସମୟରେ ଫାଟକ ଓ ମାରୱାଡିପଡା ଅଞ୍ଚଳର ଦୁଇ ଜଣ ନାବାଳକଙ୍କ ଠାରୁ ୧.୬ ଗ୍ରାମର ବ୍ରାଉନସୁଗାର, ୨ଟି ମୋବାଇଲ ଫୋନ ଏବଂ ଏକ ବୁଲେଟ ମୋଟର ସାଇକେଲ ଜବତ କରିଛି। ନାବାଳକ ଦ୍ୱୟ ବ୍ରାଉନସୁଗାର ବିକ୍ରି କରିବା ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସ ହାତରେ ଧରାପଡିଛନ୍ତି। ଉଭୟ ମାମଲାରେ ପୁଲିସ ବ୍ରାଉନସୁଗାରର ମୁଖ୍ୟ ସୁତ୍ରଧରକୁ ଧରିବା ପାଇଁ ପ୍ରଚେଷ୍ଟା କରିବା ସହିତ ଏହି ନିଶା ଚେନକୁ ଭାଙ୍ଗିବା ଉଦ୍ଦେଶ୍ୟ ନେଇ ତଦନ୍ତକୁ ଆଗକୁ ବଢ଼ାଉଥିବାର କହିଛି। ଟାଉନ ଥାନାଧିକାରୀ ପ୍ରକାଶ କୁମାର କର୍ଣ୍ଣଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇ ଏହି ଚଢ଼ଉ ଅଭିଯାନ କରାଯାଇଥିଲା।

- Advertisement -

ସୂଚନାଯୋଗ୍ୟ ଯେ, ବିଗତ କିଛି ମାସ ହେବ ସମ୍ବଲପୁରରେ ବ୍ରାଉନସୁଗାରର ଅବୈଧ୍ୟ କାରବାର ବୃଦ୍ଧି ପାଇଛି। ଗତ ଏପ୍ରିଲ ୭ ତାରିଖରେ ଟାଉନ ପୁଲିସ ୭.୬ ଗ୍ରାମ ବ୍ରାଉନସୁଗାର ସହିତ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଗତ ୭ ତାରିଖରେ ରେଙ୍ଗାଲି ପୁଲିସ ଓ ସ୍ୱତନ୍ତ୍ର ସ୍କ୍ୱାର୍ଡ ଦ୍ୱାରା ରାଜ୍ୟ ରାଜପଥ ୧୦ ର ରମ୍ପେଲା ଠାରେ ଏକ କାରରୁ ୬୨ ଗ୍ରାମ ବ୍ରାଉନସୁଗାର, ୫ ଲକ୍ଷରୁ ଉର୍ଦ୍ଧ ନଗଦ ଟଙ୍କା, ୪ଟି ମୋବାଇଲ ଓ ଏକ ଦାମିକୀଆ କାର ଜବତ କରି ୩ ଜଣଙ୍କୁ ଗିରଫ କରିଥିଲା। ଏହି ମାରାତ୍ମକ ନିଶା ଦ୍ରବ୍ୟ ଦ୍ୱାରା ଯୁବପିଢ଼ି ପଥ ଭ୍ରଷ୍ଟ ହେଉଥିବାରୁ ପୁଲିସ ବିଭାଗ କଡା ଆଭିମୁଖ୍ୟ ନେଇ ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ଜୋରସୋରରେ ଉଦ୍ୟମ କରୁଥିବାର ଦେଖାଯାଉଛି।

ଘଟଣାର ଅନ୍ତରାଳେ …..
ସମ୍ବଲପୁରର ଦଲେଇପଡା ଅଞ୍ଚଳରୁ ଧରା ପଡିଥିବା ଦୁଇ ନାବାଳକଙ୍କୁ ଧରିବା ଏବଂ ସେମାନଙ୍କ ନିକଟରୁ ୧୦ଟି ପୁଡିଆରେ ୧.୬ ଗ୍ରାମ ବ୍ରାଉନସୁଗାର ଜବତ କରିବା ପରେ ଜେରା ସମୟରେ ଏହାର ଚେର ଝାରସୁଗୁଡା ଜିଲା ସହିତ ଯୋଡି ହୋଇଥିବାର ଜଣାପଡିଥିଲା। ଏଣୁ ଟାଉନ ଥାନାଧିକାରୀଙ୍କ ନେତୃତ୍ୱରେ ତୁରନ୍ତ ଏକ ସ୍ୱତନ୍ତ୍ର ଦଳ ଝାରସୁଗୁଡା ଠାରେ ଚଢ଼ଉ କରି ସେଠାରେ ବିକ୍ରି ଉଦ୍ଦେଶ୍ୟରେ ରଖାଯାଇଥିବା ପ୍ରାୟ ସାଢ଼େ ୬ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ସୂଚନା ଆଧାରରେ ସମ୍ବଲପୁରରେ ପୁଣି ଦୁଇ ଜଣ ଡ୍ରଗ ପେଡଲରଙ୍କୁ ଧରିଥିଲା। ଅପରପକ୍ଷରେ ଝାରସୁଗୁଡାରୁ ଧରାପଡିଥିବା ଯୁବକ ମାନେ ରାଉରକେଲାରୁ ବ୍ରାଉନସୁଗାର ଆଣିଥିବାର ଜଣାପଡିଛି। ଏଣୁ ସମ୍ବଲପୁର ପୁଲିସ ରାଉରକେଲା ଯାଇ ଚଢ଼ଉ କରିବା ପାଇଁ ସଜବାଜ ହେଉଥିବାର ଜଣାପଡିଛି। ଟାଉନ ପୁଲିସ ଦ୍ୱାରା ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୬୦ ହଜାର ଟଙ୍କାରୁ ଉର୍ଦ୍ଧ ବୋଲି ଜଣାପଡିଛି। ପୁଲିସ ହାତରେ ଧରାପଡିଥିବା ଦୁଇ ନାବାଳକଙ୍କ ମଧ୍ୟରେ ଜଣେ ସାମ୍ବାଦିକଙ୍କ ପୁତ୍ର ରହିଥିବାର ଚର୍ଚ୍ଚା ହେଉଛି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories